ଦିଗପହଣ୍ଡିରେ ଧର୍ମଘଟ ପ୍ରଭାବ: ଦୋକାନ ବଜାର ବନ୍ଦ , ପ୍ରତିବାଦ ସଭା

ଦିଗପହଣ୍ଡି,୨୬।୧୧(ଡି.ଏନ.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଡ଼ାକରା ଦିଆଯାଇଥିବା ଧର୍ମଘଟ ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ଥିବା ବେଳେ ସିପିଆଇ ସମର୍ଥିତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି , ସିପିଆଇ(ଏମ) ସମର୍ଥିତ ସିଆଇଟିୟୁ , କଂଗ୍ରେସ ସମର୍ଥିତ ଆଇଏନଟିୟୁସି ଶ୍ରମିକ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ମୁଖ୍ୟରାସ୍ତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇ (ଏମ) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡଙ୍ଗୀ, ସିପିଆଇ ଗଞ୍ଜାମ ଜିଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ର, ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ କେନ୍ଦ୍ର ସରକାରଙ୍କ କୃଷକ ଶ୍ରମିକ ବିରୋଧୀ ଆଇନ ପ୍ରଣୟନକୁ ତୀବ୍ର ସମାଲୋଚନା କରିଥିଲେ।