କେସିଙ୍ଗା,୧୯।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଦ୍ୟୁତ କାଟ୍କୁ ବିରୋଧ କରି ପୂର୍ବତନ କାଉନସିଲର ବିଜୟ ଦୀପ ଏବଂ ତ୍ରିନାଥ ନାଏକଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଛି।
ବିଦ୍ୟୁତ ବିଭାଗ ମାର୍ଚ୍ଚରେ ଆକାଉଣ୍ଟ କ୍ଲୋଜ କରିବା ବାହାନା ଦେଖାଇ ହିତାଧିକାରୀଙ୍କ ଘର ବୁଲୁଛନ୍ତି । ଏପଟେ ବିଜୁଳି କାଟୁଛନ୍ତି। କମ୍ପାନୀ ମାଧ୍ୟମରେ କିଛି ସ୍ଥାନୀୟ ଲୋକ କମିଶନ ଏଜେଣ୍ଟ ହିସାବରେ ନିଯୁକ୍ତି ପାଇ ପୂର୍ଣ୍ଣ ମାତ୍ରାରେ ବିଦ୍ୟୁତ ହିତାଧିକାରୀମାନଙ୍କ ଉପରେ ଜୁଲୁମ କରୁଛନ୍ତି। ଅନ୍ୟପକ୍ଷେ କମ୍ପାନୀର ଲୋକେ ମନଇଛା ବିଦ୍ୟୁତ କାଟୁଛନ୍ତି। ଖରାଦିନେ ବିଜୁଳି ନ କାଟିବା ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ବିଜୁଳି କାଟୁଛନ୍ତି। ଏଜେଣ୍ଟମାନେ ଘରଘର ବୁଲି ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି। ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରି ଏସଡିଓଙ୍କୁ ଭେଟି ଆଲୋଚନା କରିଥିଲେ। ସେହି ସମୟରେ ଦୁଇ ନମ୍ବର ୱାର୍ଡ କାଉନସିଲର ଉପେନ୍ଦ୍ର ଘିଭେଳା, ଏଗାର ନମ୍ବର ୱାର୍ଡ କାଉନସିଲର ବିଦେଶୀ ଜେନା, ସଦା ମାଝି, ମୋତି ସାହୁ, ହେମନ୍ତ ସାହୁ, ପରମେଶ୍ୱର ଦୀପ, ମୁନ୍ନା ନାଏକ, ନବୀନ ତାଣ୍ଡି, ବିଶ୍ୱାସୀ ନାଏକ, ରତନ ଦୀପ, ଗରୁଡ ବନଛୋର, ରାଜୁ ସୁନା, ଇନ୍ଦ୍ର ଯାନୀ, ସୁଶାନ୍ତ ସୁନା ଏବଂ ସହରର ଜନସାଧାରଣ ଉପସ୍ଥିତ ଥିଲେ ।


