ଆଗକୁ ନିର୍ବାଚନ: କଟକରେ ଯବାନଙ୍କ ଫ୍ଲାଗ୍‌ମାର୍ଚ୍ଚ

କଟକ,୪ା୩ (କାର୍ତ୍ତିକ ସାହୁ): ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନକୁ ଶାନ୍ତି, ଶୃଙ୍ଖଳା ସହ ଅବାଧ, ନିରପେକ୍ଷ ପରିଚାଳନା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ(ସିଆରପିଏଫ୍‌) ଯବାନମାନେ କଟକରେ ପହଞ୍ଚିଛନ୍ତି। କଟକ କମିସନରେଟ ପୋଲିସ ସହିତ ମିଳିତ ଭାବେ ସିଆର୍‌ପିଏଫ ଯବାନ ସୋମବାର ସହର ମଧ୍ୟରେ ଫ୍ଲାଗମାର୍ଚ୍ଚ କରିଛନ୍ତି। କଟକ ଡିସିପିଙ୍କ କାର୍ଯ୍ୟାଳୟରେ କମିଶନରେଟ ପୋଲିସ ସହିତ କେନ୍ଦ୍ରୀୟ ଫୋର୍ସର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ସମ୍ବେଦନଶୀଳ ଅଞ୍ଚଳ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି।
ସୂଚନା ମୁତାବକ, କମିଶନରେଟ ପୋଲିସ ଓ ସିଆରପିଏଫ ଯବାନମାନେ ସୋମବାର ଅପରାହ୍ନ ୫ଟାରେ ଚଣ୍ଡିମନ୍ଦିର ନିକଟରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରିଥିଲେ। ସଶସ୍ତ୍ର ଫୋର୍ସ ମିଶନ ରୋଡ୍‌, ସୂତାହାଟ, ଓଡ଼ିଆ ବଜାର, ଗଙ୍ଗାମନ୍ଦିର ଲେନ୍‌ ରାସ୍ତାରେ ଦରଘାବଜାର ଥାନା ନିକଟରେ ରାତି ପ୍ରାୟ ୭ଟାରେ ପହଞ୍ଚିଥିଲା। ଏଥିରେ ସିଆର୍‌ପିଏଫର ଗୋଟିଏ କମ୍ପାନୀ(୧୩୫ ଜଣ ଫୋର୍ସ) ସାମିଲ ହୋଇଥିଲେ।
ଅତିରିକ୍ତ ଡିସିପି ତରୁଣ କୁମାର ଦାସ ଏହାର ନେତୃତ୍ୱ ନେଇଥିଲେ। କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ପ୍ରମୋଦ କୁମାର ପଟ୍ଟନାୟକ, ଲାଲବାଗ ଥାନା ଆଇଆଇସି ଦୟାନିଧି ନାୟକ, ଦରଘାବଜାର ଥାନା ଆଇଆଇସି ଚିନ୍ତେଶ୍ବର ମୁଣ୍ଡ, ଆରଆଇ(ରିଜର୍ଭ ଇନସ୍ପେକ୍ଟର) ଦିଲ୍ଲୀପ କୁମାର ବେହେରା ଏଥିରେ ସାମିଲ ଥିଲେ। ସିଆରପିଏଫ୍‌ ଯବାନଙ୍କ ସହ ଡିସିପି ଅଫିସରେ ହୋଇଥିବା ବୈଠକରେ କଟକ ସହରରେ ସମ୍ବେଦନଶୀଳ ବୁଥ, ରାସ୍ତା ଓ ଗଳି କନ୍ଦି ସମ୍ପର୍କରେ ଆଲୋଚନା ହୋଇଥିଲା। ସିଆର୍‌ପିଏଫ୍‌ ଯବାନମାନଙ୍କୁ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri