ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି

କେସିଙ୍ଗା, ୫।୧୨(ଡି.ଏନ.ଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମ ପଞ୍ଚାୟତର ମାଲପଡା ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୫ଟି ହାତୀ ସୋମବାର ସକାଳେ ଏହି ଅଞ୍ଚଳରେ ପ୍ରବେଶ କରିଥିଲେ। ପରଲସିଙ୍ଗା ସରପଞ୍ଚ କୃତାଞ୍ଜଳ ଗୌଡ଼.ଏମ.ରାମପୁର ଅଞ୍ଚଳରୁ ହାତୀ ଆସିଥିବାର ଦେଖି ବନ ବିଭାଗରକୁ ସୂଚନା ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ହାତୀ ମାଲପଡା ଅଞ୍ଚଳର ଅନେକ ଚାଷ ଜମି ନଷ୍ଟ କରିଥିବା ସରପଞ୍ଚ ପ୍ରକାଶ କରିଛନ୍ତି।