ଅଣ୍ଡାମାଡ଼ ରାଜନୀତି

ପୁରୀ ଅଫିସ,୨୮।୧୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସକୁ ୪ ଦିନ ପୂରିଛି। ଓଡ଼ିଆଙ୍କ ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଉଦ୍ଦିଷ୍ଟ ଥିବା ହେତୁ ପୁରୀବାସୀଙ୍କ ସମେତ ରାଜ୍ୟବାସୀଙ୍କ ନଜର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉପରେ ରହିଥିଲା। ମାତ୍ର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ବେଳେ ଅନେକ ରାଜନୈତିକ ଓ ଆକ୍ରୋଶମୂଳକ ଘଟଣାବଳୀ ଦେଖିବାକୁ ମିଳିଛି। ଶିଳାନ୍ୟାସ ସାରି ଫେରିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ କରାଯାଇଥିଲା। ଏହି ଘଟଣାରେ ଭାଜପା ଯୁବମୋର୍ଚ୍ଚାର ସଭାପତି ଓ ୨ ଜଣ ଯୁବମୋର୍ଚ୍ଚା କର୍ମୀ ଗିରଫ ହୋଇଛନ୍ତି। ଏଭଳି ଆକ୍ରମଣକୁ ଅନେକ ଲୋକେ ନିନ୍ଦା କରିଥିବାବେଳେ ସମ୍ପୃକ୍ତ ଘଟଣା ଆଗାମୀ ଦିନରେ ସ୍ଥାନୀୟ ରାଜନୀତି ଓ ସାମାଜିକ ଜୀବନକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ସବୁ ଦଳକୁ ସାଙ୍ଗରେ ନେଇ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ କରାଇବାକୁ ଯଥେଷ୍ଟ ଚେଷ୍ଟା କରାଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସ୍ଥାନୀୟ ଭାଜପା ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ବିଜେଡି ଶିଳାନ୍ୟାସ କାର୍ଯ୍ୟକ୍ରମ ବିରୋଧହୀନ ହେବ ବୋଲି ଆଶା କରିିଥିଲା। ଉଭୟ କଂଗ୍ରେସ ଓ ଭାଜପାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ଉପରେ ରହି ପରିକ୍ରମା ପ୍ରକଳ୍ପକୁ ସମର୍ଥନ ଜଣାଇଥିଲେ ମଧ୍ୟ ଦଳୀୟ କର୍ମୀଙ୍କଠାରେ ସେଭଳି ଆଭିମୁଖ୍ୟ ଦେଖିବାକୁ ମିଳି ନ ଥିଲା। ଭାଜପା ନେତା ଓ କର୍ମୀମାନେ ପୁରୀ ସହର ସମେତ ସଦରର କିଛି ଅଞ୍ଚଳରେ କଳା ପତାକା ଦେଖାଇବା ସହ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ। ତେବେ ଏଭଳି ବିରୋଧ କାହା ଇଙ୍ଗିତରେ କରାଯାଇଥିଲା ଓ ଯୋଜନାବଦ୍ଧ ଭାବେ ହୋଇଥିବା ଆକ୍ରମଣ ପଛରେ କେଉଁମାନେ ରହିଛନ୍ତି ସେ ସମ୍ପର୍କରେ ଜିଲା ପ୍ରଶାସନ କୌଣସି ଖବର ପାଇପାରି ନ ଥିଲା। ଯାହାକି ଜିଲା ପୋଲିସ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ଅପାରଗତାକୁ ପଦାରେ ପକାଇଥିଲା। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମଞ୍ଚରେ ରହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଉଥିବାବେଳେ ଯୁବମୋର୍ଚ୍ଚା କର୍ମୀମାନେ ତାଙ୍କ ହାତରୁ ଖସିଗଲେଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଥିସହିତ ପୁରୀ ସହରର ଅନେକ ବରିଷ୍ଠ ନାଗରିକଙ୍କ ମତରେ ନବୀନ ସରକାର ବିରୋଧରେ ଜନମତ ବୃଦ୍ଧିପାଉଛି ବୋଲି ଏହି ପ୍ରତିବାଦରୁ ଜଣାପଡ଼ିଲା। ସେମାନଙ୍କ ମତ ଅନୁଯାୟୀ, କେବଳ ଭାଜପା କର୍ମୀ ନୁହେଁ, ସହରର ଅଣରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଏହି ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି।

ଅନ୍ୟପକ୍ଷରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଅଣ୍ଡା ମାଡ଼ପରେ ବିଜେଡି ପକ୍ଷରୁ ଯେଉଁଭଳି ଭାବେ ପ୍ରତିକ୍ରିୟା ପ୍ରକାଶ ପାଇବା ନେଇ ଆଶା କରାଯାଉଥିଲା ସେଭଳି କିଛି ହୋଇନାହିଁ। ଏଥିପାଇଁ ବିଜେଡିର ଅନ୍ତଃକନ୍ଦଳକୁ ଦାୟୀ କରାଯାଇପାରେ। ୮୦ଦଶକର ମଧ୍ୟ ଭାଗରୁ ପୁରୀ ରାଜନୀତିରେ ସକ୍ରିୟ ଥିବା ମହେଶ୍ୱର ମହାନ୍ତିଙ୍କୁ ଦଳରେ କୋଣଠେସା କରାଯିବା ଫଳରେ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ମହେଶ୍ୱର ପୁରୀ ଜିଲା ବିଜେଡି ସଭାପତି ଅଛନ୍ତି। ମାତ୍ର ତାଙ୍କୁ ସରକାରୀ ଓ ଅନେକ ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରଖାଯାଉଛି। ମହେଶ୍ୱରଙ୍କ ଅନୁଗତଙ୍କ ମଧ୍ୟରେ ଚର୍ଚ୍ଚା ଯେ, ନବୀନଙ୍କୁ ଅଣ୍ଡାମାଡ଼ ହୋଇଛି, ଭଲ ହୋଇଛି।

ଅଣ୍ଡାମାଡ଼ ଓ ବିରୋଧ ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ଭଳି ଘଟଣା ଘଟୁ ବୋଲି ଆମେ ଚାହୁଁ ନ ଥିଲୁ। ମମିତା ମେହେର ହତ୍ୟା ପ୍ରସଙ୍ଗରେ ଯୁବମୋର୍ଚ୍ଚା ଏଭଳି ଆଭିମୁଖ୍ୟ ନେଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ମଧ୍ୟ ସନ୍ଦେହଘେରରେ ରହିଛି। ଏଭଳି ସ୍ଥଳେ ଠିକ୍‌ ତଦନ୍ତ ଆବଶ୍ୟକ ହେଉଥିବାବେଳେ ବିଜେଡି ଓଲଟା ମନ୍ତ୍ରୀଙ୍କ ବିରୋଧରେ ଆମକୁ ପ୍ରମାଣ ମାଗୁଛି। ତଥ୍ୟ ପ୍ରମାଣ ଯୋଗାଡ଼ କରିବାର ଦାୟିତ୍ୱ ସରକାରଙ୍କର। ଏଣୁ ସରକାର ନିରପେକ୍ଷ ଭାବେ ତଦନ୍ତ କରୁ ନ ଥିବା ହେତୁ ଏଭଳି ବିରୋଧ ଦେଖିବାକୁ ମିଳୁଛି। ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଏସମ୍ପର୍କରେ କୌଣସି ମତ ଦେବାକୁ ମନା କରିଦେଇଛନ୍ତି।

ଦତ୍ତାତ୍ରେୟ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri