ଦିଗପହଣ୍ଡିରେ ଏକ ପେଡ୍ ମା ‘ କେ ନାମ ଅଭିଯାନ: ସାମିଲ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ବୁଧବାର ଠାରୁ ଧରିତ୍ରୀ ମା’ର ସୁରକ୍ଷା ପାଇଁ ଏକ ପେଡ୍ ମା ‘କେ ନାମ ୨.୦ ଅଭିଯାନ ଆରମ୍ଭ ହୋଇଛି। ଦିଗପହଣ୍ଡି ବ୍ଳକରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଅଭିଯାନ ବ୍ଳକ ଅଧିନସ୍ଥ ସମସ୍ତ ପଞ୍ଚାୟତ ଏବଂ ଏନ୍ଏସିରେ ଆୟୋଜିତ ହୋଇଥିବା ବେଳେ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଏଥିରେ ସାମିଲ ହୋଇଥିଲେ।  କୋଟିନଡା , ବାସୁଦେବପୁର , ଗୋକର୍ଣ୍ଣପୁର , ପଦ୍ମନାଭପୁର , ଗୈାଡ ଗାଁ , ଖମ୍ବାରୀ ଗାଁ , ଭୀଷ୍ମଗିରି , ଫାସିଗୁଡା ପଞ୍ଚାୟତ ସମେତ ଦିଗପହଣ୍ଡି ଏନ୍ଏସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇ ଚାରା ରୋପଣ କରିଥିଲେ । ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଅଧ୍ୟକ୍ଷ  ନିହାର ରଞ୍ଜନ କରଙ୍କ ତତ୍ତ୍ବାବଧାନରେ ” ଏକ୍ ପେଡ୍ ମା କେ ନାମ୍ ”  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭୀଷ୍ମଗିରି ପଞ୍ଚାୟତ ସରପଞ୍ଚ  ଗାୟତ୍ରୀ ବ୍ରହ୍ମା ଓ ପଞ୍ଚାୟତର ଅନ୍ଯାନ୍ଯ କର୍ମଚାରୀଙ୍କ ଉପସ୍ଥିତିରେ  ଛାତ୍ରୀଛାତ୍ରମାନେ କଲେଜ ସନ୍ନିକଟ ଖେଳ ପଡିଆ ଚତୁର୍ଦ୍ଦିଗରେ ବିଭିନ୍ନ କିସମର ପ୍ରାୟ ୧ ଶହ ବୃକ୍ଷ ଚାରା ରୋପଣ କରିଥିଲେ । ପରେ  ଉଚ୍ଚ ବିଦ୍ୟାଳୟ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପିକା ଈତିପ୍ରଭା , ପ୍ରିୟଦର୍ଶିନୀ ପ୍ରଧାନ, ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା,  ରଞ୍ଜନ ଗୌଡ ପ୍ରମୁଖ ସହଯୋଗ କରିଥିଲେ । ବିଧାୟକଙ୍କ ସହ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ବିଡ଼ିଓ ଅନାମିକା ପାଣ୍ଡେ, ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ, ବିଇଓ କୋରେଶ ସେଠୀ , ସରପଞ୍ଚ ଏମ. ଶ୍ୟାମଘନ, ସାମାଜିକ କର୍ମୀ ଏମ୍ ସନ୍ତୋଷ , ଗଞ୍ଜାମ ଜିଲା ସମବାୟ  ସଂଘର ପୂର୍ବତନ ଜିଲା ସଭାପତି ସନାତନ ସଂଗ୍ରାମ ସିଂ , ଭାଜପା ଯୁବମୋର୍ଚ୍ଚା ଜିଲା ଉପସଭାପତି ବାପି ପ୍ରଧାନ,  ଏମ୍. ନିରଞ୍ଜନ ରେଡ୍ଡୀ, କୃଷକ ମୋର୍ଚ୍ଚା ସଂଯୋଜକ ରଘୁନାଥ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି  ଦିଗପହଣ୍ଡି ଏନ୍ଏସି ଡମ୍ପିୟାର୍ଡରେ ବିଧାୟକ ପହଞ୍ଚି ହାତରେ ଝାଡୁ ଧରି ସଫାସୁତୁରା କରିଥିଲେ । ଏହାପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସଂଯୋଜନାରେ ସମସ୍ତ କର୍ମକର୍ତ୍ତା ଏବଂ କାଉନସିଲର ମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ଏଥିସହ ପଦ୍ମନାଭପୁର ଏବଂ ଗୈାଡ ଗାଁ ପଞ୍ଚାୟତର ଦାଉଣୀ ଗ୍ରାମରେ ବିଧାୟକ ପହଞ୍ଚି ୩ ଟି ପୋଖରୀ ହିଡରେ ବହୁ ଔଷଧୀୟ ଚାରା ରୋପଣ କରିଥିଲେ ।  ପଦ୍ମନାଭପୁର ସରପଞ୍ଚ ସନ୍ଧ୍ୟାରାଣୀ ସୁବୁଦ୍ଧି , କରପଡ଼ା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଗୈାଡ ଗାଁ ସରପଞ୍ଚ ସୁନିତା ସାହୁ  ପ୍ରମୁଖ ଉପସ୍ଥିତ ଥିଲେ ।ଏହାପରେ ଖମ୍ବାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମରେ ଥିବା ମା’ ଟିକାଚନ୍ଦ୍ରୀ ଦେବୀପୀଠରେ  ସରପଞ୍ଚ ଜୟଲକ୍ଷ୍ମୀ ଗୈାଡ ଏବଂ ପ୍ରତିନିଧି ଚିତ୍ରସେନ ଗୈାଡଙ୍କ ଉପସ୍ଥିତିରେ ବିଧାୟକ ଚାରା ରୋପଣ କରିବା ସହ  ଏହାର ସୁରକ୍ଷା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ ।  ପରିଶେଷରେ ସେ ଫାସିଗୁଡା ଗ୍ରାମରେ ପହଞ୍ଚି ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ଜିପିଓ ରୋଜାଲିନ ଦଳାଇ, ସରପଞ୍ଚ ଗୈାରୀ ବିଷୋୟୀ ,ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri