ଅଣ୍ଡାମାଡ଼ ରାଜନୀତି

ପୁରୀ ଅଫିସ,୨୮।୧୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସକୁ ୪ ଦିନ ପୂରିଛି। ଓଡ଼ିଆଙ୍କ ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଉଦ୍ଦିଷ୍ଟ ଥିବା ହେତୁ ପୁରୀବାସୀଙ୍କ ସମେତ ରାଜ୍ୟବାସୀଙ୍କ ନଜର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉପରେ ରହିଥିଲା। ମାତ୍ର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ବେଳେ ଅନେକ ରାଜନୈତିକ ଓ ଆକ୍ରୋଶମୂଳକ ଘଟଣାବଳୀ ଦେଖିବାକୁ ମିଳିଛି। ଶିଳାନ୍ୟାସ ସାରି ଫେରିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ କରାଯାଇଥିଲା। ଏହି ଘଟଣାରେ ଭାଜପା ଯୁବମୋର୍ଚ୍ଚାର ସଭାପତି ଓ ୨ ଜଣ ଯୁବମୋର୍ଚ୍ଚା କର୍ମୀ ଗିରଫ ହୋଇଛନ୍ତି। ଏଭଳି ଆକ୍ରମଣକୁ ଅନେକ ଲୋକେ ନିନ୍ଦା କରିଥିବାବେଳେ ସମ୍ପୃକ୍ତ ଘଟଣା ଆଗାମୀ ଦିନରେ ସ୍ଥାନୀୟ ରାଜନୀତି ଓ ସାମାଜିକ ଜୀବନକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ସବୁ ଦଳକୁ ସାଙ୍ଗରେ ନେଇ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ କରାଇବାକୁ ଯଥେଷ୍ଟ ଚେଷ୍ଟା କରାଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସ୍ଥାନୀୟ ଭାଜପା ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ବିଜେଡି ଶିଳାନ୍ୟାସ କାର୍ଯ୍ୟକ୍ରମ ବିରୋଧହୀନ ହେବ ବୋଲି ଆଶା କରିିଥିଲା। ଉଭୟ କଂଗ୍ରେସ ଓ ଭାଜପାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ଉପରେ ରହି ପରିକ୍ରମା ପ୍ରକଳ୍ପକୁ ସମର୍ଥନ ଜଣାଇଥିଲେ ମଧ୍ୟ ଦଳୀୟ କର୍ମୀଙ୍କଠାରେ ସେଭଳି ଆଭିମୁଖ୍ୟ ଦେଖିବାକୁ ମିଳି ନ ଥିଲା। ଭାଜପା ନେତା ଓ କର୍ମୀମାନେ ପୁରୀ ସହର ସମେତ ସଦରର କିଛି ଅଞ୍ଚଳରେ କଳା ପତାକା ଦେଖାଇବା ସହ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ। ତେବେ ଏଭଳି ବିରୋଧ କାହା ଇଙ୍ଗିତରେ କରାଯାଇଥିଲା ଓ ଯୋଜନାବଦ୍ଧ ଭାବେ ହୋଇଥିବା ଆକ୍ରମଣ ପଛରେ କେଉଁମାନେ ରହିଛନ୍ତି ସେ ସମ୍ପର୍କରେ ଜିଲା ପ୍ରଶାସନ କୌଣସି ଖବର ପାଇପାରି ନ ଥିଲା। ଯାହାକି ଜିଲା ପୋଲିସ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ଅପାରଗତାକୁ ପଦାରେ ପକାଇଥିଲା। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମଞ୍ଚରେ ରହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଉଥିବାବେଳେ ଯୁବମୋର୍ଚ୍ଚା କର୍ମୀମାନେ ତାଙ୍କ ହାତରୁ ଖସିଗଲେଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଥିସହିତ ପୁରୀ ସହରର ଅନେକ ବରିଷ୍ଠ ନାଗରିକଙ୍କ ମତରେ ନବୀନ ସରକାର ବିରୋଧରେ ଜନମତ ବୃଦ୍ଧିପାଉଛି ବୋଲି ଏହି ପ୍ରତିବାଦରୁ ଜଣାପଡ଼ିଲା। ସେମାନଙ୍କ ମତ ଅନୁଯାୟୀ, କେବଳ ଭାଜପା କର୍ମୀ ନୁହେଁ, ସହରର ଅଣରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଏହି ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି।

ଅନ୍ୟପକ୍ଷରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଅଣ୍ଡା ମାଡ଼ପରେ ବିଜେଡି ପକ୍ଷରୁ ଯେଉଁଭଳି ଭାବେ ପ୍ରତିକ୍ରିୟା ପ୍ରକାଶ ପାଇବା ନେଇ ଆଶା କରାଯାଉଥିଲା ସେଭଳି କିଛି ହୋଇନାହିଁ। ଏଥିପାଇଁ ବିଜେଡିର ଅନ୍ତଃକନ୍ଦଳକୁ ଦାୟୀ କରାଯାଇପାରେ। ୮୦ଦଶକର ମଧ୍ୟ ଭାଗରୁ ପୁରୀ ରାଜନୀତିରେ ସକ୍ରିୟ ଥିବା ମହେଶ୍ୱର ମହାନ୍ତିଙ୍କୁ ଦଳରେ କୋଣଠେସା କରାଯିବା ଫଳରେ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ମହେଶ୍ୱର ପୁରୀ ଜିଲା ବିଜେଡି ସଭାପତି ଅଛନ୍ତି। ମାତ୍ର ତାଙ୍କୁ ସରକାରୀ ଓ ଅନେକ ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରଖାଯାଉଛି। ମହେଶ୍ୱରଙ୍କ ଅନୁଗତଙ୍କ ମଧ୍ୟରେ ଚର୍ଚ୍ଚା ଯେ, ନବୀନଙ୍କୁ ଅଣ୍ଡାମାଡ଼ ହୋଇଛି, ଭଲ ହୋଇଛି।

ଅଣ୍ଡାମାଡ଼ ଓ ବିରୋଧ ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ଭଳି ଘଟଣା ଘଟୁ ବୋଲି ଆମେ ଚାହୁଁ ନ ଥିଲୁ। ମମିତା ମେହେର ହତ୍ୟା ପ୍ରସଙ୍ଗରେ ଯୁବମୋର୍ଚ୍ଚା ଏଭଳି ଆଭିମୁଖ୍ୟ ନେଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ମଧ୍ୟ ସନ୍ଦେହଘେରରେ ରହିଛି। ଏଭଳି ସ୍ଥଳେ ଠିକ୍‌ ତଦନ୍ତ ଆବଶ୍ୟକ ହେଉଥିବାବେଳେ ବିଜେଡି ଓଲଟା ମନ୍ତ୍ରୀଙ୍କ ବିରୋଧରେ ଆମକୁ ପ୍ରମାଣ ମାଗୁଛି। ତଥ୍ୟ ପ୍ରମାଣ ଯୋଗାଡ଼ କରିବାର ଦାୟିତ୍ୱ ସରକାରଙ୍କର। ଏଣୁ ସରକାର ନିରପେକ୍ଷ ଭାବେ ତଦନ୍ତ କରୁ ନ ଥିବା ହେତୁ ଏଭଳି ବିରୋଧ ଦେଖିବାକୁ ମିଳୁଛି। ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଏସମ୍ପର୍କରେ କୌଣସି ମତ ଦେବାକୁ ମନା କରିଦେଇଛନ୍ତି।

ଦତ୍ତାତ୍ରେୟ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri