ଘୋଷଣା ହେଲା ନିର୍ବାଚନ ତାରିଖ, ଓଡ଼ିଶାରେ ୪ ପର୍ଯ୍ୟାୟରେ ଭୋଟ୍‌

ଭୁବନେଶ୍ୱର,୧୬ା୩: ବାଜିଲା ନିର୍ବାଚନୀ ବିଗୁଲ୍‌। ଶନିବାର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ଲୋକ ସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩, ୨୦, ୨୫ ଏବଂ ଜୁନ୍‌ ୧ରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍‌ ୪ ମଙ୍ଗଳବାର ଭୋଟ୍‌ ଗଣତି ହେବ।

ଇସିଙ୍କ ତଥ୍ୟ ଅନୁଯାୟୀ , ୨୦୨୪ ଲୋକ ସଭା ନିର୍ବାଚନରେ ୯୭ କୋଟି ପଞ୍ଜୀକୃତ ଭୋଟର ଭୋଟ୍‌ ଦେବେ। ଏଥର ୬ ପ୍ରତିଶତ ନୂଆ ଭୋଟର ଯୋଗ ଦେଇଛନ୍ତି। ବିଶ୍ୱ ମଧ୍ୟରେ ଆମ ଦେଶରେ ସର୍ବାଧିକ ଭୋଟର ଅଛନ୍ତି। ୨୦୧୯ରେ ଏହି ସଂଖ୍ୟା ୮୯.୬ କୋଟି ଥିଲା। ଯେଉଁଥିରେ ମହିଳାଙ୍କ ସଂଖ୍ୟା ଅଧିକ। ଦେଶରେ ୧.୪୧ କୋଟି ମହିଳା ଭୋଟର ଅଛନ୍ତି। ଯେତେବେଳେ କି ପୁରୁଷ ଭୋଟର ମାତ୍ର ୧.୨୨ କୋଟି ଅଛନ୍ତି। ଯେତେବେଳେ କି ୪୮.୦୪୪ ତୃତୀୟ ବର୍ଗର ଭୋଟର ଅଛନ୍ତି। ଦେଶର ମୋଟ୍‌ ଜନସଂଖ୍ୟାର ୬୬.୭୬ ପ୍ରତିଶତ ଯୁବକ ଅଟନ୍ତି। ଆୟୋଗଙ୍କ ଆକଳନରୁ ଜଣାପଡ଼ିଛି ଯେ, ୮୦ ବର୍ଷରୁ ଅଧିକ ୧ କୋଟି ୮୫ ଲକ୍ଷ ୯୨ ହଜାର ୯୧୮ ଭୋଟର ଅଛନ୍ତି। ୧୦୦ ବର୍ଷରୁ ଅଧିକ ୨ ଲକ୍ଷ ୧୮ ହଜାର ୭୯୧ ଲୋକ ଅଛନ୍ତି। ଦିବ୍ୟାଙ୍ଗ ଭୋଟର ୮୮.୩୫ ଲକ୍ଷ ଅଛନ୍ତି।

ସମଗ୍ର ଦେଶରେ ୯୭ କୋଟି ଭୋଟର ରହିଥିବା ବେଳେ ୧୦.୫ ଲକ୍ଷ ପୋଲିଂ ବୁଥ୍‌ ପ୍ରସ୍ତୁତ ହେବ। ସେହିପରି ଭୋଟ୍‌ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍‌। ଦେଢ଼ କୋଟି ପୋଲିଂ ଅଫିସର ନିଯୁକ୍ତ ରହିବେ। ୧ କୋଟି ୮୨ ଲକ୍ଷ ନୂଆ ଭୋଟର ରହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବ ୨୦୧୯ ନିର୍ବାଚନ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା। ନିର୍ବାଚନ ଆୟୋଗ ରବିବାର ୨୦୧୯ରେ ଲୋକ ସଭା ନିର୍ବାଚନ ଘୋଷଣା କରିଥିଲେ, କିନ୍ତୁ ଏଥର ଶନିବାର ଘୋଷଣା କରାଯାଇଛି।

ଗତଥର ୭ଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?