ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକବର୍ଷ ପାଇଁ ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧି ହେବ ନାହିଁ। ପୂର୍ବ ଦର ଅପରିବର୍ତ୍ତିତ ରହିବ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ଗୁରୁବାର ଏ ନେଇ ସୂଚନା ଦିଆଯାଇଛି। ଏହି ଘୋଷଣା ସାଧାରଣ ଉପଭୋକ୍ତାଙ୍କୁ ବର୍ଷକ ପାଇଁ ଆଶ୍ୱସ୍ତି ଦେଇଛି।
ପୂର୍ବବର୍ଷ ଭଳି ୫୦ ୟୁନିଟ୍‌ ପର୍ଯ୍ୟନ୍ତ ୟୁନିଟ ପିଛା ଦର ୩ ଟଙ୍କା ରହିବ। ୫୦ରୁ ୨୦୦ ୟୁନିଟ୍‌ ଯାଏ ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ୍‌ ଯାଏ ବିଦ୍ୟୁତ୍‌ ଶୁଳ୍କ ୫ ଟଙ୍କା ୮୦ ପଇସା ରହିବ। ସେହିପରି ୪୦୦ ୟୁନିଟ୍‌ରୁ ଅଧିକ ପାଇଁ ୟୁନିଟ୍‌ ପିଛା ଦର ୬ ଟଙ୍କା ୨୦ ପଇସା ରହିବ।
ରାଜ୍ୟ ସରକାର ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଶୁଳ୍କକୁ ଅପରିବର୍ତ୍ତିତ ରଖିଛନ୍ତି। ଉପଭୋକ୍ତାମାନେ ମାସିକ ବିଜୁଳି ବିଲ୍‌ ଡିଜିଟାଲ ମୋଡ୍‌ରେ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ପାଇପାରିବେ। ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ୍‌ ପିଛା ୧୦ ପଇସା ରିହାତି ମିଳିବ। କୃଷି କ୍ଷେତ୍ର ପାଇଁ ବୃହତ୍‌ ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ଏବଂ ବିଦ୍ୟୁତ୍‌ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଶୁଳ୍କ ଧାର୍ଯ୍ୟ କରାଯାଇଛି।
ଯେଉଁ ଉପଭୋକ୍ତାମାନେ ଅକ୍ଷୟ ଶକ୍ତିର ବ୍ୟବହାର କରୁଥିବା ପ୍ରମାଣପତ୍ର ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ୟୁନିଟ୍‌ ପିଛା ଅଧିକ ୫୦ ପଇସା ଦେବାକୁ ପଡ଼ିବ। ଏହାପରେ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ମିଳିବ। ଏଥିପାଇଁ ନିଜ ଅଞ୍ଚଳର ବିଦ୍ୟୁତ୍‌ ବଣ୍ଟନ କମ୍ପାନୀକୁ ଆବେଦନ କରିବାକୁ ପଡ଼ିବ।
ଏଥିସହିତ ଶିଳ୍ପ କ୍ଷେତ୍ରରେ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ଯେଉଁ ଷ୍ଟିଲ୍‌ ପ୍ଲାଣ୍ଟଗୁଡ଼ିକ ୬୫%ରୁ ୭୫% ମଧ୍ୟରେ ବିଦ୍ୟୁତ୍‌ ବ୍ୟବହାର କରିବେ ସେମାନଙ୍କୁ ୧୦%, ୭୫%ରୁ ୮୫% ମଧ୍ୟରେ ୨୦%, ୮୫%ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା କାରଖାନାଗୁଡ଼ିକୁ ବିଦ୍ୟୁତ୍‌ ଶୁଳ୍କରେ ୨୦% ରିହାତି ଦିଆଯିବ। ଏହି ନିୟମ ୧ ଏମ୍‌ଭିଏରୁ ୬ ଏମ୍‌ଭିଏ ବିଜୁଳି ବ୍ୟବହାର କରୁଥିବା କ୍ଷେତ୍ରରେ ଲାଗୁ ହେବ। ଯେଉଁମାନେ ୬ ଏମ୍‌ଭିଏରୁ ଅଧିକ ବିଜୁଳି ବ୍ୟବହାର କରୁଥିବେ ସେମାନଙ୍କୁ ୮% ଓ ୧୦% ରିହାତି ମିଳିବ। ଏହି
ସବୁ ନିୟମ ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଲାଗୁ ହେବ ବୋଲି ଓଇଆରସି ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ୍‌)ର ବିଦ୍ୟୁତ୍‌ ପରିବହନ ୟୁନିଟ୍‌ ପିଛା ୨୮ ପଇସା ରହିଛି। ତେବେ ଗ୍ରୀଡ୍‌କୋ ଯୋଗାଉଥିବା ବଲ୍କ ବିଦ୍ୟୁତ୍‌ ଯୋଗାଣ (ବିଏସ୍‌ପି) ଦରକୁ ସଂଶୋଧିତ କରାଯାଇଛି। ପ୍ରତି ୟୁନିଟ୍‌ ପିଛା ୨୭୮.୦୬ ପଇସାରୁ ୨୯୭.୬୯ ପଇସାକୁ ବୃଦ୍ଧି କରାଯାଇଛି। ଆସନ୍ତା ଆର୍ଥିକ ବର୍ଷ ସକାଶେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଟିପିସିଓଡିଏଲ୍‌ଏ ପାଇଁ ପ୍ରତି କିଲୋଓ୍ବାଟ ପିଛା ୩ଟଙ୍କା, ଟିପିଏଓଡିଏଲ୍‌ ୨ଟଙ୍କା ୨୧ ପଇସା, ଟିପିଡବ୍ଲ୍ୟୁଓଡିଏଲ୍‌ ୩ଟଙ୍କା ୬୦ ପଇସା ଏବଂ ଟିପିଏସ୍‌ଓଡିଏଲ ପାଇଁ କିଲୋଓ୍ବାଟ ପିଛା ୨ଟଙ୍କା ୨୭ ପଇସା ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ବର୍ଷ ପାଇଁ ଓଡ଼ିଶା ହାଇଡ୍ରୋପାଓ୍ବାର କର୍ପୋରେଶନ(ଓଏଚ୍‌ପିସି) ଶୁଳ୍କକୁ ହ୍ରାସ କରିଛି। ୟୁନିଟ୍‌ ପିଛା ଦର ୯୧.୪୨ ପଇସାରୁ ୯୦.୪୩ ପଇସାକୁ ହ୍ରାସ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ବିଦ୍ୟୁତ୍‌ ଉତ୍ପାଦନକାରୀ, ବଣ୍ଟନକାରୀ ସଂସ୍ଥାଗୁଡ଼ିକ ବିଦ୍ୟୁତ୍‌ ଦର ୫ରୁ ୧୦ ପଇସା ବଢ଼ାଇବାକୁ ଓଇଆରସିଙ୍କ ନିକଟରେ ଆବେଦନ କରିଥିଲେ। ଓଇଆରସି ପକ୍ଷରୁ ଏ ନେଇ ଶୁଣାଣି କରାଯାଇଥିଲା। କରୋନା ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ବିଦ୍ୟୁତ୍‌ ଶୁଳ୍କ ନ ବଢ଼ାଇବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ଏପରି କି ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ବିଦ୍ୟୁତ୍‌ ଶୁଳ୍କ ନ ବଢ଼ାଇବାକୁ ଓଇଆରସିଙ୍କୁ ଅନୁରୋଧ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri