ରାସ୍ତା ସମ୍ପ୍ରସାରଣରେ ବିଦ୍ୟୁତ୍‌ ଖୁଣ୍ଟ, ଜବରଦଖଲ ବାଧକ

ଅସ୍ତରଙ୍ଗ,୬।୧୦ (ମମତା ଜେନା): ପୁରୀ ଜିଲାର ଅସ୍ତରଙ୍ଗ ଠାରୁ ପର୍ଯ୍ୟଟନ କ୍ଷେତ୍ର ପିର ଜହାନିଆ ବେଳାଭୂମି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ବାଧକ ସାଜିଛି ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ଓ ଜବରଦଖଲ। ବିଦୁତ ଖୁଣ୍ଟ ଉଠାଇବା ପାଇଁ ବିଭାଗୀୟ ଅଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି ଲେଖିବା ସହ ରାସ୍ତା କଡ଼ରେ ଥିବା ଜବରଦଖଲ ଉଚ୍ଛେଦ ପାଇଁ ଅସ୍ତରଙ୍ଗ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ ଅଦ୍ୟାବଧି କିଛି ସୁଫଳ ମିଳିନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏହି ସମ୍ବେଦନଶୀଳ ରାସ୍ତା କାର୍ଯ୍ୟ ୨୦୨୪ ମାର୍ଚ୍ଚ ସୁଦ୍ଧା ସାରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ବିଦ୍ୟୁତ ଖୁଣ୍ଟ, ଜବରଦଖଲ ବାଧକ ଥିବାରୁ ରାସ୍ତା କାର୍ଯ୍ୟ କିପରି ସରିବ ତାହା ଅଦ୍ୟାବଧି ଜଣାପଡ଼ିନାହିଁ। ଆହୁରି ମଧ୍ୟ କୋଟି କୋଟି ଟଙ୍କା ବ୍ୟୟରେ ଗଙ୍ଗାଦେବୀ ମନ୍ଦିର ନିକଟରେ ଚାଲୁଥିବା ପର୍ଯ୍ୟଟକଙ୍କ ରହଣି ପାଇଁ ସ୍ଥାୟୀ ଇକୋ ରିଟ୍ରିଟ୍‌ କାର୍ଯ୍ୟ ଡିସେମ୍ବର ସୁଦ୍ଧା ସରିଲେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ୍‌ କରାଯିବାର ପ୍ରସ୍ତାବ ରହିଛି ବୋଲ ପୁରୀ ଜିଲା ବନ ଅଧିକାରୀ ତଥା ଡିଏଫଓ ପି. ରାମାସ୍ବାମୀ କହିଛନ୍ତି। ଏ ବିଷୟରେ ନିମାପଡ଼ାର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସତ୍ୟଜିତ ଦଳାଇ, କାକଟପୁର ସହକାରୀ ଯନ୍ତ୍ରୀ ତ୍ରିଲୋଚନ ପାତ୍ର ଓ ଅସ୍ତରଙ୍ଗ ବ୍ଲକ କନିଷ୍ଠ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ତାଡ଼ କହିଛନ୍ତି କି ଆମେ ଚିଠି ଲେଖି ଜଣାଇଛୁ, ଯେତେଶୀଘ୍ର ବିଦ୍ୟୁତ୍‌ ଖୁଣ୍ଟ ଓ ରାସ୍ତା ଜବରଦଖଲ ହଟିବ ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ରାସ୍ତା କାର୍ଯ୍ୟ ସରିବା ପାଇଁ ପ୍ରସ୍ତୁତ ରହିଛୁ। ଏହାକୁ ଗୁରୁତର ସହ ବିଚାର କରି ଜିଲାପାଳ ତଥା ୫-ଟି ସଚିବ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri