ବିଦ୍ୟୁତ୍‌ ଆଘାତ, ଦୁର୍ଘଟଣାଗ୍ରସ୍ତଙ୍କୁ ମିଳୁନି କ୍ଷତିପୂରଣ

ଛତ୍ରପୁର,୬ା୯(ଡି.ଏନ.ଏ.): ଛତ୍ରପୁର ସ୍ଥିତ ଡିଆର୍‌ଡିଏ ଜଉଗଡ଼ ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗଜନ ସମାଧାନ ଜଣଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଜନସାଧାରଣମାନେ ସେମାନଙ୍କ ଅଭିଯୋଗ କରିଥିଲେ। ଏହି ଅବସରରେ ଗଞ୍ଜାମ ବ୍ଲକ ବୋରିଗାଁର ଭ୍ରମର ପଲାଇଙ୍କ ୮ବର୍ଷର ପୁଅ ରୁଦ୍ର ପଲାଇ ଛାତ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ୨୧ ସେପ୍ଟମ୍ବର ୨୦୨୧ରେ ନିଜ ଘର ଛାତ ଉପରେ ଖେଳୁଥିବା ବେଳେ ଏହି ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଛାତ ଉପରେ ମାତ୍ର କିଛି ଦୁରରେ ରହିଥିଲା ଏହି ୧୧ କେଭି ତାର । ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ଏହି ଦୃର୍ଘଟଣା ଘଟିଥିବା ସୋମବାର ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭ୍ରମର ପଲାଇ କହିଥିଲେ। ଏଯାବତ ବିଦ୍ୟୁତ୍‌ ତାର ଉକ୍ତ ସ୍ଥାନରୁ ହଟାଯାଇନାହିଁ କି କୌଣସି କ୍ଷତିପୁରଣ ମିଳିନଥିବା କହିଥିଲେ। ବାରମ୍ବାର ବିଭାଗକୁ ଅବଗତ କରାଉଥିଲେ ବି କୌଣସି ସୁଫଳ ମିଳୁନଥିବା ଜିଲାପାଳଙ୍କ ନିକଟରେ କହିଥିଲେ। ପୁଅର ଚିକିତ୍ସା ପାଇଁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ବିଦ୍ୟୁତ୍‌ ବିଭାଗ କନିଷ୍ଠଯନ୍ତ୍ରୀ ଆସି କେବଳ ଫୋଟ ଉଠାଇନେଇଛନ୍ତି। ତୁରନ୍ତ କ୍ଷତି ପୁରଣ ଏବଂ ବିଦ୍ୟୁତ୍‌ ତାର ହଟାନଗଲେ ବିଦ୍ୟୁତ ବିଭାଗ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଭ୍ରମର ଚେତାବନୀ ଦେଇଛନ୍ତି। ସେହିପରି ଭିକାରାପଲ୍ଲୀ ପଞ୍ଚାୟତର କେଉଟପଲ୍ଲୀ ଗ୍ରାମର ରାଜେନ୍ଦ୍ର ବେହେରା ଜଣେ ଭିନ୍ନକ୍ଷମ। ସଡ଼କ ଦୃର୍ଘଟଣାରେ ସେ ଦୁଇଟି ଗୋଡ ହରାଇଛନ୍ତି । କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ରାଶନ କାର୍ଡ, ଦିବ୍ୟାଙ୍ଗ ଭତ୍ତା କିମ୍ବା ବ୍ୟାବସାୟୀ କରିବା ପାଇଁ ଲୋନ ମିଳୁନଥିବା ଜିଲାପାଳଙ୍କୁ କହିଥିଲେ। ସେହିପରି ଜିଲାର ବିଭିନ୍ନ ଅଞ୍ଚଳରୁ ଇନ୍ଦିରା ଆବାସ, ଭତ୍ତା ଆଦି ବହୁ ଅଭିଯୋଗ ଉପରେ ଜିଲାପାଳ ଶୁଣାଣି କରିଥିଲେ। ଏହି ଶିବିରରେ ମୋଟ ୧୬୯ ଅଭିଯୋଗ ଆସିଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କିର୍ତ୍ତୀ ଭାସନ, ଅତିରିକ୍ତ ଜିଲାପାଳ ଲିନା କୁମାରୀ ଖେସ, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣି ଦାସ, ଉପଖ ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମାଙ୍କ ସମେତ ବିଭିନ୍ନ ବିବାଗର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri