Posted inରାଜ୍ୟ

ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଜିଲାପାଳ-ଏସ୍‌ପିଙ୍କୁ ଆୟୋଗଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨: ସାଧାରଣ ନିର୍ବାଚନ-୨୦୨୪ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ ଆୟୋଗ । ଆଗାମୀ ବିଧାନସଭା ନିର୍ବାଚନରେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ। ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳିତ ପରିଚାଳନା ପାଇଁ ଆୟୋଗ ସମସ୍ତ ଜିଲାପାଳ ଏବଂ ଏସ୍‌ପିମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବାକୁ ଆୟୋଗ ଅଧିକାରୀ ମାନଙ୍କୁ କହିଛନ୍ତି। କୌଣସି ସ୍ଥାନରେ ଅନିୟମିତତାର ଖବର ଆସିଲେ ନିରପେକ୍ଷ, ସ୍ୱଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାରେ ମୋଟ ମୋଟ ୩୭, ୮୦୯ ବୁଥ୍‌ରେ ଭୋଟ୍‌ ଏବଂ ୨୨, ୬୮୫ରେ ୱେବକାଷ୍ଟିଂ ହେବ। ପ୍ରାୟ ୪ ହଜାର ବୁଥ୍‌ରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ। ସି- ଭିଜିଲ୍‌ ଜରିଆରେ ହିଂସାକାଣ୍ଡ ଏବଂ ବୁଥ୍‌ରେ ଗଣ୍ଡଗୋଳ ଉପରେ ମଧ୍ୟ ଆୟୋଗ ନଜର ରଖିବେ। ମତଦାନ ସମୟରେ ଯଦି କେଉଁଠି କିଛି ଗଡ଼ବଡ଼ ହୁଏ ଲୋକେ ସିଧାସଳଖ ନାମ ଗୋପନ ରଖି ସି-ଭିଜିଲ୍‌ ଆପ୍‌ ଜରିଆରେ କମିଶନଙ୍କୁ ଅଭିଯୋଗ ଜଣାଇ ପାରିବେ। ଅଭିଯୋଗ ଆସିବାର ୧୦୦ ମିନିଟ୍‌ ଭିତରେ ଆମେ ପହଞ୍ଚିବୁ ବୋଲି ସେ କହିଛନ୍ତି। ତେବେ ମତଦାନ ପୂର୍ବରୁ ପ୍ରଚାର ପାଇଁ ନିର୍ଦ୍ଦିଷ୍ଟ ଜାଗାରେ ସଭା ପାଇଁ ଯିଏ ପ୍ରଥମେ ଆବେଦନ କରିବ ତାକୁ ଅନୁମତି ମିଳିବ। ଏହାବାଦ ନିର୍ବାଚନକୁ ସ୍ଵଛ କରିବା ପାଇଁ ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ୩ ଥର ବିଜ୍ଞାପନ ଦେଇ ଜଣାଇବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

୨୩ OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୩୦।୬: ଆଗକୁ ବିଶ୍ୱ ପ୍ରସିଦ୍ଧ ପୁରୀରଥଯାତ୍ରା। ରଥଯାତ୍ରା ସୁପରିଚାଳନା ପାଇଁ ୨୩ OAS ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି…

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା: ଜନ୍ମଗତ ନାଗରିକତା ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କଲେ US ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୬: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଦେଇ ଆମେରିକା (US) ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ୟୁନାଇଟେଡ୍ ଷ୍ଟେଟ୍ସରେ ‘ଜନ୍ମଗତ ନାଗରିକତା’ (ବର୍ଥରାଇଟ୍ ସିଟିଜନସିପ୍) ଉପରେ…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri