‘ହତ୍ୟାକାରୀଙ୍କୁ ଖସାଇବାକୁ ଉଦ୍ୟମ ଚାଲିଛି’

ସିଂହପୁର,୧୧।୧(ଡି.ଏନ.ଏ.): ବିଞ୍ଝାରପୁର ଥାନାଞ୍ଚଳର ଜଣେ ଯୁବକ ବିଶ୍ୱଜିତ୍‌ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ପ୍ରାୟ ୩ ମାସ ବିତିବାକୁ ବସିଲାଣି। ହେଲେ ପୋଲିସ ଘଟଣା ଉପରୁ ପରଦା ଉଠାଇପାରୁନାହିଁ। ଏଭଳିସ୍ଥଳେ ବିଶ୍ୱଜିତ୍‌ଙ୍କ ମା’ ସାବିତ୍ରୀ ନାୟକ ପୋଲିସ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ପୋଲିସ ପ୍ରମାଣ ନଷ୍ଟ କରି ହତ୍ୟାକାରୀମାନଙ୍କୁ ଖସାଇବାକୁ ଉଦ୍ୟମ ଚାଲିଥିବା ରବିବାର ବିଶ୍ୱଜିତ୍‌ଙ୍କ ମା’, ଭାଇ, ଦାଦା ବିଞ୍ଝାରପୁର ଥାନା ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।

ସାବିତ୍ରୀଙ୍କ କହିବା ଅନୁଯାୟୀ, ପୁଅର ହତ୍ୟା ଘଟଣାରେ ନ୍ୟାୟ ପାଇବା ଆଶାରେ ମାସ ମାସ ଧରି ଥାନାଠାରୁ ଆରମ୍ଭ କରି ଏସ୍‌ଡିପିଓ, ଏସ୍‌ପିଙ୍କ କାର୍ଯ୍ୟାଳୟକୁ ସେ ଧାଉଁଛନ୍ତି। ଗତ ୭ ତାରିଖରେ ଅତିରିକ୍ତ ଏସ୍‌ପି ନାରାୟଣ ବାରିକ ବିଞ୍ଝାରପୁର ଥାନାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ପାଇଁ ତାଙ୍କ ପରିବାର ଲୋକଙ୍କୁ ଡକାଇଥିଲେ। ସେଠାରେ ପଚରାଉଚରା ସମୟରେ ପରିବାର ଲୋକେ କହିଥିଲେ ଯେ, ପୋଲିସ ଜବତ କରିଥିବା ବିଶ୍ୱଜିତ୍‌ଙ୍କ ମୋବାଇଲ ଫୋନରୁ ଅଧିକ ତଥ୍ୟ ମିଳିବ। ତୁରନ୍ତ ଅତିରିକ୍ତ ଏସ୍‌ପି ବାରିକ ସେହି ମୋବାଇଲ ଫୋନକୁ ମଗାଇଥିଲେ। ଉକ୍ତ ମୋବାଇଲର ପାସ୍‌ୱାର୍ଡକୁ ପରିବାର ଲୋକେ ବହୁପୂର୍ବରୁ ତଦନ୍ତ କରୁଥିବା ଏସ୍‌ଆଇ ଭାଗ୍ୟଶ୍ରୀ ବେହେରାଙ୍କୁ ଦେଇଥିଲେ। ମାତ୍ର ପାସ୍‌ଓ୍ବାର୍ଡରେ ମୋବାଇଲ ଫୋନକୁ ଖୋଲିବାକୁ ଏସ୍‌ଆଇ ଭାଗ୍ୟଶ୍ରୀଙ୍କୁ ଅତିରିକ୍ତ ଏସ୍‌ପି କହିଥିଲେ ମଧ୍ୟ ସେ ଖୋଲିପାରି ନ ଥିଲେ। ଏହି ହତ୍ୟା ପଛରେ ପ୍ରେମଜନିତ କାରଣ ଧୀରେ ଧୀରେ ଚର୍ଚ୍ଚା ପରିସରକୁ ଆସୁଥିବାବେଳେ ମୋବାଇଲ୍‌ରେ ପ୍ରେମିକାଙ୍କ ଚାଟିଂ ଥିବା କୁହାଯାଉଛି। ତାହାକୁ ହଟାଇବା ପାଇଁ ପୋଲିସ ଉଦ୍ୟମ କରି ପାସ୍‌ୱାର୍ଡ ବଦଳାଇଥିବା ସାବିତ୍ରୀ ଅଭିଯୋଗ କରିଛନ୍ତି।

ଏନେଇ ଏସ୍‌ଆଇ ଭାଗ୍ୟଶ୍ରୀଙ୍କୁ ପଚାରିବାରୁ ସେ କୁହନ୍ତି, ବ୍ୟକ୍ତିଗତ କାରଣରୁ କିଛିଦିନ ଛୁଟିରେ ଥିଲେ। ନିକଟରେ କାର୍ଯ୍ୟରେ ଯୋଗଦେବା ପରେ ଗତ ୭ ତାରିଖରେ ସେମାନଙ୍କୁ ପଚରାଉଚରା ସମୟରେ ଯେଉଁ ମୋବାଇଲ ଫୋନ ମଗାଯାଇଥିଲା, ତାହା ବଦଳରେ ଭୁଲ୍‌ବଶତଃ ଆଉ ଏକ ମୋବାଇଲ ଫୋନ ଦିଆଯାଇଥିଲା। ଫଳରେ ବିଶ୍ୱଜିତ୍‌ଙ୍କ ମୋବାଲଇ ଫୋନର ପାସ୍‌ୱାର୍ଡରେ ତାହା ଖୋଲି ନ ଥିଲା। ବିଶ୍ୱଜିତ୍ରଙ୍କ ମୋବାଇଲ ସୁରକ୍ଷିତ ରହିଥିବା ସେ କହିଛନ୍ତି। ସୂଚନାଥାଉ କି, ବିଶ୍ୱଜିତ୍‌ଙ୍କ ନିର୍ବନ୍ଧ ପୂର୍ବ ରାତି ଅର୍ଥାତ୍‌ ଗତ ଅକ୍ଟୋବର ୧୭ରେ ନିଜ ସମ୍ପର୍କୀୟ ଦାଦା ବିଞ୍ଝାରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ବିଜୟ ନାୟକଙ୍କ ଘର ଛାତ ଉପରୁ ମୃତଦେହ ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri