ବୈଦ୍ୟୁତିକ ବିକଳ୍ପ ଡିଜିଟାଲ ମୁଦ୍ରା

ନୂଆଦିଲ୍ଲୀ, ୩ା୨: ସମ୍ପ୍ରତି ସାରା ବିଶ୍ୱ ଡିଜିଟାଲାଇଜେଶନ ମୁହଁ। ହୋଇଥିବାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କାର୍ଯ୍ୟକୁ ଆହୁରି ସହଜ କରିବାରେ ଲାଗିଛି। ନଗଦ କାରବାର କମିବା ସହ ଅନ୍‌ଲାଇନ ଟ୍ରାଞ୍ଜାକଶନର ଚାହିଦା ବଢ଼ିଛି। ଏହି କ୍ରମରେ ମଣିଷର ଆବଶ୍ୟକତା ପୂରଣ ଦିଗରେ ମୁଦ୍ରାର ବୈଦ୍ୟୁତିକ ବିକଳ୍ପ ଭାବେ ସ୍ଥାନ ନେଉଛି କ୍ରିପ୍ଟୋକରେନ୍ସି। ଏହାକୁ ଆପଣାଇବା ପାଇଁ ସବୁଠି ଉତ୍ସାହ ବଢ଼ୁଛି। ଅନେକ ଦେଶର ସରକାର ନିଜସ୍ବ ସ୍ବତନ୍ତ୍ର ଡିଜିଟାଲ ମୁଦ୍ରା ଆଣିଛନ୍ତି। ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୨୨-୨୩ ଆର୍ଥିକ ବର୍ଷରେ ଅଫିସିଆଲ ଡିଜିଟାଲ ରୁପି ଆଣିବ ବୋଲି ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଛନ୍ତି। ଏହାର ବ୍ୟବହାରକୁ ନେଇ ଏବେ ଉତ୍ସାହ ଓ ଚର୍ଚ୍ଚା ଲାଗି ରହିଛି।

କ୍ରିପ୍ଟୋକରେନ୍ସି କ’ଣ

ବଡ଼ ବଡ଼ କମ୍ପ୍ୟୁଟରଗୁଡିକ ଏକ ନିର୍ଦ୍ଦିଷ୍ଟ ଫର୍ମୁଲା କିମ୍ବା ଆଲ୍‌ଗୋରିଦମ ସମାଧାନ କରିଥାଏ। ଏହି ପ୍ରକ୍ରିୟାକୁ ମାଇନିଂ କୁହାଯାଏ। ଏଥିରୁ ଭର୍ଚୁଆଲ ମୁଦ୍ରା ବା କ୍ରିପ୍ଟୋକରେନ୍ସି ସୃଷ୍ଟି ହୁଏ। ଏହାକୁ ଫିଜିକାଲ ରୂପରେ ବ୍ୟବହାର କରିହେବ ନାହିଁ। କେବଳ ଅନ୍‌ଲାଇନ ଦ୍ୱାରା ଏହାର ଟ୍ରାଞ୍ଜାକଶନ ସମ୍ଭବ। ବିଟ୍‌କଏନ, ଏଥେରମ୍‌ ଭଳି ବଜାରରେ ୪ ହଜାରରୁ ଊର୍ଦ୍ଧ୍ୱ ଭର୍ଚୁଆଲ ମୁଦ୍ରା ଉପଲବ୍ଧ। ଭାରତୀୟ ଟଙ୍କାକୁ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କରିବା ଭଳି ସାଧାରଣ ମୁଦ୍ରାଗୁଡ଼ିକୁ ବିଭିନ୍ନ ସଂସ୍ଥା ପରିଚାଳନା କରିଥାଏ। କିନ୍ତୁ କ୍ରିପ୍ଟୋକରେନ୍ସିକୁ କୌଣସି ସଂସ୍ଥା ପରିଚାଳନା ବା ନିୟନ୍ତ୍ରଣ କରି ନ ଥାଏ।

କ୍ୟାଶ୍‌-ଡିଜିଟାଲ ଟଙ୍କା ବିନିମୟ ହୋଇପାରିବ

ପାର୍ଲାମେଣ୍ଟରେ ମଙ୍ଗଳବାର ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଭାରତର ଅଫିସିଆଲ ଡିଜିଟାଲ ଟଙ୍କା ଆସିବ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଡିଜିଟାଲ ମୁଦ୍ରାକୁ ନଗଦ ଟଙ୍କା ସହ ବିନିମୟ କରାଯାଇପାରିବ ଏବଂ ଫିନ୍‌ଟେକ୍‌ (ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବାକୁ ସକ୍ଷମ କରିବା ପାଇଁ ବ୍ୟବହୃତ କମ୍ପ୍ୟୁଟର ପ୍ରୋଗ୍ରାମ ଓ ପ୍ରଯୁକ୍ତିବିଦ୍ୟା) କ୍ଷେତ୍ର ପାଇଁ ଏହା ନୂଆ ସୁଯୋଗ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବୁଧବାର ଭାଜପା ଦ୍ୱାରା ଆୟୋଜିତ ‘ଆତ୍ମନିର୍ଭର ଅର୍ଥବ୍ୟବସ୍ଥା’ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଥିଲେ, କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) ବା ଡିଜିଟାଲ ଟଙ୍କା ଅନ୍‌ଲାଇନ କାରବାରକୁ ଆହୁରି ସୁରକ୍ଷିତ କରିବ। ଆଗାମୀ ବର୍ଷରେ ଏହା ଡିଜିଟାଲ ଇକୋନୋମିକୁ ମଜଭୁତ କରିବ। ଆମେ ବ୍ୟବହାର କରୁଥିବା ଫିଜିକାଲ ଟଙ୍କାର ଏହା ଡିଜିଟାଲ ରୂପ ହେବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ତାହାକୁ ନିୟନ୍ତ୍ରଣ କରିବ। କ୍ୟାଶ୍‌କୁ ଡିଜିଟାଲ ଟଙ୍କା ସହିତ ଏକ୍ସଚେଞ୍ଜ ବା ବିନିମୟ କରାଯିବା ଭଳି ବ୍ୟବସ୍ଥା ରହିବ। ଅର୍ଥାତ କେହି ଡିଜିଟାଲ ଟଙ୍କାରେ ପେମେଣ୍ଟ କଲେ ତାହାକୁ କ୍ୟାଶରେ ବଦଳା ଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ଡିଜିଟାଲ ମୁଦ୍ରା ଫିନ୍‌ଟେକ୍‌ ସେକ୍ଟରରେ ବୈପ୍ଲବିକ ପରିବର୍ତ୍ତନ ଆଣି ନଗଦ ପରିଚାଳନା, ମୁଦ୍ରଣ, ଲଜିଷ୍ଟିକ୍‌ ମ୍ୟାନେଜମେଣ୍ଟ ବୋଝକୁ ହାଲୁକା କରିବ ବୋଲି ସେ ପ୍ରକାଶ କରିଛନ୍ତି।

ବ୍ଲକ୍‌ ଚେନ୍‌

ବ୍ଲକ୍‌ଚେନ୍‌ ବିଭିନ୍ନ କ୍ରିପ୍ଟୋକରେନ୍ସି କାରବାର ରେକର୍ଡ କାର୍ଯ୍ୟକଳାପରେ ବ୍ୟବହୃତ ହୋଇଥାଏ। ପ୍ରତ୍ୟେକ ଡିଜିଟାଲ କଏନର ଏକ ସ୍ବତନ୍ତ୍ର ବ୍ଲକ୍‌ଚେନ୍‌ ରହିଥାଏ, ଯାହା କି ପରସ୍ପରଠାରୁ ଅଲଗା। ଏହା ସୂଚନା ରେକର୍ଡିଂ କରିବାରେ ସୁରକ୍ଷିତ ପ୍ରଣାଳୀ ବ୍ୟବହାର କରିଥାଏ। ଏକ ବ୍ଲକରେ ସୀମିତ ସଂଖ୍ୟକ କାରବାର ରେକର୍ଡ ହୋଇପାରିବ। ଗୋଟିଏ ବ୍ଲକ ପୂରଣହେବା ପରେ ଅନ୍ୟ ବ୍ଲକରେ ଟ୍ରାଞ୍ଜାକଶନ ରେକର୍ଡ ହୋଇଥାଏ। ଏହିପରି ଭାବେ ଗୋଟିଏ ବ୍ଲକ୍‌ ପରବର୍ତ୍ତୀ ବ୍ଲକ ସହିତ ସଂଯୋଗ ହୋଇଥାଏ। ଏହି ଶୃଙ୍ଖଳାକୁ ବ୍ଲକ୍‌ଚେନ୍‌ କୁହାଯାଏ। ସାଧାରଣତଃ ବ୍ଲକ୍‌ଚେନ୍‌ ଟେକ୍ନୋଲୋଜି ସିଷ୍ଟମ୍‌ରେ କୌଣସି ପରିବର୍ତ୍ତନ ତଥା ହ୍ୟାକିଂ କରାଯିବା ହ୍ୟାକରଙ୍କ ପାଇଁ ବେଶ୍‌ କଷ୍ଟକର।

କିପରି କାମ କରେ

ପ୍ରତ୍ୟେକ କ୍ରିପ୍ଟୋକରେନ୍ସି କାରବାର ବାବଦ ତଥ୍ୟ ବିଶ୍ୱର ବିଭିନ୍ନ କମ୍ପ୍ୟୁଟରରେ ରେକର୍ଡ କରାଯାଏ। ଅର୍ଥାତ କୌଣସି ଗୋଟିଏ କମ୍ପ୍ୟୁଟରରେ ସମସ୍ତ ସୂଚନା ନ ଥାଏ। ଏହି କ୍ଷେତ୍ରରେ ବ୍ୟାଙ୍କ ପରି କୌଣସି ତୃତୀୟ ପକ୍ଷର ଆବଶ୍ୟକତା ମଧ୍ୟ ପଡ଼ି ନ ଥାଏ। ୨୦୦୮ ରେ ବିଟକଏନ୍‌ ନାମରେ ବେଶ ଜଣାଶୁଣା କ୍ରିପ୍ଟୋକରେନ୍ସି ସୃଷ୍ଟି କରାଯାଇଥିଲା। ୨୦୦୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଟ୍‌କଏନ କେବେ କେଉଁ ଓ୍ବାଲେଟ୍‌କୁ କିଣାଯାଇଥିଲା କିମ୍ବା ବିକ୍ରି କରାଯାଇଥିଲା ସେ ସମ୍ପର୍କିତ ସମସ୍ତ ତଥ୍ୟ ରେକର୍ଡ ରହିଛି। କିନ୍ତୁ କେଉଁ ଓ୍ବାଲେଟ କେଉଁ ବ୍ୟକ୍ତିଙ୍କର ତାହା ଏଥିରୁ ଜାଣିହେବ ନାହିଁ। ଆମେ ଟଙ୍କା ରଖିବା ପାଇଁ ସାଧାରଣତଃ ପର୍ସ ବା ଓ୍ବାଲେଟ ବ୍ୟବହାର କରିଥାଉ। ସେହିପରି କ୍ରିପ୍ଟୋକରେନ୍ସି ରଖିବା ନିମନ୍ତେ ଏକ ଡିଜିଟାଲ ଓ୍ବାଲେଟ ଆବଶ୍ୟକ ପଡ଼ିଥାଏ। ଏହି ଓ୍ବାଲେଟ ଖୋଲିବା ପାଇଁ ପାସ୍‌ଓ୍ବାର୍ଡ ଦରକାର ପଡେ। ପ୍ରତ୍ୟେକ ଡିଜିଟାଲ ଓ୍ବାଲେଟ୍‌ର ଏକ ଠିକଣା ମଧ୍ୟ ରହିଥାଏ। ଏହି ଓ୍ବାଲେଟ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କ ଓ୍ବାଲେଟକୁ କ୍ରିପ୍ଟୋ ଟ୍ରାଞ୍ଜାକଶନ କରିପାରିଥାନ୍ତି।

ଡିଜିଟାଲ ରୁପି ବନାମ କ୍ରିପ୍ଟୋକରେନ୍ସି

ବିଟ୍‌କଏନ୍‌ର ନିର୍ମାତା ସତୋଶି ନାକାମୋଟୋ ବିଟ୍‌କଏନ ଉପରେ ଏକ ହାର୍ଡକ୍ୟାପ୍‌ ବା ସର୍ବାଧିକ ୨ କୋଟି ୧୦ ଲକ୍ଷ ପର୍ଯ୍ୟନ୍ତ ସୀମା ରଖିଛନ୍ତି। ତେଣୁ ଏହାର ଯୋଗାଣ ସୀମିତ। ଫଳରେ ଏହାର ମୂଲ୍ୟରେ ଦ୍ରୁତ ବୃଦ୍ଧି ଓ ହ୍ରାସ ଦେଖିବାକୁ ମିଳେ। କିନ୍ତୁ ଡିଜିଟାଲ ଟଙ୍କାର ମୂଲ୍ୟ ଏପରି ପରିବର୍ତ୍ତନ ହୋଇପାରିବ ନାହିଁ। ଡିଜିଟାଲ୍‌ ଟଙ୍କା କେବଳ ଆମ କାରବାର ପଦ୍ଧତିକୁ ପରିବର୍ତ୍ତନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri