ଶିକ୍ଷା ବନାମ ସାକ୍ଷରତା

୯୮୬ରେ ପ୍ରଥମ ଥର ପାଇଁ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ନାରା (ସ୍ଲୋଗାନ) ଦିଆଯାଇଥିଲା। ଯାହା ଏଯାଏ ଶୁଭୁଛି। ଏହା ନୂଆ ନୁହେଁ। ଏପ୍ରିଲ ୨୦୨୫ରେ ଅର୍ଥାତ୍‌ ଶିକ୍ଷାବର୍ଷ ୨୦୨୫-୨୬ରୁ ଆମ ରାଜ୍ୟରେ ନୂତନ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ ହୋଇଛି। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତଙ୍କ ପାଇଁ ଶିକ୍ଷା ଉପଲବ୍ଧ ହେବା ଉଚିତ, ସମସ୍ତେ ଶିକ୍ଷିତ ହେବା ଉଚିତ ଏକଥା ଭାରତର ସମ୍ବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଶିକ୍ଷାର ସାର୍ବଜନୀନକରଣ ହେବା ଉଚିତ। କିନ୍ତୁ ଏସବୁର ଉଦ୍ଦେଶ୍ୟ କ’ଣ ? ଶିକ୍ଷା କ’ଣ ଲୋକମାନଙ୍କୁ ପଢ଼ିବା ଏବଂ ଲେଖିବାର କ୍ଷମତା ଦେବ ? ଅବା ଶିକ୍ଷା ଦ୍ୱାରା ଲୋକଙ୍କ ମଧ୍ୟରେ ଏପରି କିଛି ଶକ୍ତି ଜାଗ୍ରତ ହେବ, ଯଦ୍ଦ୍ବାରା ସେମାନେ ଦୁର୍ବଳ ଅନୁଭବ କରିବେ ନାହିଁ ଏବଂ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଅନୁଭବ କରିବା ପରିବର୍ତ୍ତେ ନିଜ ମଧ୍ୟରେ ଭିନ୍ନ ଏକ ଶକ୍ତି ଜାଗ୍ରତ କରିପାରିବେ ? ବାସ୍ତବରେ ଶିକ୍ଷା ସେହି ଶକ୍ତିକୁ ଜାଗ୍ରତ କରିଥାଏ, ଗୁଣକୁ ଅର୍ଜିତ କରିବା ସହିତ ବିକଶିତ କରିଥାଏ। ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ଜାଗ୍ରତ କରିବା। କୌଣସି ନୂତନତ୍ୱ ଆଣିବା ପରିବର୍ତ୍ତେ ଶିକ୍ଷା ବ୍ୟକ୍ତିର ଅନ୍ତର୍ନିହିତ ଶକ୍ତିକୁ ବିକଶିତ କରିଥାଏ। କିନ୍ତୁ କିଭଳି ଏବଂ କେତେ ବିକାଶ ଘଟିବ ତାହା ନୂତନ ଶିକ୍ଷାନୀତିର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର।
ଯେତେବେଳେ ଆମେ ଶିକ୍ଷା ଓ ଶିକ୍ଷିତ ପ୍ରସଙ୍ଗ ଉପରେ ଆଲୋଚନା କରୁ ସେତେବେଳେ କୃଷକ ପ୍ରଶ୍ନ କରେ ଏଥିରୁ ମୁଁ କି ଲାଭ ପାଇବି ! ମହିଳାମାନେ ପଚାରନ୍ତି ଏଥିରୁ ଆମକୁ କି ଲାଭ ମିଳିବ ! ଯେଉଁମାନେ ଚାଷ କରିବା ଜାଣନ୍ତି, ସେମାନେ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇ ପାରନ୍ତି । ନିଜ ପାଇଁ ଆୟ କରିପାରନ୍ତି। ପଢ଼ିବା ଏବଂ ଲେଖିବା ଯେ ସେମାନଙ୍କୁ କୌଣସି ବିଶେଷ ଲାଭ ପ୍ରଦାନ କରିବ! ଶିକ୍ଷା ସେମାନଙ୍କୁ ନୂତନ ସୂଚନା ଦେବ! ଏଥିରୁ ସେମାନେ କିଛି ନୂଆ ଶିଖିବେ!
ନୂତନ ଆଲୋକ ପାଇବେ! ଆମେ ଏପରି ପ୍ରଶ୍ନର ଉତ୍ତର ହଁରେ ଦେବାକୁ ଅସମର୍ଥ। ଆମେ କେବଳ ଏହା କହିଥାଉ ଯେ ପଢ଼ିବା ଏବଂ ଲେଖିବା ଦ୍ବାରା ଅନ୍ଧକାର ଦୂର ହେବ। ଯଦି ଆମେ କିଛି ଲେଖାପଢ଼ା ଶିଖିଯିବା ତେବେ ପୂର୍ବ ତୁଳନାରେ ଆମେ ଉନ୍ନତତର ହୋଇଯିବା। ‘କ-ଖ-ଗ’ ଅର୍ଥାତ୍‌ ବହିର କିଛି ଅକ୍ଷର ପଢ଼ିଦେଲେ ଯେ ପୂର୍ବାପେକ୍ଷା ଉନ୍ନତତର ହୋଇଯିବା ଏକଥାର ମର୍ମ ଏଯାଏ ବୁଝି ହୁଏନି। ଶିକ୍ଷା ଯେ ପର୍ଯ୍ୟନ୍ତ ସୁପ୍ତ ଥିବା ଶକ୍ତିକୁ ଜାଗ୍ରତ ନ କରାଇଛି ସେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିର ଗୁଣଗୁଡ଼ିକ ବିକଶିତ ହେବନାହିଁ। ଏହାକୁ ଶିକ୍ଷା କୁହାଯାଇ ପାରିବ ନାହିଁ। ନିଜ ସମସ୍ୟାର କିପରି ବିଶ୍ଳେଷଣ କରିବ, ସମାଧାନର ପନ୍ଥା କିପରି ଖୋଜିବ, ସାମୂହିକ ଭାବରେ ଏହାର ସମାଧାନ କିପରି କରାଯିବ – ଏହି ବିଷୟଗୁଡ଼ିକ ଉପରେ ଶିକ୍ଷା ଯେ ପର୍ଯ୍ୟନ୍ତ ଆଲୋଚନା ନ କରିଛି, ଯେ ପର୍ଯ୍ୟନ୍ତ ଏହା ଲୋକଙ୍କୁ ସାମୂହିକ ଭାବରେ ବଞ୍ଚିବାକୁ ଶିଖାଏ ନାହିଁ ଏବଂ ସାମୂହିକ ଭାବରେ ନିଜ ଶକ୍ତି ଜାଗ୍ରତ କରିବାକୁ ଲକ୍ଷ୍ୟ ରଖି ନାହିଁ, ସେ ପର୍ଯ୍ୟନ୍ତ ଆଗକୁ ବଢ଼ିବା ସମ୍ଭବ ନୁହେଁ।
ସର୍ବଶିକ୍ଷା ନିଜେ ଅତି ବ୍ୟାପକ। ବ୍ୟକ୍ତି ତଥା ସମାଜର ପରିବର୍ତ୍ତନ ତଥା ଜାଗୃତି ପାଇଁ ସର୍ବଶିକ୍ଷା ଅଭିଯାନ ଆବଶ୍ୟକ। ସାକ୍ଷରତା ବିଷୟରେ ଜନସଚେତନତା ସୃଷ୍ଟି କରିବାକୁ ପଡ଼ିବ। ଲୋକଙ୍କ ଶକ୍ତି ଜାଗ୍ରତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାକ୍ଷରତା ଅଭିଯାନ ବିଷୟରେ ଆଲୋଚନା କରିବା ପୂର୍ବରୁ, ପ୍ରଥମେ ସାକ୍ଷରତା କ’ଣ ଜାଣିବା ଆବଶ୍ୟକ। ସାକ୍ଷରତାର ଅର୍ଥ ହେଉଛି ସମାଜର ଯେଉଁମାନେ ଲେଖାପଢ଼ା ଜାଣନ୍ତି ନାହିଁ, ଶିକ୍ଷାର ଆଲୋକଠାରୁ ଦୂରରେ ଅଛନ୍ତି ସେମାନଙ୍କୁ ସାକ୍ଷର କରିବା। ସମାଜକୁ ବୁଝିବା ପାଇଁ ସାକ୍ଷରତା ହିଁ ନୂତନ ଦର୍ଶନ ପ୍ରଦାନ କରେ। ସମସ୍ୟାଗୁଡ଼ିକୁ ବୁଝିବା ପାଇଁ ଏହା ମାର୍ଗଦର୍ଶନ କରେ। ଏହା ଏକ ଅର୍ଥପୂର୍ଣ୍ଣ କର୍ତ୍ତବ୍ୟ, ଯାହାଦ୍ୱାରା ନିଜ ଭାବନାକୁ ଆମେ ଠିକ ଭାବରେ ପ୍ରକାଶ କରନ୍ତି। ନିରକ୍ଷର ବ୍ୟକ୍ତିର ବୁଝିବା ଏବଂ ବିଚାର କରିବା ଶକ୍ତି ଅପେକ୍ଷାକୃତ କମ୍‌ ହୋଇଥାଏ। ଦ୍ରୁତ ଗତିରେ ଦୌଡ଼ି ଚାଲୁଥିବା ଆଜିର ଏହି ଦୁନିଆରେ ଆନୁଷ୍ଠାନିକ ଶିକ୍ଷାର ଅଭାବରେ କାଗଜପତ୍ର ଏବଂ ଅନଲାଇନ ଦୁନିଆରୁ ସୁରକ୍ଷା ମିଳିବ ନାହିଁ। ଅନ୍ୟର ସାହାଯ୍ୟ ସହଯୋଗରେ ହିଁ ସେ ଏହି ବଳୟ ମଧ୍ୟରୁ ବାହାରି ପାରିବ।
ସାକ୍ଷରତା କେବଳ ଅକ୍ଷର ଏବଂ ସଂଖ୍ୟାର ଖେଳ ନୁହେଁ। ଏହା ମାଧ୍ୟମରେ ଏକସଙ୍ଗେ ଅନେକ ମାର୍ଗ ଖୋଲିଯାଏ। ସାମାଜିକ ଏବଂ ଭାବଗତ ଏକତା, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଛୋଟ ପରିବାରର ଧାରଣା, ପରିବେଶର ସୁରକ୍ଷା ଏବଂ ମହିଳାଙ୍କ ସମାନତା ଏସବୁ ଏହାର ଅଂଶ ବିଶେଷ। ସଂଖ୍ୟା ଓ ଅକ୍ଷରର ସମାହାର ହେଉଛି ଆଲୋକ ଜଗତ। ଆଲୋକ ବିସ୍ତାରିତ ହେଲେ କୌଣସି କୋଣ ଅନ୍ଧକାର ରହିବ ନାହିଁ। ମାର୍ଚ୍ଚ ୧୯୯୦ରେ ଥାଇଲାଣ୍ଡର ଜୋମଟିନ ନାମକ ସଂସ୍ଥା ଏକ ବିଶ୍ୱ ସମ୍ମିଳନୀ ଆୟୋଜନ କରିଥିଲା। ଏହାର ବିଷୟ କ୍ଷେତ୍ର ଥିଲା ଅତି ବ୍ୟାପକ। ଶିଶୁମାନଙ୍କ ପାଇଁ ପ୍ରାକ ପ୍ରାଥମିକ, ବାଳକ ବାଳିକାଙ୍କ ପାଇଁ ପ୍ରାଥମିକ ଏବଂ ଯୁବକ, ପ୍ରୌଢମାନଙ୍କ ପାଇଁ ସାକ୍ଷରତା ଓ ଦକ୍ଷତା କୌଶଳ ତାଲିମ ବିଷୟରେ ଅନେକ କଥା ଗୋଟିଏ ମଞ୍ଚରେ କୁହାଯାଇଥିଲା, ଶୁଣାଯାଇଥିଲା ଏବଂ ଚିନ୍ତା କରାଯାଇଥିଲା।
ବିକାଶର ପ୍ରଥମ ସର୍ତ୍ତ ହେଉଛି ଶିକ୍ଷା। ଶିକ୍ଷା ପାଇଁ ହିଁ ମାନବ ଆଜି ଶ୍ରେଷ୍ଠ ସମ୍ବଳ। ଶିକ୍ଷା କ୍ଷେତ୍ରରେ ଯାହା ବି ଖର୍ଚ୍ଚ ହୁଏ ତାହା ମାନବଙ୍କ ପାଇଁ ଖର୍ଚ୍ଚ ହୁଏ। ଏକ କାରଖାନାରେ ମେଶିନ (ଯନ୍ତ୍ରପାତି) ସ୍ଥାପନ କରାଯାଏ। ସେଥିରୁ ଯାହା ଉତ୍ପାଦିତ ହୁଏ ତାହା ଆମ କାମରେ ଆସେ। କିନ୍ତୁ ଶିକ୍ଷା ମାଧ୍ୟମରେ ଆମେ ମାନବଙ୍କ ଉପରେ ଅଧିକ କିଛି ଖର୍ଚ୍ଚ କରି ଦେଶକୁ ଏଭଳି ଏକ ସଂସାଧନ ଦେବାକୁ ପ୍ରୟାସ କରିବା ଉଚିତ, ଯାହା ବିକାଶକୁ ତ୍ୱରାନ୍ବିତ କରିପାରିବ। ଏହି ଲକ୍ଷ୍ୟରେ ଦେଶର କୋଟି କୋଟି ପୁରୁଷ ଏବଂ ମହିଳାଙ୍କୁ ସାକ୍ଷର କରି ସେମାନଙ୍କୁ ଜାତୀୟ ବିକାଶର ଅଂଶୀଦାର କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସାକ୍ଷରତା ମିଶନକୁ ଜନ ଅଭିଯାନ ରୂପରେ ଆରମ୍ଭ କରାଯାଇଛି।
୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ସାକ୍ଷରତାର ଲକ୍ଷ୍ୟ ହାସଲ ଉପରେ ନୂତନ ଶିକ୍ଷା ନୀତି ଗୁରୁତ୍ୱ ଦେଇଛି। ଲୋକଙ୍କୁ ବ୍ୟବହାରିକ ଜ୍ଞାନ କୌଶଳ ବିଷୟରେ ଶିକ୍ଷା ଦେବା ଉଭୟ ଶିକ୍ଷା ଏବଂ ସାକ୍ଷରତାର ପ୍ରୟାସ ହେବା ଉଚିତ। ସମସ୍ତଙ୍କ ପାଇଁ ଏହା ଏକ ବିଚାରଯୋଗ୍ୟ ବିଷୟ। ଏପରି କୌଶଳ ଲୋକଙ୍କୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରିବ ଏବଂ ସହଜରେ ସେମାନେ ନିଜ ଗୋଡ଼ରେ ଠିଆ ହୋଇପାରିବେ। ଲେଖିବା ଏବଂ ପଢ଼ିବା ଏକ ବ୍ୟବହାରିକ କୌଶଳ। ଏହି କୌଶଳ ବିନା ଜୀବନ ଜଟିଳ ହୋଇଯାଏ। ନିରକ୍ଷର ସହ ଅଧାରୁ ପ୍ରାଥମିକ ଶିକ୍ଷା ଛାଡୁ ଥିବା ବ୍ୟକ୍ତି ଅଶିକ୍ଷାର ବଳୟ ମଧ୍ୟରେ ରହିଯାଏ। ସମାଜ ସେମାନଙ୍କୁ ନୀଚ ଦୃଷ୍ଟିରେ ଦେଖେ। ସେମାନଙ୍କ ବ୍ୟକ୍ତିଗତ ବିକାଶ ପଥରେ ଅନେକ ବାଧା ସୃଷ୍ଟି ହୁଏ। ଶେଷରେ ପ୍ରଶ୍ନ ଉଠୁଛି ଶିକ୍ଷା ଏବଂ ସାକ୍ଷରତାର ଅର୍ଥ ସମାନ କି ? ନିଷ୍ପତ୍ତି ଆପଣଙ୍କର।
ବୈପାରୀଗୁଡ଼ା, କୋରାପୁଟ
ମୋ:୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri