Posted inଖେଳ

ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଉଦୀୟମାନ ଟେନିସ ପ୍ରତିଭା ଦେବାଶିଷ ସାହୁ ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍‌ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ଏହି ପୁରସ୍କାର ଆକାରରେ ଦେବାଶିଷଙ୍କୁ ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ପ୍ରତିଭାସମ୍ପନ୍ନ ଆଥ୍‌ଲେଟ ବାପି ହାଁସଦା ଓ ଭାରୋତ୍ତୋଳିକା ଜ୍ୟୋତ୍ସ୍ନା ସବରଙ୍କୁ ମାନପତ୍ର ସହିତ ୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ୧୯୮୩ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ମଦନ ଲାଲ ମୁଖ୍ୟ ଅତିଥି, ପୂର୍ବତନ ରଣଜୀ ଟ୍ରଫି ଖେଳାଳି ତଥା ଏନ୍‌ସିଏ କୋଚ୍‌ ପଓ୍ବନ ଅଗ୍ରଓ୍ବାଲ ସମ୍ମାନନୀୟ ଅତିଥି ଏବଂ ଇମ୍ପାକ୍ଟର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଚେୟାରମ୍ୟାନ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାନେଜମେଣ୍ଟ କନ୍‌ସଲଟାଣ୍ଟ ସୟଦ ମକବୁଲ ଅଲୀ ସ୍ବାଗତ ଭାଷଣ ଦେଇଥିବାବେଳେ ସିନିୟର ଜେନେରାଲ ମ୍ୟାନେଜର, କର୍ପୋରେଟ ଆଫାୟର୍ସ ତଥା ୩୧ତମ ଏକଲବ୍ୟ ପୁରସ୍କାର କମିଟିର ଆବାହକ କିଶୋର ମୋହନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପଓ୍ବନ ଅଗ୍ରଓ୍ବାଲ ନିଜ ଖେଳ ଜୀବନ, ସେତେବେଳର ସୁବିଧା ସୁଯୋଗ ଏବଂ ସେ ଭାରତୀୟ ଦଳରୁ ଖେଳିବା ପାଇଁ କିପରି କଠିନ ପରିଶ୍ରମ କରିଥିଲେ ତାହା ଅବତାରଣା କରିଥିଲେ। ଏପରି ପୁରସ୍କାର ଖେଳାଳିମାନଙ୍କୁ ଆଗକୁ ବଢ଼ିବାରେ ବହୁ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ଦେବାଶିଷ କହିଥିଲେ ଯେ, ପୁରସ୍କାର ପାଇବା ଖବରକୁ ସେ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ। ମ୍ୟାଚ ଖେଳିସାରି ଘରକୁ ଫେରିବାପରେ ବାପା ତାଙ୍କୁ ଏ ସମ୍ପର୍କରେ ସ୍ପଷ୍ଟ କରିଥିଲେ। ଏହି ପୁରସ୍କାର ତାଙ୍କୁ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିବାକୁ ଉତ୍ସାହିତ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ଫାଇନାଲରେ ପହଞ୍ଚିଲା ଗୁମ୍ମା ଟିମ୍‌

ଦିଗପହଣ୍ଡି, ୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡ଼ିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟର ୬ଷ୍ଠ ଦିବସ ଶନିବାର ଦ୍ୱିତୀୟ...

ପ୍ରସ୍ତୁତି ଚୂଡ଼ାନ୍ତ: ଜାନୁୟାରୀ ୨୨ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଛତ୍ରପୁର,୩।୧(ଦିଲ୍ଲୀପ ସାମଲ): ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ପ୍ରଦକ୍ଷଣ ସମ୍ମିଳନୀ ଗୃହରେ ବାଣିଜ୍ୟ, ପରିବହନ, ଖଣି ଓ...

ପଞ୍ଚମ ଆଶେସ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ସିଡ୍‌ନୀ,୩ା୧: ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନ୍ତିମ ତଥା ପଞ୍ଚମ ଆଶେସ ଟେଷ୍ଟ ଖେଳାଯିବ। ହେଲେ ଗତ ମାସରେ...

ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା, ଜିଲାପାଳଙ୍କୁ…

ଦିଗପହଣ୍ଡି,୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅଞ୍ଚଳରେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତବର୍ଷ ଦିଗପହଣ୍ଡି...

ଦିବ୍ୟାଙ୍ଗ ଛାତ୍ରଙ୍କ ଇଚ୍ଛା ପୂରଣ କଲେ ନବୀନ

ଛତ୍ରପୁର,୩।୧(ଦିଲ୍ଲୀପ ସାମଲ): ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିବ୍ୟାଙ୍ଗ ଛାତ୍ର ସୁଗମ କୁମାର ପାଢ଼ୀ(ମୁରାରୀ) ଭେଟି ଖୁସି ଜାହିର କରିଛନ୍ତି...

ଦେବାଶିଷ-ରଣେନ୍ଦ୍ରଙ୍କ ପୋଷ୍ଟରରୁ ଶଙ୍ଖ ଗାଏବ, ରାଜନୀତିରେ ହଲଚଲ

ଭୁବନେଶ୍ୱର,୩ା୧: ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନୂଆବର୍ଷ ପୋଷ୍ଟରକୁ ନେଇ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଉଭୟଙ୍କ ପୋଷ୍ଟରରେ ଶଙ୍ଖ...

ଅବାଧରେ ଚାଲିଛି ନିଶା କାରବାର: ବନ୍ଦ କରିବାକୁ ଆଇଆଇଆସିଙ୍କୁ…

ଦାରିଙ୍ଗବାଡି,୩।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇଛି। ଅଞ୍ଚଳରେ ଶାନ୍ତି...

କେତୁଙ୍କ ଗୋଚରରେ ଏହି ୩ରାଶିଙ୍କ ବଦଳିଯିବ ଜୀବନ, ଟଙ୍କାରେ ଭର୍ତ୍ତି ହୋଇଯିବ ସିନ୍ଦୁକ!

ବୈଦିକ ଜ୍ୟୋତିଷ ଅନୁସାରେ, କେତୁ ଏକ ଛାୟା ଗ୍ରହ। ଏହାକୁ ଜ୍ଞାନ, ମୋକ୍ଷ ଏବଂ ବିଚ୍ଛିନ୍ନତାର କାରକ ଭାବରେ ବିବେଚନା କରାଯାଏ। ଜାନୁଆରୀରେ କ୍ରୁର ଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri