ଆରମ୍ଭ ହେଲା ଏକାମ୍ର ଉତ୍ସବ

ଭୁବନେଶ୍ୱର, ୪।୨ (ବନ୍ଦନା ସେଠୀ)ବର୍ଷକ ପରେ ପୁଣି ଥରେ ନୂଆ ରୂପରେ ଫେରିଛି ସିଟିଫେଷ୍ଟ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସଂସ୍କୃତିର ଅନ୍ୟତମ ଅଂଶ ସ୍ବରୂପ ଶନିବାର ଠାରୁ ଆରମ୍ଭ ହୋଇଛି ‘ଏକାମ୍ର ଉତ୍ସବ’। ବିଡ଼ିଏ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବକୁ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଜ୍ଞାନ ଓ କାରିଗରି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସିଦ୍ଦିକ୍‌ ଆଲାମ୍‌ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ଭଲପାଇବା ସହ ନିଜକୁ ଓଡ଼ିଆ ଭାବେ ଗର୍ବିତ ଅନୁଭବ କରିବା ବୋଲି ଅତିଥିମାନେ ମତ ଦେଇଥିଲେ।
ଉତ୍ସବରେ ଆକର୍ଷଣୀୟ ଆଲୋକମାଳା ସହ ଆତସବାଜିର ଅଦ୍ଭୁତ ସମାରୋହ ଆଖି ଝଲସାଇ ଦେଇଥିଲା। ତା’ ସାଙ୍ଗକୁ ଶୀତୁଆ ସନ୍ଧ୍ୟାରେ ‘ସଙ୍ଗୀତର ମୂର୍ଚ୍ଛନା’ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ତଥା ବାଦ୍‌ଶା ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତର ସୁରେସୁରେ ଶ୍ରୋତା ହଜିଯାଇଥିଲେ। ଶ୍ରୋତାଙ୍କ ମନରେ ଆଙ୍କି ହୋଇଯାଇଥିଲା ଖୋକା ଭାଇଙ୍କ ଛବି। କଣ୍ଠଶିଳ୍ପୀ ଅଭିରାମ ଖୁଣ୍ଟିଆଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ ଗୀତ ‘ତୋ ବିନା ଲାଗେନା ଭଲ କିଛି’, ‘ଏଇନା ଚିହ୍ନା ଏଇନା ଏଇନା ଜଣା’… କିଛି ସମୟ ପାଇଁ ପୁରୁଣା ଦିନକୁ ଫେରାଇ ନେଇଥିଲା। ତାଙ୍କ ପରେ ଶିଳ୍ପୀ ଶିଉଳି ଘୋଷ, ରାଜେଶ ଶତପଥୀ, ଜ୍ୟୋତିର୍ମୟୀ ନାୟକ, କୃଷ୍ଣଚନ୍ଦ୍ର ସେଠୀ, ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତିଙ୍କ କଣ୍ଠରୁ ଅନେକ ଲୋକପ୍ରିୟ ସଙ୍ଗୀତ ମଞ୍ଚରେ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ଅଭିନେତା ପୁପିନ୍ଦର ଏବଂ ଉପସ୍ଥାପିକା ଗୁନ୍‌ଗୁନ୍‌ ସଞ୍ଚାଳନ କରିଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ସଙ୍ଗୀତ ମୂର୍ଚ୍ଛନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଭୂ ଫେଷ୍ଟୋ: କାହାଣୀ ଶୁଣାରେ ମଜିଲେ ପିଲା

ମନୋରଞ୍ଜନ ସହିତ ଏକାମ୍ର ଉତ୍ସବରେ ଶନିବାରଠାରୁ ଆରମ୍ଭ ହୋଇଛି ‘କାହାଣୀ ଉତ୍ସବ ବା ଭୂ ଫେଷ୍ଟୋ’। କାହାଣୀ ଉତ୍ସବରେ ପ୍ରତିଦିନ ଓଡ଼ିଶାର ସଂସ୍କୃତି ସହିତ ମଜାଳିଆ ଓଡ଼ିଆ ଗପ ଶୁଣିବେ ରାଜଧାନୀବାସୀ। ପ୍ରଥମ ଦିନରେ ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଏପିଜେ ଅବଦୁଲ କାଲାମ ପାର୍କ ଏବଂ କଳାଭୂମି ଠାରେ କାହାଣୀ ଶୁଣିଥିଲେ। କିଏ ବାଘମାମୁଁ ଗପ କହିବାବେଳେ ଆଉ କିଏ ମାଣ୍ଡିଆକୁ ନେଇ କାହାଣୀ ଶୁଣାଇଥିଲେ। ବିଶେଷକରି ଓଡ଼ିଶାର କଥାକୁ ନେଇ କାହାଣୀ ପରିବେଷଣ ହୋଇଥିଲା, ଯାହାକି ପିଲାମାନଙ୍କ ମନୋରଞ୍ଜନ ସହିତ ଅନେକ ଶିକ୍ଷଣୀୟ ତଥ୍ୟ ଯୋଗାଇଥିଲା। ଏଥିସହ ଆଇଜି ପାର୍କରେ ପିଲାମାନଙ୍କ ପାଇଁ ଭୁଲଭୁଲେୟା ମିରର୍‌ ରଖାଯାଇଥିଲା। ପିଲାମାନେ ଖୁସିର ସହ ସେଥିରେ ମନକଥା ଲେଖିବା ସହ ଛବି ଆଙ୍କୁଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ନେଇ ବକୁଳ ଫାଉଣ୍ଡେଶନ୍‌ର ମୁଖ୍ୟ ସୁଜିତ୍‌ ମହାପାତ୍ର କହିଛନ୍ତି, ୨୦୧୮ରେ ଏଭଳି ଏକ ନିଆରା ପରିକଳ୍ପନା ମୋ ମନକୁ ଆସିଥିଲା। ପ୍ରଥମେ ଅନେକ ଲୋକ ଏହାର ସଫଳତା ନେଇ ଆଶଙ୍କା ପ୍ରକାଶ କରିଥିଲେ। ମାତ୍ର ଏ ୬ ବର୍ଷ ଭିତରେ କାହାଣୀ କହିବାକୁ ନେଇ ଅନେକ ଆଗ୍ରହ ବଢିଛି। ପ୍ରତିଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗପ ଶୁଣିବା ପାଇଁ ପ୍ରତି ପାର୍କକୁ ୨୫୦ଜଣ ଛାତ୍ରୀଛାତ୍ର ଅର୍ଥାତ୍‌ ୧ହଜାର ପିଲାଙ୍କୁ ପଠାଇବ। ଚଳିତ ବର୍ଷ ପିଲାଙ୍କ ସହ ବଡ଼ମାନଙ୍କ ମନୋରଞ୍ଜନ ନେଇ ଫୋକସ୍‌ କରାଯାଇଛି। ରବିବାର ଆଇଜି ପାର୍କରେ କେବଳ ମଜାଳିଆ କାହାଣୀକୁ ନେଇ ଗପ ପରିବେଷଣ କରାଯିବ। ଯାହାକି ଉଭୟ ପିଲା ଏବଂ ବଡ଼ଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ଶେଷଦିନ ସୋମବାର ଦିନ ଆତ୍ମଜୀବନୀକୁ ନେଇ କାହାଣୀ ପରିବେଷଣ କରାଯିବ ବୋଲି ସୁଜିତ୍‌ କହିଛନ୍ତି।

ଆମ ବ୍ୟଞ୍ଜନରେ ଓଡ଼ିଆ ଖାଦ୍ୟର ପସରା

ଏକାମ୍ର ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ‘ଓଡ଼ିଆ ବ୍ୟଞ୍ଜନ’। ମିଶନ ଶକ୍ତିଠାରୁ ଆରମ୍ଭ କରି ତାରକା ହୋଟେଲ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ସ୍ଥାନରେ ନିଜର ଖାଦ୍ୟର ସ୍ବାଦ ବାଢ଼ୁଛନ୍ତି। ସୁଲଭ ମୂଲ୍ୟରେ ଭଳିକି ଭଳି ଓଡ଼ିଆ ବ୍ୟଞ୍ଜନର ପସରା ମେଲିଛି। ମିଶନ ଶକ୍ତି ପକ୍ଷରୁ ଓଡ଼ିଆ ପିଠାମିଠା ମେନ୍ୟୁରେ ଆରିଷା, କରଞ୍ଜି, ମଗଜ ଲଡୁ, ମାଲପୁଆ, ଛେନାପୋଡ଼ଠାରୁ ଆରମ୍ଭ କରି ଆଦିବାସୀ ଖାଦ୍ୟରେ ଖାସେରି ପକୋଡ଼ି, ଢେଙ୍କାନାଳ ବରା, କଟକ ଦହିବରା ଆଳୁଦମ, ହାଣ୍ଡି ସରବତ ପରି ଓଡ଼ିଆ ଖାଦ୍ୟ ରହିଛି। ସେହିପରି କୋରାପୁଟ କଫି ଓ ମିଲେଟ୍‌ ମିଶନ ଦ୍ୱାରା ଲୋକଙ୍କୁ ମିଲେଟ୍‌ ତିଆରି ଲଡୁ ପିଠା ସହିତ କୋରାପୁଟର ପ୍ରସିଦ୍ଧ କଫି ପିଇବାର ସୁଯୋଗ ରହିଛି। ଅପରପକ୍ଷେ ଚଳିତଥର ଖାଦ୍ୟ ମେଳାରେ ବଡବଡ଼ ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ଉତ୍ସବର ଆକର୍ଷଣ ପାଲଟିଛି। ଚଳିତଥର ମୋଟ ୨୦ଟି ଖାଦ୍ୟ ଷ୍ଟଲ ପଡିଛି। ଅପରପକ୍ଷେ ସୁଆଦିଆ ଖାଦ୍ୟ ସାଙ୍ଗକୁ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଶନିବାର ଉଦ୍‌ଘାଟନ ଅବସରରେ ଗୋଟିପୁଅଠାରୁ ଆରମ୍ଭ କରି, ଯୋଡିଶଙ୍ଖ ଏବଂ ଅନ୍ୟାନ୍ୟ ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri