Posted inଖେଳ

ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଉଦୀୟମାନ ଟେନିସ ପ୍ରତିଭା ଦେବାଶିଷ ସାହୁ ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍‌ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ଏହି ପୁରସ୍କାର ଆକାରରେ ଦେବାଶିଷଙ୍କୁ ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ପ୍ରତିଭାସମ୍ପନ୍ନ ଆଥ୍‌ଲେଟ ବାପି ହାଁସଦା ଓ ଭାରୋତ୍ତୋଳିକା ଜ୍ୟୋତ୍ସ୍ନା ସବରଙ୍କୁ ମାନପତ୍ର ସହିତ ୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ୧୯୮୩ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ମଦନ ଲାଲ ମୁଖ୍ୟ ଅତିଥି, ପୂର୍ବତନ ରଣଜୀ ଟ୍ରଫି ଖେଳାଳି ତଥା ଏନ୍‌ସିଏ କୋଚ୍‌ ପଓ୍ବନ ଅଗ୍ରଓ୍ବାଲ ସମ୍ମାନନୀୟ ଅତିଥି ଏବଂ ଇମ୍ପାକ୍ଟର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଚେୟାରମ୍ୟାନ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାନେଜମେଣ୍ଟ କନ୍‌ସଲଟାଣ୍ଟ ସୟଦ ମକବୁଲ ଅଲୀ ସ୍ବାଗତ ଭାଷଣ ଦେଇଥିବାବେଳେ ସିନିୟର ଜେନେରାଲ ମ୍ୟାନେଜର, କର୍ପୋରେଟ ଆଫାୟର୍ସ ତଥା ୩୧ତମ ଏକଲବ୍ୟ ପୁରସ୍କାର କମିଟିର ଆବାହକ କିଶୋର ମୋହନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପଓ୍ବନ ଅଗ୍ରଓ୍ବାଲ ନିଜ ଖେଳ ଜୀବନ, ସେତେବେଳର ସୁବିଧା ସୁଯୋଗ ଏବଂ ସେ ଭାରତୀୟ ଦଳରୁ ଖେଳିବା ପାଇଁ କିପରି କଠିନ ପରିଶ୍ରମ କରିଥିଲେ ତାହା ଅବତାରଣା କରିଥିଲେ। ଏପରି ପୁରସ୍କାର ଖେଳାଳିମାନଙ୍କୁ ଆଗକୁ ବଢ଼ିବାରେ ବହୁ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ଦେବାଶିଷ କହିଥିଲେ ଯେ, ପୁରସ୍କାର ପାଇବା ଖବରକୁ ସେ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ। ମ୍ୟାଚ ଖେଳିସାରି ଘରକୁ ଫେରିବାପରେ ବାପା ତାଙ୍କୁ ଏ ସମ୍ପର୍କରେ ସ୍ପଷ୍ଟ କରିଥିଲେ। ଏହି ପୁରସ୍କାର ତାଙ୍କୁ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିବାକୁ ଉତ୍ସାହିତ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri