Posted inଜାତୀୟ

ମୁଖ୍ୟମନ୍ତ୍ରୀ ନ ହେଲେ ଏମିତି କାମ କରିବେ ଏକନାଥ ଶିନ୍ଦେ: ଆସିଲା ବଡ଼ ଅପ୍‌ଡେଟ୍‌

ମୁମ୍ବାଇ,୩ା୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ନେଇ ୧୦ ଦିନ ହେଲା ଅଚଳାବସ୍ଥା ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ, ଶିବସେନା ବାହାରୁ ସମର୍ଥନ ଦେବ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଥିବା ଜଣାପଡ଼ିଛି।
ନୂଆ ସରକାର ଗଠନ ନେଇ ସୋମବାର ମହାୟୁତି ନେତାମାନଙ୍କ ବୈଠକ ହେବାକୁ ଥିବାବେଳେ ଶିନ୍ଦେ ଅସୁସ୍ଥତା କାରଣ ଦର୍ଶାଇ ଏହାକୁ ବାତିଲ କରିଦେଇଛନ୍ତି। ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ବିଚାର କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପକ୍ଷରେ ଏନ୍‌ସିପି ନେତା ଅଜିତ ପାଓ୍ବାର ଭାଜପାର କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କରିବା ପାଇଁ ସୋମବାର ଦିଲ୍ଲୀ ଯାଇଛନ୍ତି।
ମହାୟୁତିର କେଉଁ ଦଳକୁ କେଉଁ ବିଭାଗ ମିଳିବ ତାହା ଚୂଡ଼ାନ୍ତ କରିବା ପାଇଁ ସୋମବାର ବୈଠକ ବସିବାକୁ ଥିବାବେଳେ ଗଳା ସଂକ୍ରମଣ ଏବଂ ଜ୍ୱର କାରଣରୁ ଶିନ୍ଦେ ବୈଠକ ବାତିଲ କରିଛନ୍ତି। ସେ ଅପରାହ୍ନରେ ଠାଣେ ଯାଇଥିବାରୁ ମଙ୍ଗଳବାର ବୈଠକ କରିବାକୁ ସ୍ଥିର ହୋଇଛି। କିଏ ମୁଖ୍ୟମନ୍ତ୍ରୀ ହେବେ, ଏହାକୁ ନେଇ ଜାରି ରହିଥିବା ଉତ୍କଣ୍ଠା ୪ ତାରିଖରେ ଶେଷ ହେବାକୁ ଯାଉଛି। ସେଦିନ ଭାଜପା ବିଧାୟକ ଦଳ ବୈଠକ ବସି ନେତା ନିର୍ବାଚନ କରାଯିବ ବୋଲି ଦଳର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି। ବିଧାୟକ ଦଳ ବୈଠକ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ଭାଜପା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ବୁଧବାର ସକାଳେ ବିଧାନ ଭବନରେ ବୈଠକ ବସି ମୁଖ୍ୟମନ୍ତ୍ରୀ ଚୟନ କରାଯିବାର କାର୍ଯ୍ୟକ୍ରମ ରହିଛି।
ଶିବସେନା ସୂତ୍ର ଅନୁଯାୟୀ, ଗତ ୨୯ ତାରିଖରେ ଶିନ୍ଦେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ଆଲୋଚନା ବେଳେ ଏକ ବୁଝାମଣା ସୂତ୍ର ଦେଇଥିଲେ। ସେ କହିଥିଲେ, ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯାଇଥିଲା। ଲାଡଲି ବହେନ ଯୋଜନା, ସଂରକ୍ଷଣ ନିଷ୍ପତ୍ତି ଏବଂ ବିଭିନ୍ନ ସମ୍ପ୍ରଦାୟ ପାଇଁ ସମବାୟ ବୋର୍ଡ ଗଠନ ଯୋଗୁ ମହିଳା ଭୋଟର, ମରାଠା ଏବଂ ଓବିସିମାନେ ମହାୟୁତିକୁ ଭୋଟ ଦେଇଥିଲେ। ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ, ଏହି ଆଶା ରଖି ରାଜ୍ୟବାସୀ ଭୋଟ ଦେଇଥିଲେ। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯାଏ, ତେବେ ସମାଜର ଏହି ବର୍ଗଗୁଡ଼ିକ ପାଖକୁ ଏକ ଭୁଲ୍‌ ବାର୍ତ୍ତା ଯିବ। ବିଭିନ୍ନ ସର୍ଭେରେ ତାଙ୍କୁ ଲୋକମାନେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିବା ଶିନ୍ଦେ ଦର୍ଶାଇଥିଲେ। ଯଦି ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତେବେ କ୍ଷମତା ସନ୍ତୁଳନ ପାଇଁ ତାଙ୍କ ଦଳକୁ ଗୃହ, ଅର୍ଥ ଏବଂ ରାଜସ୍ବ ବିଭାଗ ଦେବା ପାଇଁ ଶିନ୍ଦେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କହିଥିଲେ। ଏହା ପରେ କାହାକୁ ଉପମୁଖ୍ୟମନ୍ତ୍ରୀ କରାଯିବ, ସେନେଇ ଶିନ୍ଦେ ନିଷ୍ପତ୍ତି ନେବେ। ଉପରୋକ୍ତ ୩ ବିଭାଗ ନ ମିଳିଲେ ଶିବସେନା ସରକାରରେ ନ ରହି ବାହାରୁ ସମର୍ଥନ ଦେବ। କେନ୍ଦ୍ରରେ ମଧ୍ୟ ଏହି ଦଳର ୭ ଏମ୍‌ପି ବାହାରୁ ସମର୍ଥନ ଜଣାଇବେ ବୋଲି ଶିନ୍ଦେ କହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri