ରବିବାର ନେପାଳରେ ନିର୍ବାଚନ, ବିରୋଧ କରୁଥିବା କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ଗିରଫ…

କାଠମାଣ୍ଡୁ,୧୯।୧୧ : ନେପାଳରେ ରବିବାର ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଶନିବାର ନେପାଳ କମ୍ୟୁନିଷ୍ଟ ପାର୍ଟି (କାନ୍ତିକାରୀ ମାଓବାଦୀ)ର ୬ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ହେବାକୁ ଥିବା ସାଧାରଣ ନିର୍ବାଚନ ବିରୋଧରେ ଏହି ଦଳର ସଦସ୍ୟମାନେ ସ୍ଲୋଗାନ ଦେଉଥିଲେ।

କାଠମାଣ୍ଡୁ ଘାଟି ପୋଲିସ ଅଧିକାରୀ ସୀତାରାମ ରିଜାଲ କହିଛନ୍ତି ଯେ ଗିରଫ କରାଯାଇ ଲୋକଙ୍କୁ ଦରବାର ମାର୍ଗରେ ରଖାଯାଇଛି। ଏହି ବିକ୍ଷୋଭକାରୀମାନେ ସାଧାରଣ ନିର୍ବାଚନ ବିରୋଧରେ କମ୍ୟୁନିଷ୍ଟ ଦଳର ଏକ ମିଳିତ ମଞ୍ଚର ପ୍ରତିନିଧିତ୍ୱ କରୁଥିଲେ।

ଏହାପୂର୍ବରୁ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଦେଶର ନାଗରିକମାନଙ୍କୁ ନିର୍ବାଚନରେ ମତଦାନ କରିବାକୁ ନିବେଦନ କରିଛନ୍ତି। ଏକ ଟୁଇଟରେ ସେ ନାଗରିକମାନଙ୍କୁ ନେପାଳୀ କଂଗ୍ରେସ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ଦେଶର ଏକ ଅଗ୍ରଣୀ ଖବରକାଗଜ ଅନୁଯାୟୀ ନେପାଳ ସରକାର ନଭେମ୍ବର୨୦ ରେ ହେବାକୁ ଥିବା ନିର୍ବାଚନ ପାଇଁ ଦୁଇ ଦିନିଆ ସାଧାରଣ ଛୁଟି ଘୋଷଣା କରିଛନ୍ତି। ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଧନୀନ୍ଦ୍ର ମଣି ପୋଖରେଲ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେ ଲୋକସଭା ଏବଂ ପ୍ରାଦେଶିକ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ ଏବଂ ନଭେମ୍ବର ୨୧ କୁ ସାଧାରଣ ଛୁଟି ଘୋଷଣା କରାଯାଇଛି। ଏହାସହ ଏଥିରେ କୁହାଯାଇଛି ଯେ ମତଦାନ କେନ୍ଦ୍ର ଭାବରେ ନାମିତ ବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୧୮ ରୁ ୨୧ ପର୍ଯ୍ୟନ୍ତ ବନ୍ଦ ରହିବ।

ନେପାଳର ୨୭୫ ସଦସ୍ୟ ବିଶିଷ୍ଟ ଲୋକସଭା (ସଂସଦର ନିମ୍ନ ଗୃହ)ର ୧୬୫ ସଦସ୍ୟଙ୍କୁ ଚୟନ କରିବ। ଅବଶିଷ୍ଟ ୧୧୦ ଟି ସିଟ କ୍ଷେତ୍ରରେ ଆନୁପାତିକ ପ୍ରତିନିଧିତ୍ୱ ଆଧାରରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ରାଜ୍ୟସଭାରେ ୩୩୦ ଟି ଆସନ ପାଇଁ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri