ହଜି ଯାଉଥିବା ପାରମ୍ପରିକ ଖାଦ୍ୟ, ବାଦ୍ୟଯନ୍ତ୍ରର ପୁନରୁଦ୍ଧାର ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଜନଜାତି ସମ୍ମିଳନୀ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଦୀପ ମଲିକ ମଞ୍ଚ ପରିଚାଳନା କରିଥିବାବେଳେ ବସନ୍ତ ମହାନ୍ତି, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କୁଇ କବି ବକଲା ପ୍ରଧାନ, ତାଲିମଦାତା ସୁଶାନ୍ତ ଦଳେଇ, ଗମା ପ୍ରଧାନ, ସରସ୍ବତୀ ପ୍ରଧାନ, ପୂର୍ବତନ ସରପଞ୍ଚ ସୁଜାତା ପଡ୍ରା ପ୍ରମୁଖ ମଞ୍ଚାସୀନ ଥିଲେ। ଏହାର ଉଦ୍‌ଘାଟନୀ ବେଳେ ଦୀପ ପ୍ରଜ୍ଜ୍ୱଳନ ବଦଳରେ ପାରମ୍ପରିକ ବାଦ୍ୟ ବଜାଇ ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ କୁଇ ଭାଷା ଓ ଜନଜାତିଙ୍କ ହଜିଯାଉଥିବା ପାରମ୍ପରିକ ପୂଜା, ପାର୍ବଣ, ପାରମ୍ପରିକ ଖାଦ୍ୟ ଓ ବାଦ୍ୟ ଯନ୍ତ୍ର, ସେମାନଙ୍କ ଚଳଣି ଧିରେ ଧିରେ ହଜିଯାଉଛି। ଏହାର କାରଣ ଓ ନିରାକାରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷକରି ଯୁବପିଢ଼ି ଆଉ ଜନଜାତିଙ୍କ କୁଇ ଭାଷାରେ ବାର୍ତ୍ତାଳାପ କରୁ ନ ଥିବା ବେଳେ ଅନେକ ପରିବର୍ତ୍ତନ ଦ୍ୱାରା ଧିରେ ଧିରେ ଜନଜାତି ଏକ ପ୍ରକାର ହଜିଯାଉଥିବା କୁହାଯାଉଥିଲା। ସେହିପରି ଜନଜାତିଙ୍କ ପୋଷାକ ପରିଧାନରେ ପରିବର୍ତ୍ତନ ହେବାରେ ଲାଗିଛି। ପାରମ୍ପରିକ ଖାଦ୍ୟ ଖାଇବା ଛାଡ଼ି ଏବେ ବଜାରରେ ମିଳିଥିବା ଫାଷ୍ଟଫୁଡ୍‌ ଆଦି ଖାଇବା ଦେଖିବାକୁ ମିଳୁଛି। କ୍ଷୁଦ୍ରଦାନା ଶସ୍ୟ ତଥା ମାଣ୍ଡିଆ କୁଏରୀ, ଜହ୍ନା ଆଦି ଖାଇବାକୁ ଯୁବପିଢ଼ି ପସନ୍ଦ କରୁ ନ ଥିବା ଆଦି ଆଲୋଚନା ସହ ପାରମ୍ପରିକ ଚାଷ ଓ ଅମଳ ହେଉଥିବା ଖାଦ୍ୟକୁ ଖାଇବାକୁ ସଚେତନ କରାଯାଇଥିଲା। ସେହିପରି ପେସା ଆଇନ ସମ୍ପର୍କରେ ଆଲୋଚନା ହେବା ସହ ଏହା ସରକାର ଲାଗୁ କରନ୍ତୁ ବୋଲି କୁହାଯାଇଥିଲା। କାର୍ଯ୍ୟକ୍ରମରେ ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା ଓ ମଞ୍ଚରେ ଜନଜାତି ମହିଳାମାନେ ପାରମ୍ପରିକ ଖଞ୍ଜଣୀ ନୃତ୍ୟ ଆଦି ପରିବେଷଣ କରିଥିଲେ। ଢୋଲ ମହୁରୀ, ଡେକା, ଚାଙ୍ଗୁ, ଢୋଲ ରେ ମଞ୍ଚ ଦୁଲୁକିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୫।୨: ୧୯ ବର୍ଷରୁ କମ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୦୬ ଷ୍ଟ୍ରାଇକ ରେଟ ସହିତ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଓପନର୍‌ ଆରୋନ ଜର୍ଜ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri