ଟଙ୍କା ବଳରେ ବିଧାୟକ ଟିକେଟ ହାତେଇବାକୁ ଉଦ୍ୟମ

ଦେବଗଡ଼, ୨୩।୪: (ଡି.ଏନ୍‌.ଏ.) ଦେବଗଡ଼ ଜିଲାରେ ତିନୋଟି ବ୍ଲକ, ୭୦ପଞ୍ଚାୟତ ଗୋଟିଏ ମ୍ୟୁନିସିପାଲିଟି ରହିଛି। ଗୋଟିଏ ଜିଲା ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ। ଦେବଗଡ଼ ଜିଲାରେ ଯେତିକି ଉନ୍ନତି ହେବା କଥା ହୋଇପାରୁନାହିଁ। ଏଠାରେ ନେତା, ନେତ୍ରୀ ସମସ୍ତେ ବ୍ୟକ୍ତିଗତ ଫାଇଦା ପଛରେ ରହୁଥିବାରୁ ସାମୂହିକ ସ୍ବାର୍ଥକଥା ଭୂଲି ଯାଉଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ସବୁ ଦଳର ନେତା ତତ୍ପର ହୋଇଉଠିଲେଣି। ତଳସ୍ତରରେ ଲୋକଙ୍କ କାମ କରି, ସଙ୍ଗଠନ କରି ଟିକେଟ ଆଣିବା ଅପେକ୍ଷା ଟଙ୍କା ବଦଳରେ ଟିକେଟ ହାତେଇବାକୁ ଉଦ୍ୟମ ଆରମ୍ଭ କଲେଣି। ସେମାନେ ଭାବୁଛନ୍ତି ଉପରସ୍ତରରେ ଟଙ୍କା ଦେଲେ ଟିକଟ ମିଳିବ। ଯଦି ନିଜ ଦଳରୁ ଟିକେଟ ନ ମିଳେ ତେବେ ଟଙ୍କା ଦେଇ ଅନ୍ୟ ଦଳରୁ ଟିକେଟ ହାତେଇବାକୁ ମଧ୍ୟ ଯୋଜନା କରୁଥିବା କୁହାଯାଉଛି। ଯଦି ଏଭଳି ନେତା ବା ନେତ୍ରୀ ରହିବେ ତେବେ ଦଳର ସଙ୍ଗଠନ ଦୃବଳ ହେବା ସହ ଏମାନେ ଯଦି ଜିତି ଯାଆନ୍ତି ତେବେ ଜିଲାର କିଭଳି ବିକାଶ ହେବ ତାହା ବିଚାର କରିବାର ବିଷୟ। ଏଠି ନେତା, ନେତ୍ରୀ ଠିକ ନାହାନ୍ତି ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି। ଦେବଗଡ଼ ଜିଲାରେ କେତେଜଣ ନେତା, ନେତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଲମ୍ବା ଭାଷଣ ଦେଇ ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି। ଏହା ଦ୍ୱାରା ସେମାନେ ବିଧାୟକ ହୋଇଯିବେ ବୋଲି ସ୍ବପ୍ନ ଦେଖୁଛନ୍ତି। ଆଉ କେତେଜଣ ବଡ ଦାମିକା ଗାଡି ଆଣି କିଛି ଠିକାଦାର, କର୍ମୀଙ୍କୁ ମଦ ମାଂସ ଖାଇବାକୁ ଦେଇ ଜନସାଧାରଣଙ୍କୁ ଆକୃଷ୍ଟ କରିବେ ବୋଲି ଭାବୁଛନ୍ତି। ଆଉ କେତେକ ନେତା ନେତ୍ରୀ ଅଛନ୍ତି ସେମାନେ ନିଜେ ନିଜକୁ ଜ୍ଞାନୀ, ଧନୀ ବୋଲି ପ୍ରଚାର କରୁଛନ୍ତି। ଆତ୍ମଘୋଷିତ ଧନୀ, ଜ୍ଞାନୀ ବୋଲାଉଥିବା ଏହି ନେତା ଟିକେଟ ପାଇବେ ବୋଲି ଆଶା କରିଛନ୍ତି। ଆଉ କେତେଜଣ ନେତା ବଡବଡ଼ିଆ ନେତାଙ୍କ ସହ ସେଲ୍ଫି ଫଟୋ ଉଠାଇ ଟିକେଟ ନେଇଯିବେ ବୋଲି ଆଶା କରିଛନ୍ତି। ପାଓ୍ବାର ପାଇଁ ସମସ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଟଙ୍କା ଦେଇ ଟିକେଟ ହାେଇଇବାକୁ ଆଶା କରିଥିବା ନେତା, ନେତ୍ରୀ ଭୋଟରଙ୍କୁ ଟଙ୍କା ଦେଇ ମଧ୍ୟ ଭୋଟ ନେଇଯିବାର ଚିନ୍ତାରେ ଅଛନ୍ତି। ଭୋଟରଙ୍କୁ ମଧ୍ୟ ମାନିବାକୁ ପଡ଼ିବ। କିଛି ନିର୍ଦ୍ଦିଷ୍ଟ ଭୋଟର ଆଜି ଗୋଟିଏ ଦଳରେ ତ କାଲି ଆଉ ଗୋଟିଏ ଦଳରେ। ଟଙ୍କା ଯେଉଁଠି ଯେତେବେଳେ ମିଳୁଛି ସେଇଠି ପହଞ୍ଚି ଯାଉଛନ୍ତି। ଆଜିକାଲି ଭଲ ନେତା କାହାରି ଦରକାର ନାହିଁ। ଆଜିକାଲି ଦରକାର ଟଙ୍କା। ବର୍ତ୍ତମାନ ସମୟ ଆସିଛି। ସମସ୍ତେ ସଚେତନ ହେବା ଆବଶ୍ୟକ। ଦେଖାଯାଉ ଆଗକୁ ବିଧାନସଭା ନିର୍ବାଚନରେ କିଏ କେଉଁ ଦଳରୁ ଟିକେଟ ପାଉଛନ୍ତି। ଜିତିବାର କିଭଳି କୌଶଳ ଅବଲମ୍ବନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri