Posted inଜାତୀୟ

୨୦୦୪ରେ ଭାଜପାର ଏହି ହେଭିଓ୍ବେଟ୍‌ ନେତାଙ୍କୁ ହରାଇ ହଇଚଇ ସୃଷ୍ଟି କରିଥିଲେ ଗୋବିନ୍ଦା, କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୨୯।୩: ୧୪ ବର୍ଷର ବଡ଼ ବ୍ୟବଧାନ ପରେ ଅଭିନେତା ଗୋବିନ୍ଦା ପୁଣିଥରେ ରାଜନୀତିକୁ ଫେରିଛନ୍ତି। ଲୋକ ସଭା ନିର୍ବାଚନ ୨୦୨୪ର ଠିକ୍‌ ପୂର୍ବରୁ ସେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଗୁରୁବାର ସେ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନାରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ ୨୦୦୪ରୁ ୨୦୦୯ ମଧ୍ୟରେ ରାଜନୀତିରେ ନିଜର ପୁରୁଣା ଦିନକୁ ମନେପକାଇବା ସହ ୨୦୧୦ରୁ ୨୦୨୪ ଯାଏ ବନବାସରେ ଥିବା କହିଛନ୍ତି।

ଗୋବିନ୍ଦା କହିଛନ୍ତି, ଏହି ବନବାସ ସମାପ୍ତ ହୋଇଛି। ମୁଁ ଶିନ୍ଦେଙ୍କ ନେତୃତ୍ୱରେ ରାମ ରାଜ୍ୟରେ ପ୍ରବେଶ କରିଛି। ଶିବସେନାର ସ୍ବଚ୍ଛ ଆଭିମୁଖ୍ୟ ମୋତେ ପ୍ରେରଣା ଦେଇଛି। ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁତ ଭଲ ମଣିଷ ବୋଲି କହିଛି। ଆମେ ଗତ ୨ ବର୍ଷରେ ଏଠାରେ(ବମ୍ବେ) ସେଭଳି ସ୍ତରର ପ୍ରଗତି ଦେଖିଛୁ, ଯେଉଁଭଳି ଆମେ ୧୦ ବର୍ଷରେ ଦେଶରେ ଦେଖିଛୁ। ଆମେ ରାଜ୍ୟର ସୌନ୍ଦର୍ଯ୍ୟକରଣ, କଳା ଏବଂ ସଂସ୍କୃତିର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବୁ।

ତେବେ ଅଭିନେତାଙ୍କ ରାଜନୈତିକ କ୍ୟାରିୟର ବିଷୟରେ କହିଲେ, ସେ ୨୦୦୪ରେ ରାଜନୀତିରେ ଏଣ୍ଟ୍ରି କରିଥିଲେ। କଂଗ୍ରେସ ଟିକେଟରୁ ସେ ଲୋକ ସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସେ ଉତ୍ତର ବମ୍ବେ ଲୋକ ସଭା ଆସନରୁ ଭାଜପାର ବରିଷ୍ଠ ନେତା ରାମ ନାଇକଙ୍କୁ ୫୦ ହଜାର ଭୋଟରେ ହରାଇଥିଲେ। ଏହି ବିଜୟ ଅନେକଙ୍କୁ ଚମକାଇଥିଲା। ଭାଜପା ଗଡ଼ରେ ଏଭଳି ବିଜୟ ହାସଲ କରିଥିବାରୁ ତାଙ୍କ ବିଜୟ ଚର୍ଚ୍ଚାରେ ରହିଥିଲା।

ରାଜନୀତିରେ ତାଙ୍କର ଯାତ୍ରା କିନ୍ତୁ ଲମ୍ବା ନ ଥିଲା। ସେ ବଲିଉଡରୁ ଦୂରେଇ ଯାଉଥିବା ଅନୁଭବ କରି ୨୦୦୮ ଜାନୁୟାରୀ ୨୦ରେ ବିଦାୟ ନେଇଥିଲେ। ସେ ରାଜନୀତି ଛାଡ଼ି ଫିଲ୍ମ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ୨୦୨୪ ନିର୍ବାଚନ ପୂର୍ବରୁ ସେ ପୁଣିଥରେ ରାଜନୀତିକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ସୁରକ୍ଷାକୁ ନେଇ ରାଜନୈତିକ ବିବାଦ: ଲାଲୁ-ରାବ୍ରିଙ୍କ ପାଇଁ Z+ ସୁରକ୍ଷା ପ୍ରତ୍ୟାହାର କରିବା ପରେ ଏମିତି କଲେ ତେଜସ୍ବୀ

ପାଟନା,୬।୬: ବିହାର ରାଜନୀତିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ…

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

ଭିନ୍ନ ଏକ ରେବତୀ: ବାପା ଦିନ ମଜୁରିଆ, ଝିଅ ହେଲେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଟପ୍ପର, କହିଲେ-ଆଗକୁ ମୁଁ…

ବଲାଙ୍ଗୀର, ୬।୬ (ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ବ୍ୟାସକବି ଫକୀର ମୋହନ ଗଳ୍ପ ସେନାପତିଙ୍କ କାଳଜୟୀ ‘ରେବତୀ’କୁ ନେଇ ଓଡ଼ିଆ ସାହିତ୍ୟ ଜଗତ ମୁଖରିତ। ନାରୀ…

ତିନି ଦିନ ବିଳମ୍ବରେ ଗୋଆରେ ପହଞ୍ଚିଲା ମୌସୁମୀ, ଏବେ ବର୍ଷାକୁ ନେଇ ରେଡ ଆଲର୍ଟ, ଓଡ଼ିଶା ଛୁଇଁବାକୁ ଆହୁରି ଲାଗିବ…

ନୂଆଦିଲ୍ଲୀ,୬।୬: ପ୍ରାୟ ତିନି ଦିନ ବିଳମ୍ବ ପରେ, ଶନିବାର ମୌସୁମୀ ବାୟୁ ଗତି ବୃଦ୍ଧି ପାଇଛି ଏବଂ ଏହା ଗୋଆରେ ପହଞ୍ଚିଛି। କେରଳରେ ଆଗାମୀ ୨୪ ଘଣ୍ଟା…

ଫାୟାରିଂ ମାମଲାରେ ସରେଣ୍ଡର କଲେ ଖାନ୍‌ ସାର, ଏବେ ଆଗକୁ…

ପାଟନା,୬।୬: ବିହାରର ଜଣାଶୁଣା ଶିକ୍ଷକ ତଥା ‘ଖାନ ଗ୍ଲୋବାଲ ଷ୍ଟଡିଜ’ର ପ୍ରତିଷ୍ଠାତା ଖାନ ସାର୍‌ କୋଚିଂ ସଂସ୍ଥାନରେ ହୋଇଥିବା ହିଂସା ଏବଂ ଗୁଳିଚାଳନା (ଫାୟାରିଂ) ମାମଲାରେ ଆତ୍ମସମର୍ପଣ…

ପୂର୍ବତନ ବାର୍‌ ଆସୋସିଏଶନ ସଭାପତିଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ବିଧାୟକ

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ସଭାପତି ବଂଶୀଧର ପ୍ରଧାନ(୭୭) ଶୁକ୍ରବାର ରାତିରେ ପରଲୋକ ଗମନ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ…

ଭୟଙ୍କର ଦୁର୍ଘଟଣା, ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୋଟିଏ ଗାଁର ୫ ଯୁବକ ମୃତ

ଅହମଦାବାଦ,୬।୬: ମୋର୍ବି-ହାଲଭାଡ ରାଜପଥର ଚରଦ୍ବା ଗ୍ରାମ ଉପକଣ୍ଠରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ରଣଛୋଡଗଡ଼ ଗ୍ରାମର ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri