ପିଲାଦିନରୁ ବିଗ୍‌ ବି’ଙ୍କ ସହ କାମ କରିବାକୁ ସ୍ବପ୍ନ ଦେଖିଥିଲେ ଏକତା

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ରଶ୍ମିକା ମନ୍ଦନା ଏବଂ ନୀନା ଗୁପ୍ତାଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ବାଏ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମକୁ ବିକାଶ ବାହଲ ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା କପୁର ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଏକତା ନିଜର କାମ ବିଷୟରେ କିଛି ଶେୟାର କରିଛନ୍ତି। ସେ କହିଛନ୍ତି, ପିଲାଦିନରୁ ମୁଁ କେବଳ ଜଣେ ବ୍ୟକ୍ତିଙ୍କ ସହ କାମ କରିବାର ସ୍ବପ୍ନ ଦେଖୁଥିଲି ଏବଂ ସେ ହେଉଛନ୍ତି ବିଗ୍‌ ବି’। ଶେଷରେ ଯାହା ଚାହୁଁଥିଲି ସେଇଟା ହେଲା। ତାଙ୍କ ସହିତ ଫିଲ୍ମରେ କାମ କରିବାର ଅଭିଜ୍ଞତା ଅଲଗା ଅଟେ। ପ୍ରଥମ ଥର ଏକ ଫିଲ୍ମ ପାଇଁ ବିଗ୍‌ ବି’ ସହଯୋଗ କରିଛନ୍ତି। ଆଉ ତାଙ୍କ ସହଯୋଗରେ ଫିଲ୍ମଟି ସଫଳ ହେବା ଆଶା ଅଛି ବୋଲି ଏକତା କହିଛନ୍ତି। ଏକତା ନିଜେ ‘ଗୁଡ୍‌ବାଏ’ର ଟ୍ରେଲର ଶେୟାର କରି ଲେଖିଛନ୍ତି ଯେ, ଡ୍ରାମା,ହସ, ଇମୋଶନକୁ ନେଇ ଅକ୍ଟୋବର ୭ରେ ‘ଗୁଡ୍‌ବାଏ’ ରିଲିଜ୍‌ ହେବ।

Share