Posted inଜାତୀୟ

ବିଧାନସଭାରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୪।୭: ମହାରାଷ୍ଟ୍ର ବିଧାନସଭାରେ ଗୁରୁବାର ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବିଜୟ ହାସଲ କରିଛନ୍ତି। ୧୬୪ ଜଣ ବିଧାୟକ ଏକନାଥ ସିନ୍ଧେ ସରକାର ସପକ୍ଷରେ ମତ ଦେଇଛନ୍ତି। ଏଥି ସହିତ ତାଙ୍କ ବିରୋଧରେ ୯୯ ଭୋଟ ଦିଆଯାଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମହାରାଷ୍ଟ୍ର ବିଧାନସଭାରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ସମୟରେ, ଏକନାଥ ସିନ୍ଦେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କ ଦୁଇ ସନ୍ତାନଙ୍କ ବିଷୟରେ କହି ଭାବପ୍ରବଣ ହୋଇଥିଲେ। ସେ କହିଥିଲେ ଯେ, ଯେତେବେଳେ ମୋର ଦୁଇ ପିଲାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ମୁଁ ଭାବୁଥିଲି କାହା ପାଇଁ ବଞ୍ଚିବି, ଏଣିକି ମୁଁ ପରିବାର ସହିତ ରହିବି। ବରିଷ୍ଠ ଶିବସେନା ନେତା ଆନନ୍ଦ ଦିଘେ ମୋତେ ବୁଝାଇଥିଲେ। ଆଜି ମୁଁ ବାଲାସାହେବ ଠାକରେ ଏବଂ ଆନନ୍ଦ ଦିଘେଙ୍କ ଆଶୀର୍ବାଦରେ ସରକାର ଗଠନ କରିଛି। ମୋ ସହିତ ଗତ ୧୫ରୁ ୨୦ ଦିନ, ୪୦ ଶିବସେନା ବିଧାୟକ, ୧୧ ଜଣ ସ୍ବାଧୀନ ବିଧାୟକ, ଯେଉଁମାନେ ମୋ ଉପରେ ବିଶ୍ୱାସ କରି ଏତେ ବଡ଼ ନିଷ୍ପତ୍ତି ନେବାକୁ ସାହସ କରିଛନ୍ତି, ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ମୁଁ ବିଶ୍ୱାସ କରିପାରୁ ନାହିଁ ଯେ, ମୁଁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବରେ କହୁଛି, ଏହା ଏକ ଐତିହାସିକ ଘଟଣା। ଆମ ସହିତ ଅନେକ ମନ୍ତ୍ରୀ ଥିଲେ, ଯେଉଁମାନେ ସେମାନଙ୍କର ମନ୍ତ୍ରୀ ପଦ ଛାଡି ଆମ ସହିତ ଯୋଗ ଦେଇଥିଲେ। ଆମ ସହିତ ୫୦ ଜଣ ବିଧାୟକ ଆସିଥିଲେ। ମୋ ଭଳି ଜଣେ ସାଧାରଣ ଶିବସେନା ନେତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।
ସୂଚନାଯୋଗ୍ୟ, ଏକ ଦୁର୍ଘଟଣାରେ ସିନ୍ଧେ ନିଜର ପୁଅ ଏବଂ ଝିଅକୁ ହରାଇଥିଲେ। ତାଙ୍କ ଆଖି ଆଗରେ ଏହି ଦୁର୍ଘଟଣା ଘଟିଥିଲା। ଏହାପରେ ସିନ୍ଧେ ଏକୁଟିଆ ହୋଇଯାଇଥିଲେ। ସେ ରାଜନୀତି ଛାଡି ଦେଇଥିଲେ। କିନ୍ତୁ ଆନନ୍ଦ ଦିଘେ ତାଙ୍କୁ ଅନେକ ବୁଝାସୁଝା କରିବା ପରେ ସେ ପୁଣି ରାଜନୀତି ମୈଦାନକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାଓ୍ବାରଙ୍କୁ ଭେଟିଲେ ଗୌତମ ଆଦାନୀ

ମୁମ୍ବାଇ,୨୦ା୪: ଆଦାନୀ-ହିଣ୍ଡେନ୍‌ବର୍ଗ ପ୍ରସଙ୍ଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଅଡ଼ିବସିଛନ୍ତି। ଇତିମଧ୍ୟରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ...

ସଂସଦ ଭବନର ଶିଳାନ୍ୟାସ କଲେ ମୋଦି: ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ହେବ ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ହେବ ବୋଲି...

କରୋନା ଟୀକା ଧାର୍ଯ୍ୟ ସମୟ ମଧ୍ୟରେ ଦିଆଯିବା ଅପରିହାର୍ଯ୍ୟ: ମୋଦି

ନୂଆଦିଲ୍ଲୀ, ୩୦।୬: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଏବଂ ଦିଆଯିବା ଯୋଜନାର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ହିମାଚଳ ପ୍ରଦେଶ ମତଦାନକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା, ସିଏପିଏଫର ୬୭ କମ୍ପାନୀ, ୩୦ ହଜାର ଯବାନ ମୁତୟନ, ଏନଡିଆରଏଫ ବି ରଖିଛି ନଜର

ଶିମଲା,୧୨ ।୧୧: ହିମାଚଳ ପ୍ରଦେଶ ବିଧାନସଭାର ସମସ୍ତ ୬୮ ଆସନ ପାଇଁ ଶନିବାର ଭୋଟ ଗ୍ରହଣ ହେବାକୁ ଯାଉଛି । ଏହି ମତଦାନ ପ୍ରକ୍ରିୟାକୁ ସୁଚାରୁ...

ଘନେଇଲା ସଙ୍କଟ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ଉପର ମୁହାଁ…

ନୂଆଦିଲ୍ଲୀ, ୨୪।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ...

ସାଇବର ସୁରକ୍ଷା ପାଇଁ ସେନାର ସାଇବର ଓ୍ବିଙ୍ଗ…

ନୂଆଦିଲ୍ଲୀ,୨୭।୪ : ସେନା କମାଣ୍ଡରମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସରକାରଙ୍କ ସୂତ୍ରରୁ ପ୍ରକାଶ ବୈଠକରେ ସେନାର ସାଇବର ୱିଙ୍ଗ...

୮ ବର୍ଷ ବାଳିକା ମୋଦିଙ୍କ ସମ୍ମାନ ଗ୍ରହଣ କରିବାକୁ ହେଲେ ଅମଙ୍ଗ

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜର ଟୁଇଟର ଅକାଉଣ୍ଟ୍‌କୁ ମହିଳାଙ୍କୁ ସମର୍ପିତ କରିବେ ବୋଲି ଘୋଷଣା କରିଥିଲେ। ଘୋଷିତ ତାଲିକାରେ...

ପ୍ରେସ ସ୍ବାଧୀନତା: ତଳକୁ ଖସି ୧୫୦ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୪।୫: ବିଶ୍ୱରେ ପ୍ରେସ ସ୍ବାଧୀନତା ସୂଚକାଙ୍କରେ ତଳକୁ ଖସିଲା ଭାରତ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସୂଚକାଙ୍କରେ ଭାରତର ସ୍ଥାନ ଆହୁରି ତଳକୁ ଖସିଛି। ୨୦୨୧ରେ...

Advertisement
Archives

Model This Week