Categories: ଫୁରସତ

କମଳା ରସରୁ ବିଜୁଳି

ପାଣି, କୋଇଲା, ପବନ ଓ ସୂର୍ଯ୍ୟାଲୋକରୁ ବିଜୁଳି ଉତ୍ପାଦନ ହୋଇଥାଏ। ତେବେ ନିକଟରେ ଗବେଷଣାରୁ ଜଣାପଡିଛି ଯେ, କମଳା ରସରୁ ବି ବିଜୁଳି ଉତ୍ପନ୍ନ ହୋଇପାରିବ। ଏକ ରିପୋର୍ଟ ମୁତାବକ ବଢ଼ିଚାଲିଥିବା ବିଜୁଳିର ଆବଶ୍ୟକତାକୁ ଲକ୍ଷ୍ୟ କରି କମଳା ରସରୁ ବିଜୁଳି ଉତ୍ପାଦନ କରିବା ପାଇଁ ଯୋଜନା ଚାଲିଛି। ସ୍ପେନର ସଓ୍ବିଲ ସହରରେ ତ କମଳା ରସରୁ ବିଜୁଳି ଉତ୍ପାଦନ ଆରମ୍ଭ ହୋଇଗଲାଣି। ଏହି ସହର କମଳା ଉତ୍ପାଦନ ଲାଗି ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ପରିଚିତ। କମଳା ରସରୁ କମ୍‌ ଖର୍ଚ୍ଚରେ ବିଜୁଳି ଉତ୍ପାଦନ ହେବ। ତେଣୁ ସଓ୍ବିଲସ୍ଥ ଓ୍ବାଟର୍‌ କମ୍ପାନୀ ଏମାସେସା ପ୍ରସ୍ତାବ ରଖିଛି ଯେ, ଖରାପ ହୋଇଯାଇଥିବା କମଳାରୁ ବିଜୁଳି ଉତ୍ପାଦନ କରାଯିବ। ସେଥିରୁ ଜୁସ୍‌ ବାହାର କରି ଓ୍ବେଷ୍ଟ ଓ୍ବାଟର୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପଠାଯିବ। ସେଠାରେ ଏହାକୁ ବାୟୋଫୁଏଲରେ ପରିବର୍ତ୍ତିତ କରି ବିଜୁଳି ଉତ୍ପନ୍ନ କରାଯିବ। ଏକ ରିପୋର୍ଟ ମୁତାବକ କମଳା ରସରୁ ୧୫୦୦ କିଲୋଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ କରାଯିବାର ଆଶା ରଖାଯାଇଛି। ସେହି ବିଜୁଳି ୧୫୦ ଘରକୁ ପ୍ରଦାନ କରାଯିବ।

Share