ବାରଙ୍ଗ/ ପାରଳାଖେମୁଣ୍ଡି,୨୦ା୯ (ଲିଙ୍ଗରାଜ ରାଉତ/ଗିରିଧାରୀ ପରିଚ୍ଛା): ଗଣେଶ ପୂଜା ଖୁସି ମନାଇବାର ପ୍ରସ୍ତୁତି ସମୟରେ ଘଟିଯାଇଛି ଅଘଟଣ। କଟକ ବାରଙ୍ଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ର ଏକ ଟ୍ରାକ୍ଟରରେ ଗଣେଶ ମୂର୍ତ୍ତି ନେଇ ଯାଉଥିବାବେଳେ ଜଣେ ଛାତ୍ର ଧରିଥିବା ପତାକା ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ସମ୍ପୃକ୍ତ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି। ସେହିପରି ସୋମବାର ରାତିରେ ଗଜପତି ଜିଲା ଗୁରାଣ୍ଡି ଥାନା ଅଞ୍ଚଳରେ ଗଣେଶ ପୂଜା ପାଇଁ ପ୍ରସ୍ତୁତ ପେଣ୍ଡାଲରେ ମାଇକ୍ ସଜାଡ଼ୁଥିବା ଜଣେ ଯୁବକ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବାରଙ୍ଗ ଥାନା ଅଧୀନ ନରାଜ ପାଖରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଗଣେଶ ପୂଜା ପାଇଁ ମଙ୍ଗଳବାର ସକାଳ ସମୟରେ ଶିକ୍ଷାନୁଷ୍ଠାନର କେତେଜଣ ଛାତ୍ରୀଛାତ୍ର ଗୋଡ଼ିସାହି ବଜାରରୁ ବଡ଼ ଗଣେଶ ମୂର୍ତ୍ତିକୁ ଆଣିବାକୁ ଯାଇଥିଲେ। ଟ୍ରାକ୍ଟରଟି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବା ପୂର୍ବରୁ କ୍ୟାମ୍ପସରେ ଥିବା ଅନ୍ୟ ପିଲାମାନେ ଆସି ପହଞ୍ଚିଥିଲେ। ସେମାନେ ଗୀତ ବଜାଇ, ହରିବୋଲ ପକାଇ, ଅଭିର ଖେଳି ବିଘ୍ନବିନାଶନ ଗଜାନନଙ୍କୁ ଶୋଭାଯାତ୍ରାରେ କ୍ୟାମ୍ପସକୁ ନେଉଥିଲେ। ହେଲେ ଟ୍ରାକ୍ଟରଟି ଶିକ୍ଷାନୁଷ୍ଠାନ ପରିସରକୁ ପ୍ରବେଶ କରୁଥିବାବେଳେ ଟ୍ରାକ୍ଟର ଉପରେ ଠିଆ ହୋଇଥିବା ମହାରାଷ୍ଟ୍ରର ଆୟୁଷ କାପୁର ଏକ ଷ୍ଟିଲ ଲମ୍ବା ପାଇପରେ ଲାଗିଥିବା ପତାକାକୁ ହଲାଉଥିବା ବେଳେ ଏହା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ବିଦ୍ୟୁତ୍ ଆଘାତରେ ଆୟୁଷଙ୍କ ସମେତ ଟ୍ରାକ୍ଟରରେ ତାଙ୍କ ନିକଟରେ ଥିବା କିଛି ଛାତ୍ର ତଳକୁ ପଡ଼ିଯାଇଥିଲେ। ବିଦ୍ୟାଳୟର କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ଆହତ ୫ ଜଣଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଡାକ୍ତରଖାନାରେ ମହାରଷ୍ଟ୍ର ଔରଙ୍ଗାବାଦ ଜିଲାର ସୋହମ ଭଗବାନ ସାୱଲେ ନାମକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଶୋଭାଯାତ୍ରାର ଭିଡିଓ ପିଲାମାନେ ସୋସିଆଲ ମିଡିଆରେ ଶେୟାର କରୁଥିଲେ। ତେଣୁ ଘଟଣା ସମୟର ଦୃଶ୍ୟ ମଧ୍ୟ ଏବେ ଭାଇରାଲ ହେଉଛି। ଖବରପାଇ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାରକୁ ଏ ବାବଦରେ ଖବର ଦିଆଯାଇଛି। ସେମାନେ ଆସିଲେ ମୃତ ଛାତ୍ରଙ୍କ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ଅନ୍ୟପଟେ ଶିକ୍ଷାନୁଷ୍ଠାନ ପକ୍ଷରୁ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କୁହାଯିବା ସହ ମୃତ ଛାତ୍ରଙ୍କ ପରିବାରକୁ ଖବର ଦିଆଯାଇଛି। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ସେହିପରି ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତୋଟାଗୁମୁଡା ଗ୍ରାମରେ ସୋମବାର ସାରେ ଗଣେଶ ପୂଜା ପେଣ୍ଡାଲରେ ମାଇକ ସଜାଡୁ ଥିବାବେଳେ ବିଦ୍ୟୁତ ଆଘାତରେ ଜେ. ଖଗେଶ (୨୮)ଙ୍କ ମୃତ୍ୟୁ ଘଟିଛି। ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର, ଏସଆଇ ବଳରାମ ବେହେରା, ଏଏସ୍ଆଇ ରବଣା ଏବଂ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।
ନଦୀକୁ ଖସିଲା ବସ୍: ୨୪ ମୃତ, ଏବେ ବି ଅନେକ ନିଖୋଜ
ଢାକା,୨୬ା୩: ବାଂଲାଦେଶରେ ଏକ ବସ୍ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…
ବସଷ୍ଟାଣ୍ଡରେ OSRTC ବସ୍ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO
କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍ରେ ହଠାତ ନିଆଁ ଲାଗିଯିବା…
ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍
ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…
କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା
ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…
ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…
ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…
ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…
ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…
ଚକ୍ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…
୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ
ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…
Archives

