ସାନଭାଇ ବାହାଘର ଦିନ ବଡ଼ଭାଇଙ୍କ ଆତ୍ମହତ୍ୟା

ବଡ଼ଗାଁ,୨୩।୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମଟିଆ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କ ବାହାଘର ଦିନ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଲାଲମଟିଆ ଗ୍ରାମର ରାଜେନ୍ଦ୍ର ମାଝୀ। ରାଜେନ୍ଦ୍ରଙ୍କ ସାନ ଭାଇ ବାହା ହୋଇ ଘରକୁ ଫେରିଥିଲେ। ଏଥିପାଇଁ ସୋମବାର ରାତିରେ ପରିବାର ପରିଜନମାନେ ନାଚଗୀତରେ ମସ୍‌ଗୁଲ ଥିଲେ। ରାତି ପ୍ରାୟ ୧୨ଟାରେ ରାଜେନ୍ଦ୍ର ଘର ଭିତରକୁ ପଶିଥିଲେ। ସେ ଘରୁ କିଛି ସମୟ ନ ବାହାରିବାରୁ ତାଙ୍କ ସ୍ତ୍ରୀ ଓ ଅନ୍ୟ ଜଣେ ମହିଳା ଘରକୁ ପଶି ଦେଖିଲାବେଳେ ରାଜେନ୍ଦ୍ର ଘରର ମୋଟା କାଠରେ ଶାଢ଼ୀକୁ ବାନ୍ଧି ଝୁଲି ପଡିଛନ୍ତି। ପରିବାର ଲୋକେ ତାଙ୍କୁ ଓହ୍ଲାଇଥିଲେ ଓ ପୋଲିସକୁ ଜଣାଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି। ଏ ନେଇ ପୋଲିସ ୟୁଡି କେସ୍‌ ନମ୍ବର ୮ରେ ମାମଲ ରୁଜୁ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘାଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ବାଂଲାଦେଶକୁ ନେଇ ICC ନେଲା ବଡ଼ ନିଷ୍ପତ୍ତି: କ୍ରିକେଟ୍‌ ଜଗତରେ ଖେଳିଗଲା…

ନୂଆଦିଲ୍ଲୀ,୧୦।୨: ଭାରତରେ T20 ବିଶ୍ୱକପ ମ୍ୟାଚ ଖେଳିବାକୁ ମନା କରିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଉପରେ କୌଣସି ଦଣ୍ଡ ଲାଗୁ କରାଯିବ ନାହିଁ। ICC ଘୋଷଣା…

ହାତୀ ପାଇଁ ବିକଳ୍ପ ଚାଷ କରାଯାଉ: ଘୋଡା ନାଚ ମାଧ୍ୟମରେ ହାତୀ ସୁରକ୍ଷା ସଚେତନତା

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ, ଟାଟା ପାୱାର ଏବଂ ସ୍ନେହା ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଚାଲିଥିବା ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଅଷ୍ଟ୍ରେଲିଆରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ବିରୋଧ, ହେଲେ କାହିଁକି ହେଲା ପ୍ରଦର୍ଶନ? ଜାଣନ୍ତୁ…

ସିଡନୀ,୧୦।୨: ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଅଷ୍ଟ୍ରେଲିଆ ଗସ୍ତରେ ଆସୁଛନ୍ତି। ସେ ସୋମବାର ଚାରି ଦିନିଆ ଗସ୍ତ ପାଇଁ ସିଡନୀରେ ପହଞ୍ଚିଥିଲେ। ଗତ ଡିସେମ୍ବରରେ ବଣ୍ଡି ବିଚ…

ICCର ବଡ଼ ଘୋଷଣା: ଏହି ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧୦।୨: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ଐତିହାସିକ ବିଜୟର ନାୟକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri