ବୈଦ୍ୟୁତିକ ବିକଳ୍ପ ଡିଜିଟାଲ ମୁଦ୍ରା

ନୂଆଦିଲ୍ଲୀ, ୩ା୨: ସମ୍ପ୍ରତି ସାରା ବିଶ୍ୱ ଡିଜିଟାଲାଇଜେଶନ ମୁହଁ। ହୋଇଥିବାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କାର୍ଯ୍ୟକୁ ଆହୁରି ସହଜ କରିବାରେ ଲାଗିଛି। ନଗଦ କାରବାର କମିବା ସହ ଅନ୍‌ଲାଇନ ଟ୍ରାଞ୍ଜାକଶନର ଚାହିଦା ବଢ଼ିଛି। ଏହି କ୍ରମରେ ମଣିଷର ଆବଶ୍ୟକତା ପୂରଣ ଦିଗରେ ମୁଦ୍ରାର ବୈଦ୍ୟୁତିକ ବିକଳ୍ପ ଭାବେ ସ୍ଥାନ ନେଉଛି କ୍ରିପ୍ଟୋକରେନ୍ସି। ଏହାକୁ ଆପଣାଇବା ପାଇଁ ସବୁଠି ଉତ୍ସାହ ବଢ଼ୁଛି। ଅନେକ ଦେଶର ସରକାର ନିଜସ୍ବ ସ୍ବତନ୍ତ୍ର ଡିଜିଟାଲ ମୁଦ୍ରା ଆଣିଛନ୍ତି। ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୨୨-୨୩ ଆର୍ଥିକ ବର୍ଷରେ ଅଫିସିଆଲ ଡିଜିଟାଲ ରୁପି ଆଣିବ ବୋଲି ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଛନ୍ତି। ଏହାର ବ୍ୟବହାରକୁ ନେଇ ଏବେ ଉତ୍ସାହ ଓ ଚର୍ଚ୍ଚା ଲାଗି ରହିଛି।

କ୍ରିପ୍ଟୋକରେନ୍ସି କ’ଣ

ବଡ଼ ବଡ଼ କମ୍ପ୍ୟୁଟରଗୁଡିକ ଏକ ନିର୍ଦ୍ଦିଷ୍ଟ ଫର୍ମୁଲା କିମ୍ବା ଆଲ୍‌ଗୋରିଦମ ସମାଧାନ କରିଥାଏ। ଏହି ପ୍ରକ୍ରିୟାକୁ ମାଇନିଂ କୁହାଯାଏ। ଏଥିରୁ ଭର୍ଚୁଆଲ ମୁଦ୍ରା ବା କ୍ରିପ୍ଟୋକରେନ୍ସି ସୃଷ୍ଟି ହୁଏ। ଏହାକୁ ଫିଜିକାଲ ରୂପରେ ବ୍ୟବହାର କରିହେବ ନାହିଁ। କେବଳ ଅନ୍‌ଲାଇନ ଦ୍ୱାରା ଏହାର ଟ୍ରାଞ୍ଜାକଶନ ସମ୍ଭବ। ବିଟ୍‌କଏନ, ଏଥେରମ୍‌ ଭଳି ବଜାରରେ ୪ ହଜାରରୁ ଊର୍ଦ୍ଧ୍ୱ ଭର୍ଚୁଆଲ ମୁଦ୍ରା ଉପଲବ୍ଧ। ଭାରତୀୟ ଟଙ୍କାକୁ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କରିବା ଭଳି ସାଧାରଣ ମୁଦ୍ରାଗୁଡ଼ିକୁ ବିଭିନ୍ନ ସଂସ୍ଥା ପରିଚାଳନା କରିଥାଏ। କିନ୍ତୁ କ୍ରିପ୍ଟୋକରେନ୍ସିକୁ କୌଣସି ସଂସ୍ଥା ପରିଚାଳନା ବା ନିୟନ୍ତ୍ରଣ କରି ନ ଥାଏ।

କ୍ୟାଶ୍‌-ଡିଜିଟାଲ ଟଙ୍କା ବିନିମୟ ହୋଇପାରିବ

ପାର୍ଲାମେଣ୍ଟରେ ମଙ୍ଗଳବାର ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଭାରତର ଅଫିସିଆଲ ଡିଜିଟାଲ ଟଙ୍କା ଆସିବ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଡିଜିଟାଲ ମୁଦ୍ରାକୁ ନଗଦ ଟଙ୍କା ସହ ବିନିମୟ କରାଯାଇପାରିବ ଏବଂ ଫିନ୍‌ଟେକ୍‌ (ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବାକୁ ସକ୍ଷମ କରିବା ପାଇଁ ବ୍ୟବହୃତ କମ୍ପ୍ୟୁଟର ପ୍ରୋଗ୍ରାମ ଓ ପ୍ରଯୁକ୍ତିବିଦ୍ୟା) କ୍ଷେତ୍ର ପାଇଁ ଏହା ନୂଆ ସୁଯୋଗ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବୁଧବାର ଭାଜପା ଦ୍ୱାରା ଆୟୋଜିତ ‘ଆତ୍ମନିର୍ଭର ଅର୍ଥବ୍ୟବସ୍ଥା’ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଥିଲେ, କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) ବା ଡିଜିଟାଲ ଟଙ୍କା ଅନ୍‌ଲାଇନ କାରବାରକୁ ଆହୁରି ସୁରକ୍ଷିତ କରିବ। ଆଗାମୀ ବର୍ଷରେ ଏହା ଡିଜିଟାଲ ଇକୋନୋମିକୁ ମଜଭୁତ କରିବ। ଆମେ ବ୍ୟବହାର କରୁଥିବା ଫିଜିକାଲ ଟଙ୍କାର ଏହା ଡିଜିଟାଲ ରୂପ ହେବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ତାହାକୁ ନିୟନ୍ତ୍ରଣ କରିବ। କ୍ୟାଶ୍‌କୁ ଡିଜିଟାଲ ଟଙ୍କା ସହିତ ଏକ୍ସଚେଞ୍ଜ ବା ବିନିମୟ କରାଯିବା ଭଳି ବ୍ୟବସ୍ଥା ରହିବ। ଅର୍ଥାତ କେହି ଡିଜିଟାଲ ଟଙ୍କାରେ ପେମେଣ୍ଟ କଲେ ତାହାକୁ କ୍ୟାଶରେ ବଦଳା ଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ଡିଜିଟାଲ ମୁଦ୍ରା ଫିନ୍‌ଟେକ୍‌ ସେକ୍ଟରରେ ବୈପ୍ଲବିକ ପରିବର୍ତ୍ତନ ଆଣି ନଗଦ ପରିଚାଳନା, ମୁଦ୍ରଣ, ଲଜିଷ୍ଟିକ୍‌ ମ୍ୟାନେଜମେଣ୍ଟ ବୋଝକୁ ହାଲୁକା କରିବ ବୋଲି ସେ ପ୍ରକାଶ କରିଛନ୍ତି।

ବ୍ଲକ୍‌ ଚେନ୍‌

ବ୍ଲକ୍‌ଚେନ୍‌ ବିଭିନ୍ନ କ୍ରିପ୍ଟୋକରେନ୍ସି କାରବାର ରେକର୍ଡ କାର୍ଯ୍ୟକଳାପରେ ବ୍ୟବହୃତ ହୋଇଥାଏ। ପ୍ରତ୍ୟେକ ଡିଜିଟାଲ କଏନର ଏକ ସ୍ବତନ୍ତ୍ର ବ୍ଲକ୍‌ଚେନ୍‌ ରହିଥାଏ, ଯାହା କି ପରସ୍ପରଠାରୁ ଅଲଗା। ଏହା ସୂଚନା ରେକର୍ଡିଂ କରିବାରେ ସୁରକ୍ଷିତ ପ୍ରଣାଳୀ ବ୍ୟବହାର କରିଥାଏ। ଏକ ବ୍ଲକରେ ସୀମିତ ସଂଖ୍ୟକ କାରବାର ରେକର୍ଡ ହୋଇପାରିବ। ଗୋଟିଏ ବ୍ଲକ ପୂରଣହେବା ପରେ ଅନ୍ୟ ବ୍ଲକରେ ଟ୍ରାଞ୍ଜାକଶନ ରେକର୍ଡ ହୋଇଥାଏ। ଏହିପରି ଭାବେ ଗୋଟିଏ ବ୍ଲକ୍‌ ପରବର୍ତ୍ତୀ ବ୍ଲକ ସହିତ ସଂଯୋଗ ହୋଇଥାଏ। ଏହି ଶୃଙ୍ଖଳାକୁ ବ୍ଲକ୍‌ଚେନ୍‌ କୁହାଯାଏ। ସାଧାରଣତଃ ବ୍ଲକ୍‌ଚେନ୍‌ ଟେକ୍ନୋଲୋଜି ସିଷ୍ଟମ୍‌ରେ କୌଣସି ପରିବର୍ତ୍ତନ ତଥା ହ୍ୟାକିଂ କରାଯିବା ହ୍ୟାକରଙ୍କ ପାଇଁ ବେଶ୍‌ କଷ୍ଟକର।

କିପରି କାମ କରେ

ପ୍ରତ୍ୟେକ କ୍ରିପ୍ଟୋକରେନ୍ସି କାରବାର ବାବଦ ତଥ୍ୟ ବିଶ୍ୱର ବିଭିନ୍ନ କମ୍ପ୍ୟୁଟରରେ ରେକର୍ଡ କରାଯାଏ। ଅର୍ଥାତ କୌଣସି ଗୋଟିଏ କମ୍ପ୍ୟୁଟରରେ ସମସ୍ତ ସୂଚନା ନ ଥାଏ। ଏହି କ୍ଷେତ୍ରରେ ବ୍ୟାଙ୍କ ପରି କୌଣସି ତୃତୀୟ ପକ୍ଷର ଆବଶ୍ୟକତା ମଧ୍ୟ ପଡ଼ି ନ ଥାଏ। ୨୦୦୮ ରେ ବିଟକଏନ୍‌ ନାମରେ ବେଶ ଜଣାଶୁଣା କ୍ରିପ୍ଟୋକରେନ୍ସି ସୃଷ୍ଟି କରାଯାଇଥିଲା। ୨୦୦୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଟ୍‌କଏନ କେବେ କେଉଁ ଓ୍ବାଲେଟ୍‌କୁ କିଣାଯାଇଥିଲା କିମ୍ବା ବିକ୍ରି କରାଯାଇଥିଲା ସେ ସମ୍ପର୍କିତ ସମସ୍ତ ତଥ୍ୟ ରେକର୍ଡ ରହିଛି। କିନ୍ତୁ କେଉଁ ଓ୍ବାଲେଟ କେଉଁ ବ୍ୟକ୍ତିଙ୍କର ତାହା ଏଥିରୁ ଜାଣିହେବ ନାହିଁ। ଆମେ ଟଙ୍କା ରଖିବା ପାଇଁ ସାଧାରଣତଃ ପର୍ସ ବା ଓ୍ବାଲେଟ ବ୍ୟବହାର କରିଥାଉ। ସେହିପରି କ୍ରିପ୍ଟୋକରେନ୍ସି ରଖିବା ନିମନ୍ତେ ଏକ ଡିଜିଟାଲ ଓ୍ବାଲେଟ ଆବଶ୍ୟକ ପଡ଼ିଥାଏ। ଏହି ଓ୍ବାଲେଟ ଖୋଲିବା ପାଇଁ ପାସ୍‌ଓ୍ବାର୍ଡ ଦରକାର ପଡେ। ପ୍ରତ୍ୟେକ ଡିଜିଟାଲ ଓ୍ବାଲେଟ୍‌ର ଏକ ଠିକଣା ମଧ୍ୟ ରହିଥାଏ। ଏହି ଓ୍ବାଲେଟ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କ ଓ୍ବାଲେଟକୁ କ୍ରିପ୍ଟୋ ଟ୍ରାଞ୍ଜାକଶନ କରିପାରିଥାନ୍ତି।

ଡିଜିଟାଲ ରୁପି ବନାମ କ୍ରିପ୍ଟୋକରେନ୍ସି

ବିଟ୍‌କଏନ୍‌ର ନିର୍ମାତା ସତୋଶି ନାକାମୋଟୋ ବିଟ୍‌କଏନ ଉପରେ ଏକ ହାର୍ଡକ୍ୟାପ୍‌ ବା ସର୍ବାଧିକ ୨ କୋଟି ୧୦ ଲକ୍ଷ ପର୍ଯ୍ୟନ୍ତ ସୀମା ରଖିଛନ୍ତି। ତେଣୁ ଏହାର ଯୋଗାଣ ସୀମିତ। ଫଳରେ ଏହାର ମୂଲ୍ୟରେ ଦ୍ରୁତ ବୃଦ୍ଧି ଓ ହ୍ରାସ ଦେଖିବାକୁ ମିଳେ। କିନ୍ତୁ ଡିଜିଟାଲ ଟଙ୍କାର ମୂଲ୍ୟ ଏପରି ପରିବର୍ତ୍ତନ ହୋଇପାରିବ ନାହିଁ। ଡିଜିଟାଲ୍‌ ଟଙ୍କା କେବଳ ଆମ କାରବାର ପଦ୍ଧତିକୁ ପରିବର୍ତ୍ତନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

କିଏ ସେ ପ୍ରଶାନ୍ତ ବୀର? ୧୪ କୋଟିରୁ ଅଧିକ ଦେଇ CSK କିଣିବା ପରେ ବଢୁଛି ଚର୍ଚ୍ଚା…ଧୋନୀ କରିଦେଲେ …

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିଅର୍‌ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ କରିଛନ୍ତି ଉତ୍ତର ପ୍ରଦେଶର ଅଲରାଉଣ୍ଡର ପ୍ରଶାନ୍ତ ବୀର। ଚେନ୍ନାଇ ସୁପର...

IPL ନିଲାମ: ଧୋନୀଙ୍କ ସ୍ଥାନ ନେବେ ଏହି ୧୯ ବର୍ଷୀୟ ଖେଳାଳି, ୧୪.୨୦ କୋଟିରେ କିଣିଲା ଚେନ୍ନାଇ

ନୂଆଦିଲ୍ଲୀ,୧୬।୧୨: ଚେନ୍ନାଇ ସୁପର କିଙ୍ଗସ୍ (CSK) ୨୦୨୬ IPL ନିଲାମରେ ଭବିଷ୍ୟତ ଉପରେ ନଜର ରଖି ଲଗାତାର ଦୁଇ ଜଣ ଅନ୍‌କ୍ୟାପ୍ଡ୍ ଖେଳାଳିଙ୍କ ଉପରେ ବଡ଼...

IPL ନିଲାମ ୨୦୨୬: ୨୦ ବର୍ଷୀୟ ପ୍ରଶାନ୍ତ ବୀରଙ୍କ ହାଇ ଡିମାଣ୍ଡ, ୧୪.୨୦ କୋଟିରେ କିଣିଲା ଚେନ୍ନାଇ

ନୂଆଦିଲ୍ଲୀ,୧୬।୧୨: IPL ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଅନ୍‌କ୍ୟାପ୍ଡ୍ ଖେଳାଳି ଭାବେ ଉତ୍ତର ପ୍ରଦେଶର ଯୁବ ତାରକା ପ୍ରଶାନ୍ତ ବୀର ରେକର୍ଡ କରିଛନ୍ତି। ଚେନ୍ନାଇ ସୁପର...

”ପ୍ରଦୂଷଣ ହ୍ରାସ ଅସମ୍ଭବ”, ସାଧାରଣ ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୬।୧୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଗିଡ଼ି ଯାଉଥିବା ବାୟୁ ଗୁଣବତ୍ତାକୁ ନେଇ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିରସା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କ୍ଷମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri