ସରକାରୀ ବିଭାଗରେ ୩କୋଟିରୁ ଉର୍ଦ୍ଧ୍ବ ବିଦ୍ୟୁତ ବିଲ୍ ବକେୟା, ପଦକ୍ଷେପ…

ରାୟଗଡ଼ା,୨୯।୧:(ଆଶିଷ ରଞ୍ଜନ ପଣ୍ଡା): ସାଧାରଣ ମଧ୍ୟବିତ ଲୋକ ଘରେ ସ୍ମାର୍ଟ ମିଟର ଲଗାଇ ଦୁଇରୁ ତିନି ମାସ ଅଧିକା ସମୟ ବିଲ୍ ବକେୟା ରହିଲେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାର ଧମକ ଦିଆଯାଉଛି ନଚେତ୍ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଉଛି । ସ୍ମାର୍ଟ ମିଟର କାରଣରୁ ବିନା ନୋଟିସ୍‌ରେ ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଉଛି । ହେଲେ ସରକାରୀ ବିଭାଗମାନଙ୍କରେ କୋଟି କୋଟି ଟଙ୍କା ବିଲ୍ ବକେୟା ରହିଥିଲେ ମଧ୍ୟ ତାହା ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ନଜିରକୁ ଆସିଛି । ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଜିଲାର ୨୫ଟି ବିଭାଗରେ ମୋଟ ୩କୋଟି ୫ଲକ୍ଷ ୪୨ହଜାର ୫୨୬ଟଙ୍କା ବିଦ୍ୟୁତ ବିଲ୍ ପୈଠ ହୋଇନଥିବା ଜଣାପଡ଼ିଛି ।

ମିଳିଥିବା ତଥ୍ୟ ମୁତାବକ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସର୍ବାଧିକ ୧କୋଟି ୨୫ଲକ୍ଷ ୯୮ହଜାର ୮୦୦ ଟଙ୍କା ବିଦ୍ୟୁତ ବିଲ ବକେୟା ରହିଥିବା ବେଳେ ଲେବର ଏବଂ ଏମ୍ପେ୍ଲାଇଜ ଷ୍ଟେଟ ଇନସୁରାନ୍ସ ବିଭାଗରେ ୧୧ହଜାର ୯୪୮ଟଙ୍କା ବିଲ୍ ବକେୟା ରହିଛି । ସେହିଭଳି ସ୍କୁଲ ଓ ଗଣଶିକ୍ଷା ବିଭାଗର ୪୯ଲକ୍ଷ ୪୩ହଜାର ୨୧୩ ଟଙ୍କା, ଅନୁସୂଚିତ ଜନଜାତି ଓ ଅନସୂଚିତ ଜାତି ବିଭାଗର ୩୬ଲକ୍ଷ ୧୨ହଜାର ୬୬୮ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗର ୨୮ଲକ୍ଷ, ୫୦ହଜାର ୮୪୬ଟଙ୍କା, ପଂଚାୟତିରାଜର ଅନ୍ୟ ବିଭାଗର ୧୬ଲକ୍ଷ, ୭୧ହଜାର ୩୨୭ଟଙ୍କା, ସ୍ୱାସ୍ଥ୍ୟ ପରିବାର ବିଭାଗର ୧୦ଲକ୍ଷ ୪୬ହଜାର ୭୮ଟଙ୍କା, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ୫ଲକ୍ଷ ୬୬ହଜାର ୯୬୮ଟଙ୍କା, ପବ୍ଲିକ ଏଂଟରପ୍ରାଇଜେସର ୪ଲକ୍ଷ୩୦ହଜାର ୬୧୬ଟଙ୍କା, କେନ୍ଦ୍ର ସରକାରଙ୍କ ୨ଲକ୍ଷ ୮୫ହଜାର ୯୦୩ଟଙ୍କା, ମହିଳା ଓ ଶିଶୁ ବିକାଶ ବିଭାଗର ୨ଲକ୍ଷ ୬୨ହଜାର ୩୭୪ଟଙ୍କା, ଉଚ୍ଚ ଶିକ୍ଷା ବିଭାଗର ୨ଲକ୍ଷ ୩୭ହଜାର ୧୬୫ଟଙ୍କା, ବନ ବିଭାଗର ୨ଲକ୍ଷ ୨୮ହଜାର ୮୫୪ଟଙ୍କା, ଗ୍ରାମ୍ୟ ନିର୍ମାଣ ବିଭାଗର ୧ଲକ୍ଷ ୮୧ହଜାର ୪୭୧ଟଙ୍କା, କ୍ରୀଡ଼ା ବିଭାଗର ୧ଲକ୍ଷ ୨୭ହଜାର ୩୭୭ଟଙ୍କା, ବାଣିଜ୍ୟ ଓ ପରିବହନ ବିଭାଗର ୯୭ହଜାର ୫୪ଟଙ୍କା, କୃଷି ବିଭାଗର ୮୯ହଜାର ୭୩୯ଟଙ୍କା, ଅବକାରୀ ବିଭାଗର ୩୯ହଜାର ୫୪୧ଟଙ୍କା ବିଲ୍ ସମେତ ଅନ୍ୟ ବିଭାଗ ମାନଙ୍କର ମଧ୍ୟ ବିଲ୍ ବକେୟା ରହିଛି ।

ତେବେ ଗୋଟିଏ ବେସରକାରୀ ବାଣିଜ୍ୟିକ ପ୍ରତିଷ୍ଠାନରେ ମାତ୍ର ୯୦୦ରୁ ୧୦୦୦ ଟଙ୍କା ବକେୟା ରହିଥିଲେ ସ୍ମାର୍ଟ ମିଟର ସହାୟତାରେ ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଉଛି ହେଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ବାକି ଥିବା ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଦ୍ୟୁତ କାହିଁକି ବିଚ୍ଛିନ୍ନ କରାଯାଉନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଏନେଇ ଟିପିଏସଓଡିଏଲ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କୁ ଯୋଗାଯୋଗ କରିଥିଲେ ହେଁ ସମ୍ଭବପର ହୋଇପାରିନାହିଁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?