ବିଜୁଳି ବିଲ୍‌ ୧୦କୋଟି…

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେଣ୍ଢର ତହସିଲ୍‌ରେ ବିଦ୍ୟୁତ୍‌ ବିଭାଗର ଅବହେଳା ସାମ୍ନାକୁ ଆସିଛି। ବିଭାଗ ପକ୍ଷରୁ ଜଣେ ଉପଭୋକ୍ତାଙ୍କୁ ପ୍ରାୟ ୧୦କୋଟି ଟଙ୍କାର ବିଲ୍‌ ପଠାଇଥିବା ଦେଖିବାକୁ ମିଳିଛି। ଏହା ଏବେ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ମେଣ୍ଢର ଡିଭିଜନ୍‌ର ବିଦ୍ୟୁତ୍‌ ବିଭାଗ ପକ୍ଷରୁ ମହମ୍ମଦ ହିନଫ ନାମକ ସାଧାରଣ ଉପଭୋକ୍ତାଙ୍କ ନିକଟକୁ ୯କୋଟି ୯୫ଲକ୍ଷ ୩୯ହଜାର ୭୯୨ଟଙ୍କାର ଏକ ବିଲ୍‌ ପଠାଯାଇଛି। ଯାହାକୁ ଦେଖି ମହମ୍ମଦଙ୍କ ସମେତ ଅନ୍ୟ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ବିଲ୍‌ କେବେ ସମଗ୍ର ଜିଲାର ଗ୍ରାହକଙ୍କ ପାଇଁ ମଧ୍ୟ କରାଯାଇ ନ ଥିବ ବୋଲି ଆଲୋଚନା ହେଉଛି। ଅପରପକ୍ଷେ ସ୍ଥାନୀୟ ଲୋକଙ୍କ କହିବା କଥା, ପୂର୍ବରୁ ମଧ୍ୟ ବିଦ୍ୟୁତ୍‌ ବିଭାଗର ଏଭଳି ଅବହେଳା ଦେଖାଯାଇଛି। ଲୋକମାନେ ବ୍ୟବହାର କରୁଥିବା ବିଦ୍ୟୁତଠାରୁ ଅଧିକ ଟଙ୍କାର ବିଲ୍‌ କରାଯାଇଥାଏ। ହେଲେ ଚଳିତ ଥର ବିଭାଗର କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Share