ଆରମ୍ଭ ହେଲା ଏକାମ୍ର ଉତ୍ସବ

ଭୁବନେଶ୍ୱର, ୪।୨ (ବନ୍ଦନା ସେଠୀ)ବର୍ଷକ ପରେ ପୁଣି ଥରେ ନୂଆ ରୂପରେ ଫେରିଛି ସିଟିଫେଷ୍ଟ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସଂସ୍କୃତିର ଅନ୍ୟତମ ଅଂଶ ସ୍ବରୂପ ଶନିବାର ଠାରୁ ଆରମ୍ଭ ହୋଇଛି ‘ଏକାମ୍ର ଉତ୍ସବ’। ବିଡ଼ିଏ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବକୁ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଜ୍ଞାନ ଓ କାରିଗରି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସିଦ୍ଦିକ୍‌ ଆଲାମ୍‌ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ଭଲପାଇବା ସହ ନିଜକୁ ଓଡ଼ିଆ ଭାବେ ଗର୍ବିତ ଅନୁଭବ କରିବା ବୋଲି ଅତିଥିମାନେ ମତ ଦେଇଥିଲେ।
ଉତ୍ସବରେ ଆକର୍ଷଣୀୟ ଆଲୋକମାଳା ସହ ଆତସବାଜିର ଅଦ୍ଭୁତ ସମାରୋହ ଆଖି ଝଲସାଇ ଦେଇଥିଲା। ତା’ ସାଙ୍ଗକୁ ଶୀତୁଆ ସନ୍ଧ୍ୟାରେ ‘ସଙ୍ଗୀତର ମୂର୍ଚ୍ଛନା’ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ତଥା ବାଦ୍‌ଶା ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତର ସୁରେସୁରେ ଶ୍ରୋତା ହଜିଯାଇଥିଲେ। ଶ୍ରୋତାଙ୍କ ମନରେ ଆଙ୍କି ହୋଇଯାଇଥିଲା ଖୋକା ଭାଇଙ୍କ ଛବି। କଣ୍ଠଶିଳ୍ପୀ ଅଭିରାମ ଖୁଣ୍ଟିଆଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ ଗୀତ ‘ତୋ ବିନା ଲାଗେନା ଭଲ କିଛି’, ‘ଏଇନା ଚିହ୍ନା ଏଇନା ଏଇନା ଜଣା’… କିଛି ସମୟ ପାଇଁ ପୁରୁଣା ଦିନକୁ ଫେରାଇ ନେଇଥିଲା। ତାଙ୍କ ପରେ ଶିଳ୍ପୀ ଶିଉଳି ଘୋଷ, ରାଜେଶ ଶତପଥୀ, ଜ୍ୟୋତିର୍ମୟୀ ନାୟକ, କୃଷ୍ଣଚନ୍ଦ୍ର ସେଠୀ, ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତିଙ୍କ କଣ୍ଠରୁ ଅନେକ ଲୋକପ୍ରିୟ ସଙ୍ଗୀତ ମଞ୍ଚରେ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ଅଭିନେତା ପୁପିନ୍ଦର ଏବଂ ଉପସ୍ଥାପିକା ଗୁନ୍‌ଗୁନ୍‌ ସଞ୍ଚାଳନ କରିଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ସଙ୍ଗୀତ ମୂର୍ଚ୍ଛନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଭୂ ଫେଷ୍ଟୋ: କାହାଣୀ ଶୁଣାରେ ମଜିଲେ ପିଲା

ମନୋରଞ୍ଜନ ସହିତ ଏକାମ୍ର ଉତ୍ସବରେ ଶନିବାରଠାରୁ ଆରମ୍ଭ ହୋଇଛି ‘କାହାଣୀ ଉତ୍ସବ ବା ଭୂ ଫେଷ୍ଟୋ’। କାହାଣୀ ଉତ୍ସବରେ ପ୍ରତିଦିନ ଓଡ଼ିଶାର ସଂସ୍କୃତି ସହିତ ମଜାଳିଆ ଓଡ଼ିଆ ଗପ ଶୁଣିବେ ରାଜଧାନୀବାସୀ। ପ୍ରଥମ ଦିନରେ ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଏପିଜେ ଅବଦୁଲ କାଲାମ ପାର୍କ ଏବଂ କଳାଭୂମି ଠାରେ କାହାଣୀ ଶୁଣିଥିଲେ। କିଏ ବାଘମାମୁଁ ଗପ କହିବାବେଳେ ଆଉ କିଏ ମାଣ୍ଡିଆକୁ ନେଇ କାହାଣୀ ଶୁଣାଇଥିଲେ। ବିଶେଷକରି ଓଡ଼ିଶାର କଥାକୁ ନେଇ କାହାଣୀ ପରିବେଷଣ ହୋଇଥିଲା, ଯାହାକି ପିଲାମାନଙ୍କ ମନୋରଞ୍ଜନ ସହିତ ଅନେକ ଶିକ୍ଷଣୀୟ ତଥ୍ୟ ଯୋଗାଇଥିଲା। ଏଥିସହ ଆଇଜି ପାର୍କରେ ପିଲାମାନଙ୍କ ପାଇଁ ଭୁଲଭୁଲେୟା ମିରର୍‌ ରଖାଯାଇଥିଲା। ପିଲାମାନେ ଖୁସିର ସହ ସେଥିରେ ମନକଥା ଲେଖିବା ସହ ଛବି ଆଙ୍କୁଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ନେଇ ବକୁଳ ଫାଉଣ୍ଡେଶନ୍‌ର ମୁଖ୍ୟ ସୁଜିତ୍‌ ମହାପାତ୍ର କହିଛନ୍ତି, ୨୦୧୮ରେ ଏଭଳି ଏକ ନିଆରା ପରିକଳ୍ପନା ମୋ ମନକୁ ଆସିଥିଲା। ପ୍ରଥମେ ଅନେକ ଲୋକ ଏହାର ସଫଳତା ନେଇ ଆଶଙ୍କା ପ୍ରକାଶ କରିଥିଲେ। ମାତ୍ର ଏ ୬ ବର୍ଷ ଭିତରେ କାହାଣୀ କହିବାକୁ ନେଇ ଅନେକ ଆଗ୍ରହ ବଢିଛି। ପ୍ରତିଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗପ ଶୁଣିବା ପାଇଁ ପ୍ରତି ପାର୍କକୁ ୨୫୦ଜଣ ଛାତ୍ରୀଛାତ୍ର ଅର୍ଥାତ୍‌ ୧ହଜାର ପିଲାଙ୍କୁ ପଠାଇବ। ଚଳିତ ବର୍ଷ ପିଲାଙ୍କ ସହ ବଡ଼ମାନଙ୍କ ମନୋରଞ୍ଜନ ନେଇ ଫୋକସ୍‌ କରାଯାଇଛି। ରବିବାର ଆଇଜି ପାର୍କରେ କେବଳ ମଜାଳିଆ କାହାଣୀକୁ ନେଇ ଗପ ପରିବେଷଣ କରାଯିବ। ଯାହାକି ଉଭୟ ପିଲା ଏବଂ ବଡ଼ଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ଶେଷଦିନ ସୋମବାର ଦିନ ଆତ୍ମଜୀବନୀକୁ ନେଇ କାହାଣୀ ପରିବେଷଣ କରାଯିବ ବୋଲି ସୁଜିତ୍‌ କହିଛନ୍ତି।

ଆମ ବ୍ୟଞ୍ଜନରେ ଓଡ଼ିଆ ଖାଦ୍ୟର ପସରା

ଏକାମ୍ର ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ‘ଓଡ଼ିଆ ବ୍ୟଞ୍ଜନ’। ମିଶନ ଶକ୍ତିଠାରୁ ଆରମ୍ଭ କରି ତାରକା ହୋଟେଲ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ସ୍ଥାନରେ ନିଜର ଖାଦ୍ୟର ସ୍ବାଦ ବାଢ଼ୁଛନ୍ତି। ସୁଲଭ ମୂଲ୍ୟରେ ଭଳିକି ଭଳି ଓଡ଼ିଆ ବ୍ୟଞ୍ଜନର ପସରା ମେଲିଛି। ମିଶନ ଶକ୍ତି ପକ୍ଷରୁ ଓଡ଼ିଆ ପିଠାମିଠା ମେନ୍ୟୁରେ ଆରିଷା, କରଞ୍ଜି, ମଗଜ ଲଡୁ, ମାଲପୁଆ, ଛେନାପୋଡ଼ଠାରୁ ଆରମ୍ଭ କରି ଆଦିବାସୀ ଖାଦ୍ୟରେ ଖାସେରି ପକୋଡ଼ି, ଢେଙ୍କାନାଳ ବରା, କଟକ ଦହିବରା ଆଳୁଦମ, ହାଣ୍ଡି ସରବତ ପରି ଓଡ଼ିଆ ଖାଦ୍ୟ ରହିଛି। ସେହିପରି କୋରାପୁଟ କଫି ଓ ମିଲେଟ୍‌ ମିଶନ ଦ୍ୱାରା ଲୋକଙ୍କୁ ମିଲେଟ୍‌ ତିଆରି ଲଡୁ ପିଠା ସହିତ କୋରାପୁଟର ପ୍ରସିଦ୍ଧ କଫି ପିଇବାର ସୁଯୋଗ ରହିଛି। ଅପରପକ୍ଷେ ଚଳିତଥର ଖାଦ୍ୟ ମେଳାରେ ବଡବଡ଼ ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ଉତ୍ସବର ଆକର୍ଷଣ ପାଲଟିଛି। ଚଳିତଥର ମୋଟ ୨୦ଟି ଖାଦ୍ୟ ଷ୍ଟଲ ପଡିଛି। ଅପରପକ୍ଷେ ସୁଆଦିଆ ଖାଦ୍ୟ ସାଙ୍ଗକୁ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଶନିବାର ଉଦ୍‌ଘାଟନ ଅବସରରେ ଗୋଟିପୁଅଠାରୁ ଆରମ୍ଭ କରି, ଯୋଡିଶଙ୍ଖ ଏବଂ ଅନ୍ୟାନ୍ୟ ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri