ରାଜସ୍ବ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

କେନ୍ଦୁଝର,୧୮ା୧୧(ସ୍ବ.ପ୍ର.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଭାଜପା ନେତାଙ୍କ ଅଣ୍ଡାମାଡ଼ ଘଟଣାରେ ଯୁବ ସଭାପତି ହେମ ରଞ୍ଜନ ବାରିକଙ୍କୁ ପୋଲିସ ଅଟକ ରଖିଛି ବୋଲି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସୂଚନା ଦେଇଛନ୍ତି। ଅନ୍ୟମାନେ ଘଟଣା ପରେ ପଳାଇ ଯାଇଥିବା ଜଣାପଡ଼ିଛି। କେନ୍ଦୁଝର ଟାଉନ କାଶୀପୁର ସ୍କୁଲ ନିକଟରେ ମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ କରି ଭାରତ ମାତା କି ଜୟ ସ୍ଲୋଗାନ ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଆସି ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଉଦ୍‌ଘାଟନ ନ କରି ଭିଡିଓ ଜରିଆରେ କରୁଥିବା ବେଳେ ରାଜସ୍ବ ମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ।