ମାଓବାଦୀ ଅଞ୍ଚଳ ପିଲାଙ୍କୁ ଶିକ୍ଷିତ ପାଇଁ ଉଦ୍ୟମ

ଭବାନୀପାଟଣା,୧୬।୧୨(ସ୍ବ.ପ୍ର.): ସମାଜରେ ଅନେକ ଶିକ୍ଷକ ଅଛନ୍ତି, ଯାହାଙ୍କୁ ଦୁଗର୍ମ ଅଞ୍ଚଳକୁ ଯଦି ବଦଳି କରାଯାଏ ତାହେଲେ ସ୍କୁଲକୁ ଯାଆନ୍ତି ନାହିଁ। ଦିନେ ଚକ ଖଡ଼ି ଧରି ନ ଥିବା ଶିକ୍ଷକ କେବଳ ଦରମା ପାଇବା ଆଶାରେ ମାସକୁ ଥରେ ଯାଇ ଉପସ୍ଥାନ ଖାତାରେ ଦସ୍ତଖତ କରି ଚାଲି ଆସନ୍ତି। କିନ୍ତୁ ଏବେ ବି କିଛି ଦାୟିତ୍ୱବାନ ଶିକ୍ଷକ ଅଛନ୍ତି, ଯାହାଙ୍କ ପାଇଁ ଶିକ୍ଷା ଦାନ ହିଁ ସବୁ କିଛି। ଏମିତି ଜଣେ ଶିକ୍ଷକ ଅଛନ୍ତି ଯିଏକି ଦୀର୍ଘ ୨୦ ବର୍ଷ ହେଲା ନିରନ୍ତର ଭାବେ ଗୋଟିଏ ସ୍କୁଲରେ ପାଠ ପଢ଼ାଉଛନ୍ତି। ସେ ହେଲେ କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାପସରା ଗ୍ରାମର ରାଜାରାମ ଧଙ୍ଗଡାମାଝି। ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସେ ଲାଗିପଡିଛନ୍ତି। ଜଙ୍ଗଲ ଭିତରେ ଯାଇ ସେ ନଦୀ ପାର କରି ଛାତ୍ରୀଛାତ୍ରଙ୍କୁ ନେଇ ସ୍କୁଲରେ ପାଠ ପଢେଇ ପୁଣିଥରେ ଘରେ ଛାଡ଼ି ଆସୁଛନ୍ତି।
୨୦୦୧ ମାର୍ଚ୍ଚ ୧୭ ତାରିଖରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତ ମାଓବାଦୀ ଅଧ୍ୟୁଷିତ ସୁର୍ଲି ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୭ ବର୍ଷ ସେଠାରେ ରହିବା ପରେ ୨୦୦୮ ଅଗଷ୍ଟ ୧ରେ ସେହି ପଞ୍ଚାୟତ ସୁପେଲ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଗଲେ। ପୁଣିଥରେ ୨୦୦୯ ସେପ୍ଟେମ୍ବର ୨୩ ତାରିଖରେ ସୂର୍ଲି ସ୍କୁଲରେ ଯୋଗଦେଲେ। ଶିକ୍ଷକ ଧଙ୍ଗଡାମାଝି ତାଙ୍କ ଗାଁରୁ ସ୍କୁଲକୁ ଆସିବାକୁ ହେଲେ ଜାତୀୟ ରାଜପଥ ୨୬ ଦେଇ ୧୩ କିମି ଆସିଥାନ୍ତି। ପରେ ପାହାଡିଆ ରାସ୍ତାରେ ୪ କି.ମି. ଯାଇ ଜଙ୍ଗଲ ହରଡାଗୁଡ଼ା ଗ୍ରାମରେ ଥିବା ଏକ ଘରେ ବାଇକ୍‌ ରଖି ଦିଅନ୍ତି। ପରେ ହରଡାଗୁଡା ଗ୍ରାମର ଛାତ୍ରୀଛାତ୍ରଙ୍କୁ ଧରି ୨ କି.ମି. ଜଙ୍ଗଲ ରାସ୍ତାରେ ଚାଲି ଯାଇଥାନ୍ତି। ମଝିରେ ଶଗଡା ନଦୀ ପ୍ରବାହିତ ହୋଇଥିବାରୁ ଛାତ୍ରୀଛାତ୍ରଙ୍କୁ ନଦୀ ପାର କରି ସ୍କୁଲକୁ ଯାଇଥାନ୍ତି। ବର୍ଷା ଋତୁରେ ନଦୀ ଫୁଲିବା ସହିତ ପାଣିର ସ୍ରୋତ ବଢିଥାଏ, ତେଣୁ ଗ୍ରାମବାସୀଙ୍କ ସାହାଯ୍ୟରେ ଛାତ୍ରୀଛାତ୍ରଙ୍କୁ ନଈ ପାର କରି ସ୍କୁଲ ନେଇ ଶିକ୍ଷାଦାନ କରନ୍ତି। ସ୍କୁଲ ଛୁଟି ହେଲେ ପୁଣିଥରେ ଘରକୁ ଆଣି ଛାତ୍ରୀଛାତ୍ରଙ୍କୁ ଛାଡି ଗାଁକୁ ଫେରିଆସନ୍ତି। ଶିକ୍ଷକ ରାଜାରାମଙ୍କ ନା ଅଛି ରାଗ ନା ଅଛି କ୍ରୋଧ କିମ୍ବା କିଛି ପାଇବା ଆଶା। କେବଳ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରୀଛାତ୍ର କିଭଳି ଶିକ୍ଷିତ ହେବେ, ଭଲ ମଣିଷ ହେବେ, ନିଜ ଭବିଷ୍ୟତ ଗଢି ଗାଁରୁ ବାହାରି ସହରରେ ନିଜର ସୁନାମ ଅର୍ଜନ କରିପାରିବେ ସେ ନେଇ ଅହରହ ଉଦ୍ୟମ କରୁଛନ୍ତି। ରାଜାରାମଙ୍କ ଭଳି ଆଉ କିଛି ଶିକ୍ଷକ ବାହାରନ୍ତି ତେବେ ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ଜିଲା ଆହୁର ଆଗକୁ ବଢିପାରିବେ ଓ ଶିକ୍ଷକ ସମାଜରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ଏହା ତିଳେ ମାତ୍ର ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri