ପାଟଣା,୧୭।୬(ବୀର କିଶୋର ଦାଶ):ମଦ୍ୟପ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଧାନବେଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଧାନବେଣୀ ଗ୍ରାମର ବଳରାମ ମହାନ୍ତ। ସେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଜଣେ ମଦ୍ୟପ ବାଇକ ଚାଳକ ତାଙ୍କୁ ଧକ୍କା ଦେଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ବୃଦ୍ଧଙ୍କ ମୃତ୍ୟୁଘଟିଥିଲା। ମଦ୍ୟପ ବାଇକ ଚାଳକ ବାସୁଦେବ ମହାନ୍ତ ଗୁରୁତର ହୋଇଥିଲେ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରୁଥିବା ସମୟରେ ସେ ମଦ ନିଶାରେ ମେଡିକାଲ କର୍ମଚାରୀମାନଙ୍କୁ ମାରପିଟ କରିବା ସହ ଦୁର୍ବ୍ୟବହାର କରିବାରୁ ତାଙ୍କୁ ଏକ ଘରେ ବନ୍ଦ କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।


