Posted inରାଜ୍ୟ

ଆସୁଛି ନିର୍ବାଚନ, ଜାଣନ୍ତୁ କିପରି କରିବେ ଭୋଟର ଆଇଡି ପାଇଁ ଆବେଦନ ?

ଭୁବନେଶ୍ୱର,୧୦।୩: ଆଗକୁ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଆସୁଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ ନୂଆ ଯୁବ ଭୋଟର ସେମାନଙ୍କର ଭୋଟର ଆଇଡି କରି ସାରିଲେଣି। ଏବେ ମଧ୍ୟ ଭାରତୀୟ ନିର୍ବାଚନ ଆୟୋଗ ୧୮ ବର୍ଷ ଅତିକ୍ରମ କରିଥିବା ଭାରତୀୟ ଯୁବତୀ ଯୁବକ ମାନଙ୍କୁ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ସୁଯୋଗ ଦେଉଛନ୍ତି।

ଭୋଟର ଆଇଡି ଆବେଦନ ପାଇଁ ଜଣେ ପ୍ରାର୍ଥୀଙ୍କ ପାଖରେ ପାସପୋର୍ଟ ସାଇଜର ଫଟୋ, ବ୍ୟକ୍ତିଗତ ପରିଚୟ ପତ୍ର (ଆଧାର କାର୍ଡ, ପାସପୋର୍ଟ, ହାଇସ୍କୁଲ୍ ମାର୍କସିଟ) ଏବଂ ଠିକଣା ପରିଚୟ ପତ୍ର ଥିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବେ କିପରି କରିବେ ଆବେଦନ ?

  1. ପ୍ରଥମେ ନିର୍ବାଚନ ଆୟୋଗର ଭୋଟର ସର୍ଭିସ ସେବା ପୋର୍ଟାଲ https://voters.eci.gov.in/ କୁ ଯାଆନ୍ତୁ।
  2. ଏବେ ଫର୍ମ ୬ ତଳେ ଥିବା ଫିଲ୍ ଫର୍ମ ୬ ଉପରେ କ୍ଲିକ କରି ଏକ ଆକାଉଣ୍ଟ ଖୋଲନ୍ତୁ। ଏଥିରେ ଇମେଲ ଆଇଡି ଏବଂ ଫୋନ୍ ନମ୍ବର ଭଳି ଆବଶ୍ୟକ ତଥ୍ୟ ପ୍ରଦାନ କରନ୍ତୁ।
  3. ଥରେ ଏହି ଆକାଉଣ୍ଟ ଖୋଲିଗଲେ ଆପଣ ମୁଖ୍ୟ ଫର୍ମକୁ ଯାଇ ସେଠାରେ ବ୍ୟକ୍ତିଗତ ତଥ୍ୟ ଏବଂ ଯୋଗାଯୋଗ ସମ୍ପର୍କିତ ସୂଚନା ଏବଂ ଆଧାର କାର୍ଡ ଓ ଠିକଣା ଦେବାକୁ ପଡିବ।
  4. ଏହାପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟର ସ୍କାନ୍ କପି ଅପଲୋଡ଼ କରିବାକୁ ପଡିବ।
  5. ସମସ୍ତ ତଥ୍ୟ ସେଇ ସାରିବା ପରେ ଫର୍ମକୁ ଭଲ ଭାବେ ପଢିନେବେ ଏବଂ ସର୍ବମିଟ କରିବେ।
  6. ଏହାପରେ ନିୟମିତ ଭାବେ ନିଜର ଆବେଦନ ପତ୍ରକୁ ଯାଞ୍ଚ କରୁଥିବେ।
  7. ଆପଣ ଫର୍ମ୬ କୁ ଡାଉନଲୋଡ଼ କରି ଅଫଲାଇନ ମାଧ୍ୟମରେ ନିକଟସ୍ଥ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ଦାଖଲ କରିପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri