‘ହତ୍ୟାକାରୀଙ୍କୁ ଖସାଇବାକୁ ଉଦ୍ୟମ ଚାଲିଛି’

ସିଂହପୁର,୧୧।୧(ଡି.ଏନ.ଏ.): ବିଞ୍ଝାରପୁର ଥାନାଞ୍ଚଳର ଜଣେ ଯୁବକ ବିଶ୍ୱଜିତ୍‌ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ପ୍ରାୟ ୩ ମାସ ବିତିବାକୁ ବସିଲାଣି। ହେଲେ ପୋଲିସ ଘଟଣା ଉପରୁ ପରଦା ଉଠାଇପାରୁନାହିଁ। ଏଭଳିସ୍ଥଳେ ବିଶ୍ୱଜିତ୍‌ଙ୍କ ମା’ ସାବିତ୍ରୀ ନାୟକ ପୋଲିସ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ପୋଲିସ ପ୍ରମାଣ ନଷ୍ଟ କରି ହତ୍ୟାକାରୀମାନଙ୍କୁ ଖସାଇବାକୁ ଉଦ୍ୟମ ଚାଲିଥିବା ରବିବାର ବିଶ୍ୱଜିତ୍‌ଙ୍କ ମା’, ଭାଇ, ଦାଦା ବିଞ୍ଝାରପୁର ଥାନା ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।

ସାବିତ୍ରୀଙ୍କ କହିବା ଅନୁଯାୟୀ, ପୁଅର ହତ୍ୟା ଘଟଣାରେ ନ୍ୟାୟ ପାଇବା ଆଶାରେ ମାସ ମାସ ଧରି ଥାନାଠାରୁ ଆରମ୍ଭ କରି ଏସ୍‌ଡିପିଓ, ଏସ୍‌ପିଙ୍କ କାର୍ଯ୍ୟାଳୟକୁ ସେ ଧାଉଁଛନ୍ତି। ଗତ ୭ ତାରିଖରେ ଅତିରିକ୍ତ ଏସ୍‌ପି ନାରାୟଣ ବାରିକ ବିଞ୍ଝାରପୁର ଥାନାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ପାଇଁ ତାଙ୍କ ପରିବାର ଲୋକଙ୍କୁ ଡକାଇଥିଲେ। ସେଠାରେ ପଚରାଉଚରା ସମୟରେ ପରିବାର ଲୋକେ କହିଥିଲେ ଯେ, ପୋଲିସ ଜବତ କରିଥିବା ବିଶ୍ୱଜିତ୍‌ଙ୍କ ମୋବାଇଲ ଫୋନରୁ ଅଧିକ ତଥ୍ୟ ମିଳିବ। ତୁରନ୍ତ ଅତିରିକ୍ତ ଏସ୍‌ପି ବାରିକ ସେହି ମୋବାଇଲ ଫୋନକୁ ମଗାଇଥିଲେ। ଉକ୍ତ ମୋବାଇଲର ପାସ୍‌ୱାର୍ଡକୁ ପରିବାର ଲୋକେ ବହୁପୂର୍ବରୁ ତଦନ୍ତ କରୁଥିବା ଏସ୍‌ଆଇ ଭାଗ୍ୟଶ୍ରୀ ବେହେରାଙ୍କୁ ଦେଇଥିଲେ। ମାତ୍ର ପାସ୍‌ଓ୍ବାର୍ଡରେ ମୋବାଇଲ ଫୋନକୁ ଖୋଲିବାକୁ ଏସ୍‌ଆଇ ଭାଗ୍ୟଶ୍ରୀଙ୍କୁ ଅତିରିକ୍ତ ଏସ୍‌ପି କହିଥିଲେ ମଧ୍ୟ ସେ ଖୋଲିପାରି ନ ଥିଲେ। ଏହି ହତ୍ୟା ପଛରେ ପ୍ରେମଜନିତ କାରଣ ଧୀରେ ଧୀରେ ଚର୍ଚ୍ଚା ପରିସରକୁ ଆସୁଥିବାବେଳେ ମୋବାଇଲ୍‌ରେ ପ୍ରେମିକାଙ୍କ ଚାଟିଂ ଥିବା କୁହାଯାଉଛି। ତାହାକୁ ହଟାଇବା ପାଇଁ ପୋଲିସ ଉଦ୍ୟମ କରି ପାସ୍‌ୱାର୍ଡ ବଦଳାଇଥିବା ସାବିତ୍ରୀ ଅଭିଯୋଗ କରିଛନ୍ତି।

ଏନେଇ ଏସ୍‌ଆଇ ଭାଗ୍ୟଶ୍ରୀଙ୍କୁ ପଚାରିବାରୁ ସେ କୁହନ୍ତି, ବ୍ୟକ୍ତିଗତ କାରଣରୁ କିଛିଦିନ ଛୁଟିରେ ଥିଲେ। ନିକଟରେ କାର୍ଯ୍ୟରେ ଯୋଗଦେବା ପରେ ଗତ ୭ ତାରିଖରେ ସେମାନଙ୍କୁ ପଚରାଉଚରା ସମୟରେ ଯେଉଁ ମୋବାଇଲ ଫୋନ ମଗାଯାଇଥିଲା, ତାହା ବଦଳରେ ଭୁଲ୍‌ବଶତଃ ଆଉ ଏକ ମୋବାଇଲ ଫୋନ ଦିଆଯାଇଥିଲା। ଫଳରେ ବିଶ୍ୱଜିତ୍‌ଙ୍କ ମୋବାଲଇ ଫୋନର ପାସ୍‌ୱାର୍ଡରେ ତାହା ଖୋଲି ନ ଥିଲା। ବିଶ୍ୱଜିତ୍ରଙ୍କ ମୋବାଇଲ ସୁରକ୍ଷିତ ରହିଥିବା ସେ କହିଛନ୍ତି। ସୂଚନାଥାଉ କି, ବିଶ୍ୱଜିତ୍‌ଙ୍କ ନିର୍ବନ୍ଧ ପୂର୍ବ ରାତି ଅର୍ଥାତ୍‌ ଗତ ଅକ୍ଟୋବର ୧୭ରେ ନିଜ ସମ୍ପର୍କୀୟ ଦାଦା ବିଞ୍ଝାରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ବିଜୟ ନାୟକଙ୍କ ଘର ଛାତ ଉପରୁ ମୃତଦେହ ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri