Posted inଜାତୀୟ

ମୁଖ୍ୟମନ୍ତ୍ରୀ ନ ହେଲେ ଏମିତି କାମ କରିବେ ଏକନାଥ ଶିନ୍ଦେ: ଆସିଲା ବଡ଼ ଅପ୍‌ଡେଟ୍‌

ମୁମ୍ବାଇ,୩ା୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ନେଇ ୧୦ ଦିନ ହେଲା ଅଚଳାବସ୍ଥା ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ, ଶିବସେନା ବାହାରୁ ସମର୍ଥନ ଦେବ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଥିବା ଜଣାପଡ଼ିଛି।
ନୂଆ ସରକାର ଗଠନ ନେଇ ସୋମବାର ମହାୟୁତି ନେତାମାନଙ୍କ ବୈଠକ ହେବାକୁ ଥିବାବେଳେ ଶିନ୍ଦେ ଅସୁସ୍ଥତା କାରଣ ଦର୍ଶାଇ ଏହାକୁ ବାତିଲ କରିଦେଇଛନ୍ତି। ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ବିଚାର କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପକ୍ଷରେ ଏନ୍‌ସିପି ନେତା ଅଜିତ ପାଓ୍ବାର ଭାଜପାର କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କରିବା ପାଇଁ ସୋମବାର ଦିଲ୍ଲୀ ଯାଇଛନ୍ତି।
ମହାୟୁତିର କେଉଁ ଦଳକୁ କେଉଁ ବିଭାଗ ମିଳିବ ତାହା ଚୂଡ଼ାନ୍ତ କରିବା ପାଇଁ ସୋମବାର ବୈଠକ ବସିବାକୁ ଥିବାବେଳେ ଗଳା ସଂକ୍ରମଣ ଏବଂ ଜ୍ୱର କାରଣରୁ ଶିନ୍ଦେ ବୈଠକ ବାତିଲ କରିଛନ୍ତି। ସେ ଅପରାହ୍ନରେ ଠାଣେ ଯାଇଥିବାରୁ ମଙ୍ଗଳବାର ବୈଠକ କରିବାକୁ ସ୍ଥିର ହୋଇଛି। କିଏ ମୁଖ୍ୟମନ୍ତ୍ରୀ ହେବେ, ଏହାକୁ ନେଇ ଜାରି ରହିଥିବା ଉତ୍କଣ୍ଠା ୪ ତାରିଖରେ ଶେଷ ହେବାକୁ ଯାଉଛି। ସେଦିନ ଭାଜପା ବିଧାୟକ ଦଳ ବୈଠକ ବସି ନେତା ନିର୍ବାଚନ କରାଯିବ ବୋଲି ଦଳର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି। ବିଧାୟକ ଦଳ ବୈଠକ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ଭାଜପା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ବୁଧବାର ସକାଳେ ବିଧାନ ଭବନରେ ବୈଠକ ବସି ମୁଖ୍ୟମନ୍ତ୍ରୀ ଚୟନ କରାଯିବାର କାର୍ଯ୍ୟକ୍ରମ ରହିଛି।
ଶିବସେନା ସୂତ୍ର ଅନୁଯାୟୀ, ଗତ ୨୯ ତାରିଖରେ ଶିନ୍ଦେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ଆଲୋଚନା ବେଳେ ଏକ ବୁଝାମଣା ସୂତ୍ର ଦେଇଥିଲେ। ସେ କହିଥିଲେ, ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯାଇଥିଲା। ଲାଡଲି ବହେନ ଯୋଜନା, ସଂରକ୍ଷଣ ନିଷ୍ପତ୍ତି ଏବଂ ବିଭିନ୍ନ ସମ୍ପ୍ରଦାୟ ପାଇଁ ସମବାୟ ବୋର୍ଡ ଗଠନ ଯୋଗୁ ମହିଳା ଭୋଟର, ମରାଠା ଏବଂ ଓବିସିମାନେ ମହାୟୁତିକୁ ଭୋଟ ଦେଇଥିଲେ। ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ, ଏହି ଆଶା ରଖି ରାଜ୍ୟବାସୀ ଭୋଟ ଦେଇଥିଲେ। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯାଏ, ତେବେ ସମାଜର ଏହି ବର୍ଗଗୁଡ଼ିକ ପାଖକୁ ଏକ ଭୁଲ୍‌ ବାର୍ତ୍ତା ଯିବ। ବିଭିନ୍ନ ସର୍ଭେରେ ତାଙ୍କୁ ଲୋକମାନେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିବା ଶିନ୍ଦେ ଦର୍ଶାଇଥିଲେ। ଯଦି ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତେବେ କ୍ଷମତା ସନ୍ତୁଳନ ପାଇଁ ତାଙ୍କ ଦଳକୁ ଗୃହ, ଅର୍ଥ ଏବଂ ରାଜସ୍ବ ବିଭାଗ ଦେବା ପାଇଁ ଶିନ୍ଦେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କହିଥିଲେ। ଏହା ପରେ କାହାକୁ ଉପମୁଖ୍ୟମନ୍ତ୍ରୀ କରାଯିବ, ସେନେଇ ଶିନ୍ଦେ ନିଷ୍ପତ୍ତି ନେବେ। ଉପରୋକ୍ତ ୩ ବିଭାଗ ନ ମିଳିଲେ ଶିବସେନା ସରକାରରେ ନ ରହି ବାହାରୁ ସମର୍ଥନ ଦେବ। କେନ୍ଦ୍ରରେ ମଧ୍ୟ ଏହି ଦଳର ୭ ଏମ୍‌ପି ବାହାରୁ ସମର୍ଥନ ଜଣାଇବେ ବୋଲି ଶିନ୍ଦେ କହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri