ଭାରତ-ପାକିସ୍ତାନ-ଆମେରିକା ସହିତ ୭୮ ଦେଶରେ ହେବ ନିର୍ବାଚନ: ୨୦୨୪ ନିର୍ବାଚନର ବର୍ଷ…

ଓ୍ବାଶିଂଟନ,୨୧।୧୨ : ଆସନ୍ତା ବର୍ଷରେ ଅର୍ଥାତ ୨୦୨୪ ରେ ଭାରତରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଭାରତର ପଡୋଶୀ ବାଂଲାଦେଶ ଏବଂ ପାକିସ୍ତାନରେ ମଧ୍ୟ ନିର୍ବାଚନ ହେବ। ଏହି ନିର୍ବାଚନ ଚକ୍ର କେବଳ ଦକ୍ଷିଣ ଏସିଆରେ ସୀମିତ ନୁହେଁ। ୨୦୨୪ ସମଗ୍ର ବିଶ୍ୱ ପାଇଁ ଏକ ନିର୍ବାଚନ ବର୍ଷ ହେବାକୁ ଯାଉଛି। ୨୦୨୪ରେ ବିଶ୍ୱର ୭୮ଟି ଦେଶରେ ୮୩ଟି ନିର୍ବାଚନ ହେବ। ଏହା ଜାତୀୟ ସ୍ତରୀୟ ଅବା ବିଧାନସଭା ନିର୍ବାଚନ ହେବ। ୱାଶିଂଟନ ସ୍ଥିତ ଥିଙ୍କ ଟାଙ୍କ ଆଟଲାଣ୍ଟିକ କାଉନସିଲ ଅନୁଯାୟୀ, ୨୦୨୪ ପରେ ଆସନ୍ତା ୨୪ ବର୍ଷ ପର୍ଯ୍ୟନ୍ତ ସାରା ବିଶ୍ୱରେ ଆଉ ଏତେ ସଂଖ୍ୟକ ନିର୍ବାଚନ ହେବ ନାହିଁ। ୨୦୪୮ ମସିହାରେ, ଏପରି ସମନ୍ବୟ ପୁନର୍ବାର ହୋଇପାରେ।

୨୦୨୪ ବର୍ଷରେ ଏସିଆ ମହାଦେଶରେ ସର୍ବାଧିକ ସଂଖ୍ୟକ ଭୋଟର ଭୋଟ ଦେବେ। ଚଳିତ ବର୍ଷ ବ୍ରାଜିଲ ଏବଂ ତୁର୍କୀରେ କୌଣସି ସାଧାରଣ ନିର୍ବାଚନ ହେବ ନାହିଁ କିନ୍ତୁ ସେଠାରେ ସ୍ଥାନୀୟ ନିର୍ବାଚନ ହେବ ଯେଉଁଥିରେ ସମଗ୍ର ଦେଶ ଅଂଶଗ୍ରହଣ କରିବେ। ସେହିଭଳି ୟୁରୋପୀୟ ୟୁନିଅନର ୨୭ ସଦସ୍ୟ ଦେଶ ପରବର୍ତ୍ତୀ ସଂସଦ ଚୟନ କରିବେ।

ଦି ଇକୋନୋମିଷ୍ଟ ଅନୁଯାୟୀ, ଯେଉଁ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ସେମାନେ ଜତ-୨୦ ଏବଂ ଜି-୭ ପରି ବିଶ୍ୱର କେତେକ ଶକ୍ତିଶାଳୀ ଗୋଷ୍ଠୀର ଅଂଶ ଅଟନ୍ତି। ଯାହାର ଅର୍ଥ ହେଉଛି ସେମାନଙ୍କର ନିର୍ବାଚନ ଫଳାଫଳ ଭୌଗୋଳିକ ପ୍ରଭାବ ପକାଇବ ଏବଂ ଅନ୍ତର୍ଜାତୀୟ ପରିସ୍ଥିତିକୁ ମଧ୍ୟ ପ୍ରଭାବିତ କରିବ। ଆମେରିକାରେ ୨୦୨୪ରେ ନିର୍ବାଚନ ହେବାକୁ ଯାଉଛି।
୨୦୨୪ର ପ୍ରଥମ ମାସରେ ୭ ଜାନୁଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବ। ଏହା ପରେ, ଫେବୃଆରୀରେ ବିଶ୍ୱର ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦୁଇ ଦେଶ ପାକିସ୍ଥାନ ଏବଂ ଇଣ୍ଡୋନେସିଆରେ ଗୋଟିଏ ସପ୍ତାହ ବ୍ୟବଧାନରେ ନିର୍ବାଚନ ଅନୁଷ୍ଠିତ ହେବ।

ମେ ମାସରେ ଦକ୍ଷିଣ ଆଫ୍ରିକାରେ ନିର୍ବାଚନ ଅନୁଷ୍ଠିତ ହେବ। ଦକ୍ଷିଣ ଆଫ୍ରିକାର ଆଲଜେରିଆ, ବୋତ୍ସଓ୍ବାନା, ଚାଦ, କୋମୋରୋସ, ଘାନା, ମରିସାନିଆ, ମରିସସ ମୋଜାମ୍ବିକ, ନାମ୍ବିଆ, ରୁୱାଣ୍ଡା, ସେନେଗାଲ, ସୋମାଲିଆନ, ଦକ୍ଷିଣ ସୁଦାନ, ଟ୍ୟୁନିସିଆ ଏବଂ ଟୋଗୋରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ।

ୟୁରୋପରେ ମଧ୍ୟ ଆସନ୍ତା ବର୍ଷରେ ଅନେକ ଦେଶରେ କ୍ଷମତା ପାଇଁ ଲଢ଼େଇ ହେବ। ୨୦୨୪ ରେ ୟୁରୋପରେ ୧୦ ରୁ ଅଧିକ ସଂସଦ ଏବଂ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଯେଉଁ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ସେଥିରେ ଫିନଲାଣ୍ଡ, ବେଲାରୁଷ, ପର୍ତ୍ତୁଗାଲ, ୟୁକ୍ରେନ, ସ୍ଲୋଭାକିଆ, ଲିଥୁଆ, ଆଇସଲାଣ୍ଡ, ବେଲଜିୟମ, ୟୁରୋପୀୟ ସଂସଦ, କ୍ରୋଏସିଆ, ଅଷ୍ଟ୍ରିଆ, ଜର୍ଜିଆ, ମୋଲଡୋଭା ଏବଂ ରୋମାନିଆ ଅନ୍ତର୍ଭୁକ୍ତ।

ଆସନ୍ତା ବର୍ଷ ୟୁରୋପୀୟ ୟୁନିଅନର ୨୭ଟି ଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ଫ୍ରାନ୍ସ, ଜର୍ମାନୀ ଏବଂ ସ୍ବିଡେନ ଭଳି ଦେଶ ଏଥିରେ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri