Posted inଫୁରସତ

ରୋଜଗାର ଟଙ୍କାରେ ମୋ ଆଡମିଶନ ହୋଇଥିଲା: ଡ. ତ୍ରିନାଥ ପଟ୍ଟନାୟକ

ନୟାଗଡ଼ ଜିଲାର ଓଡଗାଁରେ ମୋ ଜନ୍ମ। ସ୍ଥାନୀୟ ରଘୁନାଥ ବିଦ୍ୟାପୀଠରୁ ଏକାଦଶ ପାସ୍‌ କରିବା ପରେ ପୁରୀ ସଂସ୍କୃତ ବିଶ୍ବବିଦ୍ୟାଳୟରେ ପଢ଼ି ସେଠାରୁ ସଂସ୍କୃତରେ ପିଜି ସାରିଥିଲି। ସଂସ୍କୃତ ବ୍ୟତୀତ ହିନ୍ଦୀରେ ବି ମୁଁ ରାଷ୍ଟ୍ରଭାଷା ରତ୍ନ ଏବଂ ସାହିତ୍ୟ ରତ୍ନ ପାଇଛି। ତା’ ସହିତ ଭାରତୀୟ ତନ୍ତ୍ରଶାସ୍ତ୍ର (ହିନ୍ଦୀ ଭାଷାରେ) ଉପରେ ଥେସିସ୍‌ ଲେଖି ୧୯୯୫ରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛି। ସେଥିପାଇଁ ମୋର ଶିକ୍ଷକତା ଜୀବନ ଏଇ ହିନ୍ଦୀରୁ ଆରମ୍ଭ ହୋଇଛି। ନିଆଳିର କାଳିଆଘାଇସ୍ଥିତ ଏସ୍‌.ଏସ୍‌.କେ. ବିଦ୍ୟାପୀଠରେ ୧୯୭୮ରେ ହିନ୍ଦୀ ଶିକ୍ଷକ ଭାବେ ଯୋଗଦେଇ ସେହିଠାରୁ ହିଁ ୨୦୦୯ରେ ଚାକିରିରୁ ଅବସର ନେଇଥିଲି। ତେବେ ଚାକିରି ଜୀବନ ଆରମ୍ଭ ହେବାର ବହୁ ପୂର୍ବରୁ ଅର୍ଥାତ ଦଶମ ଶ୍ରେଣୀରେ ପଢ଼ିଲାବେଳେ ‘ପାର୍ବତୀ ତପସ୍ୟା’ ନାମରେ ମୋର ଏକ କାବ୍ୟ ପ୍ରକାଶ ପାଇଥିଲା। ଆଉ ଏହାକୁ ଯିଏ ପ୍ରକାଶ କରିଥିଲେ, ସିଏ ଖୁସି ହୋଇ ମୋତେ ସେତେବେଳେ ୨୦୦ ଟଙ୍କା ଦେଇଥିଲେ। କହିବାକୁ ଗଲେ ସେଇଟା ହିଁ ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେହି ଟଙ୍କାଟି ମୋର ସଂସ୍କୃତ ବିଶ୍ବବିଦ୍ୟାଳୟରେ ଆଡମିଶନ୍‌ ନେବାରେ ଖର୍ଚ୍ଚ ହୋଇଥିଲା। ତେବେ ଏହି ଲେଖାଲେଖି ପାଇଁ ପ୍ରେରଣା ମୋ ବୋଉଠାରୁ ପାଇଥିଲି। ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ପ୍ରଥମେ କବିତା ଲେଖିଲି। କ୍ରମେ ଗପ, ପ୍ରବନ୍ଧ, ଉପନ୍ୟାସ, ନାଟକ, କାବ୍ୟ ତଥା ବିବିଧ ଲେଖାମାନ ଲେଖିବା ଆରମ୍ଭ କଲି। ୟା’ ଭିତରେ ମୋର ଅନେକ ଗପ, କବିତା ଓ ପ୍ରବନ୍ଧ ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶ ପାଇସାରିଲାଣି। ତା’ଛଡା କାବ୍ୟ, କବିତା, ଗପ, ପ୍ରବନ୍ଧ, ଉପନ୍ୟାସ, ନାଟକ, ବାସ୍ତୁଶାସ୍ତ୍ର, ପୁରାଣଶାସ୍ତ୍ର, ରୋଗର ଘରୋଇ ଉପଚାର ତଥା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଉପରେ ଆଧାର କରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପୁସ୍ତକ ବି ମୋର ପ୍ରକାଶିତ ହୋଇସାରିଲାଣି। ମୋର ପ୍ରକାଶିତ କେତୋଟି ପ୍ରମୁଖ ପୁସ୍ତକ ମଧ୍ୟରେ ରହିଛି: ବ୍ୟାଘ୍ର ସୁନ୍ଦରୀର ଅଭିସାର, ଶହେଟି ରାତି ଶହେଟି ପ୍ରୀତି, ଚନ୍ଦ୍ରକାନ୍ତା, ଦଗ୍ଧ ଗୋଲାପର କଥା, କାଳିଦାସ ଗ୍ରନ୍ଥାବଳୀ, କବିସୂର୍ଯ୍ୟ ଗ୍ରନ୍ଥାବଳୀ, ଯଦୁମଣି ଗ୍ରନ୍ଥାବଳୀ, ରାଧାନାଥ ଗ୍ରନ୍ଥାବଳୀ, ଦୀନକୃଷ୍ଣ ପଦ୍ୟାବଳୀ, ବାସ୍ତୁଶାସ୍ତ୍ର, ଭାରତୀୟ ସଂସ୍କୃତିରେ ଦେବୀ ଓ ଦେବତା ମହିମା, ଭାରତୀୟ ପୁରାଣ କଥା, ପୁରାଣ ତତ୍ତ୍ବଶାସ୍ତ୍ର, ଝଡ଼ାଫୁଙ୍କା, ରୁଦ୍ରାକ୍ଷ, ତୁଳସୀ, ଗୃହସ୍ଥ ଗୀତା, ଔଷଧୀୟ ବୃକ୍ଷଲତା, ଆମ ଶରୀରର ରୋଗ, ସରଳ ଯୋଗରୁ ରୋଗ ମୁକ୍ତି, ମହାକବି ମହର୍ଷି ବାଲ୍ମୀକି, ମହାକବି ବ୍ୟାସଦେବ, ଅମ୍ଳାନ ପ୍ରତିଭା ରାଜୀବ ଗାନ୍ଧୀ ଇତ୍ୟାଦି ଅନ୍ୟତମ। ସେହିପରି ଓଡ଼ିଶାର ଲୋକପ୍ରିୟ ‘ପୁରାଣ ପତ୍ରିକା’ର ମୁଁ ହେଉଛି ପ୍ରତିଷ୍ଠାତା। ଏପରିକି ଦୀର୍ଘ ୩୫ ବର୍ଷ ଧରି ଏହି ପତ୍ରିକାର ମୁଁ ସମ୍ପାଦନା ଦାୟିତ୍ୱ ମଧ୍ୟ ତୁଲାଇଛି। ତେବେ ଏତିକି କହିବି ଏହି ଲେଖାଲେଖିର ଧାରା ମୋତେ ସମାଜରେ ଏକ ପରିଚିତି ଦେଇଛି, ତେଣୁ ନିଷ୍ପତ୍ତି ନେଇଛି ଜିଇଥିବା ଯାଏ ମୋର କଲମ ଚାଳନାକୁ କେବେ ବି ବନ୍ଦ କରିବି ନାହିଁ। ବର୍ତ୍ତମାନ ମୁଁ ନିଆଳିରେ ବସବାସ କରୁଛି। ଆଉ ସେଠାରେ ମୋର ଏକ ପାଠାଗାର ରହିଛି, ଯେଉଁଥିରେ ଗବେଷଣା ନିମନ୍ତେ ସାତ ହଜାରରୁ ଅଧିକ ବିଭିନ୍ନ ଭାଷାରେ ପୁସ୍ତକ ଅଛି। ଫୁର୍‌ସତ୍‌ ସମୟ ମୋର ଏହି ପାଠାଗାରରେ ହିଁ କଟିଥାଏ।
-ଅମ୍ବ୍ରିତା

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri