Posted inଜାତୀୟ

କଶ୍ମୀରକୁ ରାଜ୍ୟ ମାନ୍ୟତା ପରେ ନିର୍ବାଚନ: ଗୁପ୍‌କାର ମେଣ୍ଟ

ନୂଆଦିଲ୍ଲୀ, ୬।୭: ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାର ରାଜ୍ୟ ମାନ୍ୟତା ଫେରାଇବା ପରେ ସେଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପିପୁଲ୍ସ ଆଲିଆନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ (ଗୁପ୍‌କାର ମେଣ୍ଟ) ପକ୍ଷରୁ ସୋମବାର କୁହାଯାଇଛି। ଗତ ମାସ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ସବୁ ରାଜନୈତିକ ଦଳର ନେତାମାନଙ୍କ ସହ ବୈଠକ କରିଥିଲେ। ଏହା ପରେ ପ୍ରଥମ ଥର ପାଇଁ ଗୁପ୍‌କାର ମେଣ୍ଟ ସର୍ବସାଧାରଣରେ ଉପରୋକ୍ତ ମନ୍ତବ୍ୟ ଦେଇଛି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ସମ୍ବାଧାନର ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲା। ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ। ତେବେ ଏହି ବୈଠକର ନିଷ୍କର୍ଷକୁ ନେଇ ମେଣ୍ଟ ଅସନ୍ତୋଷ ବ୍ୟକ୍ତ କରିଛି। ଏପର୍ଯ୍ୟନ୍ତ କଶ୍ମୀରର କେତେଜଣ ରାଜନୈତିକ ନେତାଙ୍କୁ ଗୃହବନ୍ଦୀ ରଖାଯାଇଛି। ବୈଠକରେ ଆସ୍ଥା ସ୍ଥାପନ ପଦକ୍ଷେପ ସ୍ବରୂପ ସେମାନଙ୍କୁ ମୁକ୍ତ କରିବା କିମ୍ବା ଅନ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ପ୍ରଥମ ଥର ପାଇଁ ଗୁପ୍‌କାର ମେଣ୍ଟର ନେତାମାନେ ସୋମବାର ଶ୍ରୀନଗରରେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି, ଦଳର ମୁଖପାତ୍ର ଏମ୍‌.ଓ୍ବାଇ. ତାରିଗାମି, ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ପ୍ରମୁଖ। ଜମ୍ମୁ-କଶ୍ମୀରକୁ ସୀମା ପୁନଃ ନିର୍ଦ୍ଧାରଣ କମିଶନ ସଦସ୍ୟମାନେ ଯିବା ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri