ମଧ୍ୟାହ୍ନଭୋଜନରେ ଅଣ୍ଡା ମିଳୁନି, କମୁଛନ୍ତିି ପିଲା

ଦଶମନ୍ତପୁର,୧୨ା୮(ଡି.ଏନ.ଏ.):ନିୟମିତ ଭାବେ ବିଦ୍ୟାଳୟ ଆସୁନାହାନ୍ତି ଶିକ୍ଷକ। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଦେବା ଲାଗି ପ୍ରଦାନ କରାଯାଉଥିବା ଅଣ୍ଡା ହଡ଼ପ କରାଯାଉଥିବାରୁ ବିଦ୍ୟାଳୟ ଆସିବା ପ୍ରତି ସେମାନଙ୍କ ଆଗ୍ରହ କମିଯାଉଛି। ଫଳରେ ପିଲାଙ୍କ ଭବିଷ୍ୟତ ଅନ୍ଧାରମୁହଁା ହେଉଛି। ଶିକ୍ଷୟିତ୍ରୀଶିକ୍ଷକମାନେ ପିଲାଙ୍କୁ ବିଦ୍ୟାଳୟରେ ଶିକ୍ଷାଦାନ ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ଏଥିରୁ ଦୂରେଇ ରହୁଛନ୍ତି। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରୁ। ଏହି ବ୍ଲକର ପିଣ୍ଡାପଦର ପଞ୍ଚାୟତ ହରିଡା ଗ୍ରାମବାସୀ ଏପରି ଅଭିଯୋଗ ଆଣିଛନ୍ତି। ଏହି ଗ୍ରାମରେ ୨୦୦୩ରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟରେ ୭୦ ଜଣ ଛାତ୍ରୀଛାତ୍ର ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢନ୍ତିି। ସେମାନଙ୍କୁ ଶିକ୍ଷାଦାନ ପାଇଁ ଦୁଇ୨ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ମାତ୍ର ଏହି ଶିକ୍ଷକମାନେ ନିୟମିତ ବିଦ୍ୟାଳୟ ଆସୁନାହାନ୍ତି। ପିଲାଙ୍କୁ ମଧ୍ୟାହ୍ନଭୋଜନରେ ପୁଷ୍ଟିକର ଖାଦ୍ୟ ରୂପେ ସପ୍ତାହକୁ ୩ ଦିନ ଅଣ୍ଡା ତରକାରି ଓ ଭାତ ଦେବା ନିୟମ ଥିବା ବେଳେ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଅଣ୍ଡା ମିଳୁ ନ ଥିବା କେତେଜଣ ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ଏନେଇ ବିଦ୍ୟାଳୟ ଶିକ୍ଷକଙ୍କୁ ପଚାରିବାକୁ ଯାଇଥିବା ବେଳେ ମଧ୍ୟାହ୍ନ ଗୋଟାଏରୁ ବିଦ୍ୟାଳୟରେ ତାଲା ପକାଇ ଶିକ୍ଷକମାନେ ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ବିଦ୍ୟାଳୟ ପାଚିକା ପୂର୍ଣ୍ଣିମା ପାଇକଙ୍କୁ ପଚାରିବାରୁ ସେ ବିଦ୍ୟାଳୟରେ ପିଲାଙ୍କୁ ନିୟମିତ ଅଣ୍ଡା ମିଳୁ ନ ଥିବା ଅଭିଯୋଗକୁ ସ୍ବୀକାର କରି ଦୋକାନରେ ଅଣ୍ଡା ନ ଥିବାରୁ ଦେଇ ହୋଇନାହିଁ ବୋଲି କହିଥିଲେ। ଏସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଦୟାସିନ୍ଧୁ ବାଘଙ୍କୁ ପଚାରିବାରୁ ସେ କହିଲେ, ୧୦ରୁ ୪ଟା ପର୍ଯ୍ୟନ୍ତ ଶିକ୍ଷକମାନେ ବିଦ୍ୟାଳୟରେ ରହିବା କଥା। କାହିଁକି ଆଜି ବନ୍ଦ କରାଯାଇଛି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ।