ନ୍ୟୁୟର୍କ,୧୩।୮ : କରୋନା ମହାମାରୀର ନୂଆ ଭାରିଆଣ୍ଟ ଇଜି.୫ ନେଇ ଆମେରିକାରେ ଆତଙ୍କ ସୃଷ୍ଟି ହୋଇଛି। ଏହା ଯୋଗୁ ନ୍ୟୁୟର୍କ ସିଟିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ଦେଶରେ କରୋନାର ନୂଆ ଭାରିଆଣ୍ଟ ଯୋଗୁ ସକ୍ରିୟ ମାମଲା ଉପର ମୁହାଁ ହୋଇଛି।
ବିଶେଷଜ୍ଞମାନେ କହିଛନ୍ତି ପୂର୍ବରୁ ଟିକାକରଣ କିମ୍ବା ସଂକ୍ରମିତ ହୋଇଥିବା ଲୋକେ ଏଥିରେ ଆକ୍ରାନ୍ତ ହେବା ଆଶଙ୍କ କମ ରହିଛି। କିନ୍ତୁ ସେମାନେ ଅଧିକ ସତର୍କ ରହିବା ଏବଂ ଅସୁରକ୍ଷିତ ଲୋକଙ୍କ ସହ ସମ୍ପର୍କରୁ ଦୂରେଇ ରହିବା ଉଚିତ।
ଖରାଦିନେ ଅନେକ ପରିବାର ବାହାରେ ଅବସରା ବିନୋଦନ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କ ଠାରେ ସଂକ୍ରମଣ ଥିବାର ଆଶଙ୍କା ରହିଛି।
ସହରର ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ସୋମବାର ସୁଦ୍ଧା ଗତ ସାତ ଦିନ ମଧ୍ୟରେ ୫୯୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାଂଶ ମାମଲା ବ୍ରୋନକ୍ସ ଏବଂ କୁଇନ୍ସରେ ରିପୋର୍ଟ କରାଯାଇଛି।
ସର୍ବାଧିକ ସଂକ୍ରମଣ ହାର ଥିବା ପଡୋଶୀ ଅଞ୍ଚଳ ମଧ୍ୟରେ ଫ୍ଲାଶିଂ ଏବଂ କ୍ଲିୟରଭ୍ୟୁ ରହିଛି। ଏହା ଓମିକ୍ରନ ପରି ଲକ୍ଷଣ ଦେଖାଉଛି, କିନ୍ତୁ ଏକ୍ଷେତ୍ରରେ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଟିକିଏ ଅଧିକ ରହିଛି।
ଡାକ୍ତର ଏରିକ ସେଓଏ ପେନା କହିଛନ୍ତି ନ୍ୟୁୟର୍କରେ ପୂର୍ବରୁ ଟିକାକରଣ ଏବଂ ସଂକ୍ରମଣ ହାର ଅଧିକ ଥିବାରୁ ନୂଆ ମାମଲାରେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ କମ ରହିପାରେ।


