ଓଡିଶାର ଏହି ଜିଲାରେ ଅଣ୍ଡା ଗୋଟେ ୫ ଟଙ୍କା, ଜାଣନ୍ତୁ କେମିତି କମିଲା ଦାମ୍

ନନ୍ଦପୁର,୧୫ା୩(ତୁଷାର କାନ୍ତ ମହାନ୍ତି) : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଅଞ୍ଚଳରେ ଗ୍ୟାସ ଦରକୁ ମହଙ୍ଗା କରିଛି । ଡିଜେଲ ପେଟ୍ରୋଲ ଭଳି ତୈଳ ଦର ଓ ଉପଲବ୍ଧିତାକୁ ନେଇ ଭେଳିକି ସୃଷ୍ଟି କରିଥିବା ବେଳେ ଅଚାନକ ଅଣ୍ଡା ଦର ଶସ୍ତା ହୋଇଛି। ଅଣ୍ଡାର ପାଇକାରି ଦର ଗୋଟା ୫ ଟଙ୍କା ହୋଇଥିବା ବେଳେ ଟ୍ରେ ୧୫୦ ଟଙ୍କା ହୋଇଛି।

ନନ୍ଦପୁର ବ୍ଲକ ଅଞ୍ଚଳ ସମେତ କୋରାପୁଟ ଜିଲା ବଜାରରେ ଅଣ୍ଡା ଗୋଟା ୬ ଟଙ୍କା ଖୁଚୁରା ଦରରେ ବିକ୍ରି ହେଉଛି। ନନ୍ଦପୁର ଅଞ୍ଚଳରେ ଅଣ୍ଡାର ପାଇକାରୀ ବ୍ୟବସାୟ କରୁଥିବା ବ୍ୟବସାୟୀ ଏନ ବାବୁଲା ଦାସଙ୍କ ମତରେ ଖରା ଦିନ ଆରମ୍ଭ ପଡୋଶୀ ରାଜ୍ୟ ଆନ୍ଧ୍ରରେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଉଛି । ଅନ୍ୟପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଫଳରେ ଆନ୍ଧ୍ର ଅଞ୍ଚଳରୁ ବାହାର ଦେଶକୁ ଅଣ୍ଡା ରପ୍ତାନି ବନ୍ଦ ହୋଇଛି । ଫଳତଃ ଅଣ୍ଡା ଦର ଶସ୍ତା ହୋଇଛି। ଆଗକୁ ଆହୁରି କମିପାରେ ବୋଲି ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର, ଆସୁଛି ୮୦ ହଜାର ଟନ୍ ଅଶୋଧିତ ତୈଳ

ନୂଆଦିଲ୍ଲୀ,୧୫।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଭାରତୀୟ ପତାକା ଲାଗିଥିବା ଅଶୋଧିତ ତୈଳ ଟ୍ୟାଙ୍କର୍ ଜଗ୍ ଲାଡକି…

ଇରାନ ଯୁଦ୍ଧରେ ଡେଇଁବନି ତୁର୍କୀ, ହୋମୁର୍ଜ ଷ୍ଟ୍ରେଟରେ ଟ୍ରମ୍ପ…

ନୂଆଦିଲ୍ଲୀ,୧୫।୩: ଇରାନ ଉପରେ ଆକ୍ରମଣ କରିବା ପୂର୍ବରୁ, ଆମେରିକା ନାଟୋ କିମ୍ବା ତାର ନିକଟତମ ମିତ୍ର ବ୍ରିଟେନ ସହିତ ଯୋଗାଯୋଗ କରିନଥିଲା। ଭେନେଜୁଏଲାରେ ସମାନ ପରିସ୍ଥିତି ସୃଷ୍ଟି…

ପୋଲିସ ଡ୍ରେସ ପିନ୍ଧି କରୁଥିଲେ ଆତଙ୍କିତ, ନକଲି ପୋଲିସଙ୍କୁ ବାନ୍ଧିଲା ଅସଲି ପୋଲିସ

ଅତାବିରା,୧୫।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ରବିବାର ନକଲି ପୋଲିସ ଭାବରେ ବୁଲୁ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ…

ବରଗଡ଼ରେ ମହଜୁତ ଅଛି ରନ୍ଧନ ଗ୍ୟାସ, କଳାବଜାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ କହିଲେ ଜିଲାପାଳ

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଲିକୁଇଫାଇଡ୍ ପେଟ୍ରୋଲିୟମ ଗ୍ୟାସ (ଏଲପିଜି), ପେଟ୍ରୋଲ ଏବଂ ଡିଜେଲ୍ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା ପାଇଁ ଶନିବାର ଜିଲାସ୍ତରୀୟ ନିରୀକ୍ଷଣ…

ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ

ବାରିପଦା/କରଞ୍ଜିଆ,୧୫ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ/କବିତା ମହାନ୍ତ): ରବିବାର ଅପରାହ୍ନ ସାଢେ ୪ଟାରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଳକ କଙ୍କଡା ଗ୍ରାମରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ଦେଖାଯାଇଛି । ଏଥିରେ…

ଅମଳ ଖର୍ଚ୍ଚ ବି ଉଠାଇ ପାରୁନାହାନ୍ତି ଚାଷୀ, ଗଞ୍ଜାମରେ ଟମାଟୋ କିଲୋ ରହିଛି…

ଗଞ୍ଜାମ,୧୫ା୩(ବିଦ୍ୟାଧର ସାହୁ): ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ମାଟିରେ ମିଶୁଛି ଝାଳ ବୁହାଇ ଅମଳ କରିଥିବା ଟମାଟୋ। ବର୍ତ୍ତମାନ ବଜାରରେ ଟମାଟୋ ଦର ଏଭଳି ସ୍ତରକୁ ଖସି…

ଓଲା ଗାଡିରେ ଯାଉଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ତାପରେ….

ଛତ୍ରପୁର,୧୫ା୩(ଦିଲ୍ଲୀପ ସାମଲ): ଚଳନ୍ତା ଓଲା ଗାଡିରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ ଗାଡିଟି ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଚାଳକ । ଏପରି ଦୃଶ୍ୟ ଦେଖିବାକୁ…

୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ, ଘଡ଼ଘଡ଼ି ସହ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ବର,୧୫ା୩: ୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ପବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri