ମ୍ୟାଲେରିଆ ହ୍ରାସ ପାଇଁ ପ୍ରୟାସ

ମ୍ୟାଲେରିଆ ସମସ୍ତଙ୍କ ପାଇଁ କୌଣସି ନୂଆ ରୋଗ ନୁହେଁ। ଏହା ମଣିଷ ସଭ୍ୟତାର ଏକ ପୁରାତନ ରୋଗ। ଏହାର ପରଜୀବୀ (ପାରାସାଇଟ୍‌)କୁ ୧୮୯୭ ମସିହା ଅଗଷ୍ଟ ୨୦ ତାରିଖରେ ଆର୍ମି ସର୍ଜନ ଡା. ରୋନାଲଡ୍‌ ରସ୍‌ ଭାରତର ସିକନ୍ଦରାବାଦରେ ଆବିଷ୍କାର କରିଥିଲେ। କ୍ରମଶଃ ଏହାର ବାହକ ମାଈ ଏନୋଫିଲିସ ମଶା ଓ ପରଜୀବୀ ଚାରି ପ୍ରକାରର ବୋଲି ଜଣାପଡିଲା। ଏହି ଜ୍ୱର ସୃଷ୍ଟିକାରୀ ରୋଗର ଚିକିତ୍ସା ମଧ୍ୟ ସଫଳ ରୂପେ ହୋଇପାରିଲା ତତ୍‌ଜନିତ ଅତ୍ୟଧିକ ମୃତ୍ୟୁ ରୋକାଯାଇ ପାରିଥିଲା। ମ୍ୟାଲେରିଆ ସମ୍ପର୍କରେ ସବିଶେଷ ଭାବରେ ଜାଣିବା ଏବଂ ଜନସଚେତନା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ମ୍ୟାଲେରିଆ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ୍‌ ରହିଛି ‘ମ୍ୟାଲେରିଆ ମୃତ୍ୟୁହାର ହ୍ରାସ ପାଇଁ ନୂତନ ପ୍ରୟାସ’।
ମ୍ୟାଲେରିଆ ନିୟନ୍ତ୍ରଣ ମୁଖ୍ୟତଃ ବାହକ (ଭେକ୍ଟର) ମଶା ନିୟନ୍ତ୍ରଣ ଉପରେ ନିର୍ଭର କରିଥାଏ। ମଶାମାନଙ୍କ ଦ୍ୱାରା ମ୍ୟାଲେରିଆ ବ୍ୟତୀତ ଡେଙ୍ଗୁ, ଫାଇଲେରିଆ, ପିତ୍ତଜ୍ୱର, ଚିକନଗୁନିଆ, ମସ୍ତିଷ୍କ ପ୍ରଦାହ, ଜିକା ଏବଂ ଆଉ କେତେକ ଭୂତାଣୁଜନିତ ରୋଗ ବ୍ୟାପିଥାଏ।
ଆମ ରାଜ୍ୟରେ ପାଖାପାଖି ଏକ ଲକ୍ଷ ଷାଠିଏକୋଟି କୀଟନାଶକ ଔଷଧ, ଦୀର୍ଘସ୍ଥାୟୀ ମଶାରି ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଜନସାଧାରଣଙ୍କୁ ବିନାମୂଲ୍ୟରେ ବିତରଣ କରାଯାଇଛି। ପ୍ରଥମେ ପ୍ରଥମେ ଲୋକମାନେ କେତେକ ବ୍ୟକ୍ତିଗତ କାରଣରୁ ଏହାର ବ୍ୟବହାର ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ, ମାତ୍ର ସମୟକ୍ରମେ ସେମାନେ ଏହାର ବ୍ୟବହାରକୁ ଅଭ୍ୟାସରେ ପରିଣତ କରିବା ଦ୍ୱାରା ଆମ ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ ମ୍ୟାଲେରିଆ ହ୍ରାସ ପାଇଛି।
ମ୍ୟାଲେରିଆ ମଶା ଦ୍ୱାରା ବ୍ୟାପିଥାଏ। ଅର୍ଥାତ୍‌ ମଶା ମ୍ୟାଲେରିଆ ରୋଗୀଠାରୁ ଜୀବାଣୁ ରକ୍ତ ମାଧ୍ୟମରେ ଆଣିଥାଏ। ତେଣୁ ଉଭୟ ରୋଗୀ ଓ ସୁସ୍ଥ ଲୋକ ମଧ୍ୟରେ ଏକ ସୁରକ୍ଷାବଳୟ ସୃଷ୍ଟି କରିଥାଏ। ଏହି ଏକକ କାର୍ଯ୍ୟ ଦ୍ୱାରା ଆମ ରାଜ୍ୟ ମ୍ୟାଲେରିଆ ନିୟନ୍ତ୍ରଣରେ ଅଶାନୁରୂପ ସଫଳତା ଲାଭ କରିଛି। ଗୋଟିଏ ମଶାରିର ଦାମ୍‌ ଜଣେ ମ୍ୟାଲେରିଆ ରୋଗୀର ଚିକିତ୍ସା ଖର୍ଚ୍ଚଠାରୁ ଯଥେଷ୍ଟ କମ୍‌ ଏବଂ ମଣିଷ ଜୀବନର ମୂଲ୍ୟ ତୁଳନାରେ ଅତ୍ୟନ୍ତ ନଗଣ୍ୟ। ଏହି ଅଭ୍ୟାସକୁ ସମସ୍ତେ ଆପଣେଇଲେ ମ୍ୟାଲେରିଆର ସମ୍ପୂର୍ଣ୍ଣ ନିରାକରଣ କରାଯାଇପାରିବ।
ଆଉ ଗୋଟିଏ ଉପାୟ ହେଲା, ମଶାମାନଙ୍କ ନିୟନ୍ତ୍ରଣ ଅର୍ଥାତ୍‌ ମଶାମାନଙ୍କ ବଂଶବୃଦ୍ଧି କରିବାକୁ ନ ଦେବା। ସାଧାରଣତଃ ଅଣ୍ଡିରା ମଶା ପ୍ରାୟ ୧୦ଦିନ ବଞ୍ଚୁଥିବା ବେଳେ ମାଈ ମଶାମାନେ ୪୨-୫୬ଦିନ ବଞ୍ଚତ୍ଥାଆନ୍ତି। ଆଇଆରଏସ ଅର୍ଥାତ୍‌ କୀଟନାଶକ ସିଞ୍ଚନ ଦ୍ୱାରା ସେମାନଙ୍କୁ ମାରିବା ହେତୁ ସେମାନଙ୍କର ବଂଶବୃଦ୍ଧିକୁ ରୋକାଯାଇପାରୁଛି। ମାତ୍ର ମଶାମାନେ ଏସବୁ କୀଟନାଶକକୁ ପ୍ରତିରୋଧ କରି ବଞ୍ଚତ୍ ରହୁଛନ୍ତି। ଫଳରେ ଅନେକ କ୍ଷେତ୍ରରେ ଏହା ସଫଳତା ଆଣିପାରୁନାହିଁ।
ତୃତୀୟତଃ ମ୍ୟାଲେରିଆ ପ୍ରତିଷେଧକ ରୂପେ ଏକ ଟିକା-RTs,5/ASO1ର ପରୀକ୍ଷାମୂଳକ ରୂପେ ବ୍ୟବହାର ଦ୍ୱାରା ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ଆଣିହେବ। ୨୦୩୦ ସୁଦ୍ଧା ଏହାକୁ ପୂରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଗତବର୍ଷ (୨୦୨୧-୨୨)ରେ ଆମ ରାଜ୍ୟରେ ୬୧,୫୯୯,୭୪ଟି ତୁରଣ ନିୟନ୍ତ୍ରଣ କିଟ୍‌, ଆରଡିକେ ଦ୍ୱାରା ରକ୍ତ ପରୀକ୍ଷା କରାଯାଇ ୨୨,୫୯୪ଟି ପିଏଫଆର ମ୍ୟାଲେରିଆ କେସ୍‌ ଓ ୨୯୦୯ଟି ପିଉଟି ମ୍ୟାଲେରିଆ କେସ୍‌ ନିଣ୍ଣୟପୂର୍ବକ ସଫଳ ଚିକିତ୍ସା ଦ୍ୱାରା ମ୍ୟାଲେରିଆ ମୃତ୍ୟୁକୁ ୧୩ରେ ସୀମିତ ରଖାଯାଇପାରିଛି। ଏହା ଆମ ରାଜ୍ୟ ପାଇଁ ବଡ ଉପଲବ୍ଧି।
ମ୍ୟାଲେରିଆ : କିଛି କଥା
ସାଧାରଣତଃ ଶିଶୁ ଓ ଗର୍ଭବତୀମାନଙ୍କୁ ଅଧିକ ହୋଇଥାଏ।
ପୃଥିବୀରେ ୨୪କୋଟି ୧୦ଲକ୍ଷ ମ୍ୟାଲେରିଆ କେସ୍‌ ହୋଇଥିଲା।
ବିଶ୍ୱରେ ମ୍ୟାଲେରିଆଜନିତ ମୃତ୍ୟୁ ଥିଲା ୬,୨୭,୦୦୦।
କମ୍‌ ପିଲା ଏହି ମୃତ୍ୟୁ ସଂଖ୍ୟାର ୮୦ ପ୍ରତିଶତ ଅଟନ୍ତି।
ଆଫ୍ରିକୀୟ ଦେଶଗୁଡ଼ିକରେ ଏହି ମ୍ୟାଲେରିଆର ୯୫ ପ୍ରତିଶତ କେସ୍‌ ଓ ୯୬ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ହୋଇଥିଲା।
ନିର୍ଣ୍ଣୟ ଓ ଚିକିତ୍ସା ଦ୍ୱାରା ମ୍ୟାଲେରିଆଜନିତ ମୃତ୍ୟୁକୁ ଅନେକାଂଶରେ ରୋକାଯାଇପାରିଥାଏ।
ଚାଇନାରେ ଆଦୌ ମ୍ୟାଲେରିଆ ହୋଇ ନ ଥିଲା। ୨୦୨୧ରେ ଏହି ଦେଶକୁ ମ୍ୟାଲେରିଆମୁକ୍ତ ଘୋଷଣା କରାଯାଇଥିଲା।
ମାଲେସିଆକୁ ଲଗାତର ତିନି ବର୍ଷ ମ୍ୟାଲେରିଆମୁକ୍ତ ଘୋଷଣା କରାଯାଇଥିଲା। ହେଲେ ସେଠାରେ ଗତବର୍ଷ ୨୬୦୦ ମ୍ୟାଲେରିଆ କେସ୍‌ ହୋଇଥିଲା।
ଓ କୋରିଆରେ ମଧ୍ୟ ମ୍ୟାଲେରିଆ ନ ଥିବା ଜଣାପଡ଼ିଛି।
ମ୍ୟାଲେରିଆରେ ୨୪ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ରହିଛି।
ଏକ ପ୍ରତିଷେଧ କରାଯାଇପାରୁଥିବା ଓ ସଫଳ ଚିକିତ୍ସା କରାଯାଇପାରୁଥିବା ରୋଗ।
ଔଷଧ ‘ACT’ ଅତ୍ୟନ୍ତ ଫଳପ୍ରଦ ମାତ୍ର ଏହା ତୁରନ୍ତ କରାଯିବା ଉଚିତ।
ସରକାରଙ୍କ ପକ୍ଷରୁ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ରାପିଡ୍‌ ଡାଇଗ୍ନୋଷ୍ଟିକ୍‌ ଟେଷ୍ଟ ପାଇଁ କିଟ୍‌ ଇତ୍ୟାଦି ଯୋଗାଣ ହୋଇଛି ଏବଂ ମ୍ୟାଲେରିଆକୁ ସହଜରେ ପରୀକ୍ଷା କରାଯାଇପାରୁଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମସ୍ତଙ୍କ ସହଯୋଗରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯାଇପାରିବ।

ଡା. ରାମଚନ୍ଦ୍ର ରାଉତ
-ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ସୂଚନା ଓ ପରିସଂଖ୍ୟାନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ମୋ : ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri