ମଞ୍ଚ ନାଟକର ପୁନରୁଦ୍ଧାର ଲାଗି ପ୍ରୟାସ

ଭଞ୍ଜନଗର,୧୩ା୧୧(ଡି.ଏନ୍‌.ଏ.): ଭଞ୍ଜନଗର ଉପଖଣ୍ଡରେ ମଞ୍ଚ ନାଟକର ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ରବିବାର ସ୍ଥାନୀୟ ଭଞ୍ଜ ସାହିତ୍ୟ ପରିଷଦରେ ଭଞ୍ଜନଗର ତରୁଣ କଳାକାର ସଂସ୍ଥା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍ଥାର ବରିଷ୍ଠ କର୍ମକର୍ତ୍ତା ଉପେନ୍ଦ୍ର ଶତପଥୀ ଅଧ୍ୟକ୍ଷତା କରିଥିଲେ। ନାଟ୍ୟ ନିର୍ଦ୍ଦେଶକ, ବିଶିଷ୍ଟ ବ୍ୟକ୍ତି, କଳାକାର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଶୂଳପାଣି ଶତପଥୀ, ଅଜିତ ଶତପଥୀ, ଆପଟ୍ଟ, ଅଶୋକ ସ୍ବାଇଁ, ଗୁରୁମୂର୍ତ୍ତି ନାୟକ, ଗୌରୀ ପଟ୍ଟନାୟକ, ସୁକାନ୍ତ ପଣ୍ଡା, ପ୍ରଭାତ ମହାରଣା, ମୁରଲୀ ପଣ୍ଡା, ଅନୁପମ ବାନାର୍ଜୀ, ପ୍ରଦୀପ ସାସମଲ, ମନୋଜ ଗୌଡ ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ କର୍ମକର୍ତ୍ତା ଉପେନ୍ଦ୍ର କହିଛନ୍ତି, କଳା, ସଂସ୍କୃତି, ସାହିତ୍ୟ ପାଇଁ ଘୁମୁସର ମାଟି ବିଶ୍ୱରେ ପରିଚିତ। ମଞ୍ଚ ନାଟକ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଉକ୍ତ କଳାକୁ ବଞ୍ଚାଇବା ପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଛି। ଅଞ୍ଚଳର ନବାଗତ କଳାକାରଙ୍କୁ ନେଇ ନାଟକ ହେବ। ଭୁବନେଶ୍ବରରେ ପ୍ରଥମେ ନାଟକ ପରିବେଷଣ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହେଲା ବୋଲି ସେ କହିଛନ୍ତି।