ଖପୁରୀ ଧରି ପୂଜାର୍ଚ୍ଚନା… ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼, ୧୦ ଗିରଫ

ବେଲଗୁଣ୍ଠା,୧୧।୩(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ୭ ତାରିଖ ଶନିବାର ବିଳମ୍ବିତ ରାତିରେ ମଙ୍ଗଳପୁର ପଞ୍ଚାୟତ ବେଲପୁଞ୍ଜି ଗ୍ରାମରେ ଚଢ଼ିଆପଲ୍ଲୀ ଢେପ ସାହିର ଗୋପାଳକୃଷ୍ଣ ସେଠୀ ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିର ନିକଟରେ ଏକ ଶାଢ଼ୀ ପିନ୍ଧି ଫୁଲମାଳ ଗଳାଇ ଗୋଟିଏ ଖପୁରୀ ଧରି ପୂଜାର୍ଚ୍ଚନା କରୁଥିଲେ ।

ଗୁଣି ଗାରେଡି ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ଏ ବିଷୟରେ ପଚାରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ୨୦/୩୦ ଜଣ ଗ୍ରାମବାସୀମାନେ ଗୋପାଳକୃଷ୍ଣଙ୍କ ହାତ ବାନ୍ଧି ପକାଇ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ଗୋପାଳକୃଷ୍ଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହେବା ସହ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହତଙ୍କ ପୁଅ ଜ୍ୟୋତିର୍ମୟ ସେଠୀଙ୍କ ଲିଖିତ ଅଭିଯୋଗ ଆଧାରରେ ବେଲଗୁଣ୍ଠା ଥାନା କେସ୍ ନଂ ୮୯/୨୫ ମୂଳେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨), ୧୧୫(୨),୧୧୭/୧୦୯(୧),୩୫୧(୨),୧୯୧ ଅନୁଯାୟୀ ମାମଲା ରୁଜୁ ହୋଇଛି। ଆଜି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖଲି ସ୍ୱାଇଁ, ବୈଦ୍ୟନାଥ ପ୍ରଧାନ, ସନ୍ତୋଷ ବିଶୋଇ, ବାଦଲ ବିଶୋଇ, ମରାଠି ସ୍ୱାଇଁ,ରାମ କୃଷ୍ଣ ସ୍ୱାଇଁ, ପ୍ରଦୀପ ସ୍ୱାଇଁ,ନୀଳାଞ୍ଚଳ ପ୍ରଧାନ, ଶିବରାମ ବିଶୋଇ ଏବଂ ରଞ୍ଜନ ବିଶୋଇ । ଘଟଣାସ୍ଥଳରୁ ପୋଲିସ ଦୁଇଟି ବାଉଁଶ ବାଡ଼ି ଏବଂ ଗୋଟିଏ ରଶି ଜବତ କରିଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବିତ ହେଲେ ଫରେଷ୍ଟଗାର୍ଡ, ଏହି କାର୍ଯ୍ୟ ପାଇଁ ହେଡ୍‌ କ୍ୱାର୍ଟର୍ସରେ…

ପାଟଣା,୧୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନର ଫରେଷ୍ଟଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ମଙ୍ଗଳବାର ଡିଏଫ୍‌ଓ ଧନରାଜ ସରକାରୀ କାର୍ଯ୍ୟରେ ଅବହେଳା, ନିଆଁ ନିୟନ୍ତ୍ରଣରେ ବିଫଳ,…

ଯୁଦ୍ଧକୁ ନେଇ ମୋଦି ଦେଲେ ବଡ଼ ବୟାନ, ସିଧା କଲେ ଟାର୍ଗେଟ…

ନୂଆଦିଲ୍‌ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରୁ ନିଜ ଭାଷଣରେ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଯୁଦ୍ଧ ବିଷୟରେ କହିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ…

ଯୁଦ୍ଧ ପାଇଁ ବଢ଼ିବ ବିମାନ ଟିକେଟ୍‌ର ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୧ା୩: ଯଦି ବିମାନ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଟିକେଟ୍‌ ପାଇଁ ଟିକେ ଅଧିକ ଦେୟ ଦେବାକୁ ପଡ଼ିପାରେ। ବିମାନ କମ୍ପାନୀଗୁଡ଼ିକର ବର୍ଦ୍ଧିତ ମୂଲ୍ୟ…

ଭୁଶୁଡୁଛି ମାଓବାଦୀଙ୍କ ଗଡ଼, ଏକାଥରେ ଆତ୍ମସମର୍ପଣ କଲେ ୧୦ ଦୁର୍ଦ୍ଦାନ୍ତ….

ଫୁଲବାଣୀ,୧୧।୩(ରାକେଶ କୁମାର ରାଉତ): ଫୁଲବାଣୀ ରିଜର୍ଭ ପୋଲିସ୍ ପଡ଼ିଆରେ ଆତ୍ମସମର୍ପଣ କଲେ ୧୦ ମାଓବାଦୀ  । ପାଖେଇ ଆସୁଛି ମାର୍ଚ୍ଚ ୩୧ ତାରିଖ। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର…

‘ଛାତ୍ରୀମାନେ ଶାରୀରିକ-ମାନସିକ ସ୍ତରରେ ସୁଦୃଢ଼ ହେବାକୁ ପଡିବ’

ଭଞ୍ଜନଗର,୧୧/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୮ ଦିନ ବ୍ୟାପି ଚାଲିଥିବା ବାଳିକା ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦଯାପିତ ହୋଇଯାଇଛି।…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ବିଧାୟକ କହିଲେ, ଏଥର ଲେଖାଯିବ ନୂଆ ଇତିହାସ

ଭଞ୍ଜନଗର,୧୧/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ପାଇଁ ବୁଧବାର ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି। ଏନେଇ ଠାକୁରାଣୀ ମନ୍ଦିର ଏବଂ କୁଲାଡ ବ୍ୟାଘ୍ର ଦେବୀ…

ଜାରକା ବଜାରରେ ନକଲି ଡାକ୍ତର! ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି….

ଧର୍ମଶାଳା,୧୧।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ବିଭିନ୍ନ ଛକ ବଜାରରେ ମାଳମାଳ ଔଷଧ ଦୋକାନ ସହିତ ରୋଗୀ ଦେଖିବା ପାଇଁ ଡାକ୍ତର ଚାମ୍ବର…

ବର୍ଷାରେ ଭିଜିଲା ସହର, ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଆସନ୍ତା ୧୬ ପର୍ଯ୍ୟନ୍ତ…

ଚେନ୍ନାଇ,୧୧ା୩: ବୁଧବାର ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ତାମିଲନାଡୁର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri