ଶିକ୍ଷା ବନାମ ସାକ୍ଷରତା

୯୮୬ରେ ପ୍ରଥମ ଥର ପାଇଁ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ନାରା (ସ୍ଲୋଗାନ) ଦିଆଯାଇଥିଲା। ଯାହା ଏଯାଏ ଶୁଭୁଛି। ଏହା ନୂଆ ନୁହେଁ। ଏପ୍ରିଲ ୨୦୨୫ରେ ଅର୍ଥାତ୍‌ ଶିକ୍ଷାବର୍ଷ ୨୦୨୫-୨୬ରୁ ଆମ ରାଜ୍ୟରେ ନୂତନ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ ହୋଇଛି। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତଙ୍କ ପାଇଁ ଶିକ୍ଷା ଉପଲବ୍ଧ ହେବା ଉଚିତ, ସମସ୍ତେ ଶିକ୍ଷିତ ହେବା ଉଚିତ ଏକଥା ଭାରତର ସମ୍ବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଶିକ୍ଷାର ସାର୍ବଜନୀନକରଣ ହେବା ଉଚିତ। କିନ୍ତୁ ଏସବୁର ଉଦ୍ଦେଶ୍ୟ କ’ଣ ? ଶିକ୍ଷା କ’ଣ ଲୋକମାନଙ୍କୁ ପଢ଼ିବା ଏବଂ ଲେଖିବାର କ୍ଷମତା ଦେବ ? ଅବା ଶିକ୍ଷା ଦ୍ୱାରା ଲୋକଙ୍କ ମଧ୍ୟରେ ଏପରି କିଛି ଶକ୍ତି ଜାଗ୍ରତ ହେବ, ଯଦ୍ଦ୍ବାରା ସେମାନେ ଦୁର୍ବଳ ଅନୁଭବ କରିବେ ନାହିଁ ଏବଂ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଅନୁଭବ କରିବା ପରିବର୍ତ୍ତେ ନିଜ ମଧ୍ୟରେ ଭିନ୍ନ ଏକ ଶକ୍ତି ଜାଗ୍ରତ କରିପାରିବେ ? ବାସ୍ତବରେ ଶିକ୍ଷା ସେହି ଶକ୍ତିକୁ ଜାଗ୍ରତ କରିଥାଏ, ଗୁଣକୁ ଅର୍ଜିତ କରିବା ସହିତ ବିକଶିତ କରିଥାଏ। ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ଜାଗ୍ରତ କରିବା। କୌଣସି ନୂତନତ୍ୱ ଆଣିବା ପରିବର୍ତ୍ତେ ଶିକ୍ଷା ବ୍ୟକ୍ତିର ଅନ୍ତର୍ନିହିତ ଶକ୍ତିକୁ ବିକଶିତ କରିଥାଏ। କିନ୍ତୁ କିଭଳି ଏବଂ କେତେ ବିକାଶ ଘଟିବ ତାହା ନୂତନ ଶିକ୍ଷାନୀତିର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର।
ଯେତେବେଳେ ଆମେ ଶିକ୍ଷା ଓ ଶିକ୍ଷିତ ପ୍ରସଙ୍ଗ ଉପରେ ଆଲୋଚନା କରୁ ସେତେବେଳେ କୃଷକ ପ୍ରଶ୍ନ କରେ ଏଥିରୁ ମୁଁ କି ଲାଭ ପାଇବି ! ମହିଳାମାନେ ପଚାରନ୍ତି ଏଥିରୁ ଆମକୁ କି ଲାଭ ମିଳିବ ! ଯେଉଁମାନେ ଚାଷ କରିବା ଜାଣନ୍ତି, ସେମାନେ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇ ପାରନ୍ତି । ନିଜ ପାଇଁ ଆୟ କରିପାରନ୍ତି। ପଢ଼ିବା ଏବଂ ଲେଖିବା ଯେ ସେମାନଙ୍କୁ କୌଣସି ବିଶେଷ ଲାଭ ପ୍ରଦାନ କରିବ! ଶିକ୍ଷା ସେମାନଙ୍କୁ ନୂତନ ସୂଚନା ଦେବ! ଏଥିରୁ ସେମାନେ କିଛି ନୂଆ ଶିଖିବେ!
ନୂତନ ଆଲୋକ ପାଇବେ! ଆମେ ଏପରି ପ୍ରଶ୍ନର ଉତ୍ତର ହଁରେ ଦେବାକୁ ଅସମର୍ଥ। ଆମେ କେବଳ ଏହା କହିଥାଉ ଯେ ପଢ଼ିବା ଏବଂ ଲେଖିବା ଦ୍ବାରା ଅନ୍ଧକାର ଦୂର ହେବ। ଯଦି ଆମେ କିଛି ଲେଖାପଢ଼ା ଶିଖିଯିବା ତେବେ ପୂର୍ବ ତୁଳନାରେ ଆମେ ଉନ୍ନତତର ହୋଇଯିବା। ‘କ-ଖ-ଗ’ ଅର୍ଥାତ୍‌ ବହିର କିଛି ଅକ୍ଷର ପଢ଼ିଦେଲେ ଯେ ପୂର୍ବାପେକ୍ଷା ଉନ୍ନତତର ହୋଇଯିବା ଏକଥାର ମର୍ମ ଏଯାଏ ବୁଝି ହୁଏନି। ଶିକ୍ଷା ଯେ ପର୍ଯ୍ୟନ୍ତ ସୁପ୍ତ ଥିବା ଶକ୍ତିକୁ ଜାଗ୍ରତ ନ କରାଇଛି ସେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିର ଗୁଣଗୁଡ଼ିକ ବିକଶିତ ହେବନାହିଁ। ଏହାକୁ ଶିକ୍ଷା କୁହାଯାଇ ପାରିବ ନାହିଁ। ନିଜ ସମସ୍ୟାର କିପରି ବିଶ୍ଳେଷଣ କରିବ, ସମାଧାନର ପନ୍ଥା କିପରି ଖୋଜିବ, ସାମୂହିକ ଭାବରେ ଏହାର ସମାଧାନ କିପରି କରାଯିବ – ଏହି ବିଷୟଗୁଡ଼ିକ ଉପରେ ଶିକ୍ଷା ଯେ ପର୍ଯ୍ୟନ୍ତ ଆଲୋଚନା ନ କରିଛି, ଯେ ପର୍ଯ୍ୟନ୍ତ ଏହା ଲୋକଙ୍କୁ ସାମୂହିକ ଭାବରେ ବଞ୍ଚିବାକୁ ଶିଖାଏ ନାହିଁ ଏବଂ ସାମୂହିକ ଭାବରେ ନିଜ ଶକ୍ତି ଜାଗ୍ରତ କରିବାକୁ ଲକ୍ଷ୍ୟ ରଖି ନାହିଁ, ସେ ପର୍ଯ୍ୟନ୍ତ ଆଗକୁ ବଢ଼ିବା ସମ୍ଭବ ନୁହେଁ।
ସର୍ବଶିକ୍ଷା ନିଜେ ଅତି ବ୍ୟାପକ। ବ୍ୟକ୍ତି ତଥା ସମାଜର ପରିବର୍ତ୍ତନ ତଥା ଜାଗୃତି ପାଇଁ ସର୍ବଶିକ୍ଷା ଅଭିଯାନ ଆବଶ୍ୟକ। ସାକ୍ଷରତା ବିଷୟରେ ଜନସଚେତନତା ସୃଷ୍ଟି କରିବାକୁ ପଡ଼ିବ। ଲୋକଙ୍କ ଶକ୍ତି ଜାଗ୍ରତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାକ୍ଷରତା ଅଭିଯାନ ବିଷୟରେ ଆଲୋଚନା କରିବା ପୂର୍ବରୁ, ପ୍ରଥମେ ସାକ୍ଷରତା କ’ଣ ଜାଣିବା ଆବଶ୍ୟକ। ସାକ୍ଷରତାର ଅର୍ଥ ହେଉଛି ସମାଜର ଯେଉଁମାନେ ଲେଖାପଢ଼ା ଜାଣନ୍ତି ନାହିଁ, ଶିକ୍ଷାର ଆଲୋକଠାରୁ ଦୂରରେ ଅଛନ୍ତି ସେମାନଙ୍କୁ ସାକ୍ଷର କରିବା। ସମାଜକୁ ବୁଝିବା ପାଇଁ ସାକ୍ଷରତା ହିଁ ନୂତନ ଦର୍ଶନ ପ୍ରଦାନ କରେ। ସମସ୍ୟାଗୁଡ଼ିକୁ ବୁଝିବା ପାଇଁ ଏହା ମାର୍ଗଦର୍ଶନ କରେ। ଏହା ଏକ ଅର୍ଥପୂର୍ଣ୍ଣ କର୍ତ୍ତବ୍ୟ, ଯାହାଦ୍ୱାରା ନିଜ ଭାବନାକୁ ଆମେ ଠିକ ଭାବରେ ପ୍ରକାଶ କରନ୍ତି। ନିରକ୍ଷର ବ୍ୟକ୍ତିର ବୁଝିବା ଏବଂ ବିଚାର କରିବା ଶକ୍ତି ଅପେକ୍ଷାକୃତ କମ୍‌ ହୋଇଥାଏ। ଦ୍ରୁତ ଗତିରେ ଦୌଡ଼ି ଚାଲୁଥିବା ଆଜିର ଏହି ଦୁନିଆରେ ଆନୁଷ୍ଠାନିକ ଶିକ୍ଷାର ଅଭାବରେ କାଗଜପତ୍ର ଏବଂ ଅନଲାଇନ ଦୁନିଆରୁ ସୁରକ୍ଷା ମିଳିବ ନାହିଁ। ଅନ୍ୟର ସାହାଯ୍ୟ ସହଯୋଗରେ ହିଁ ସେ ଏହି ବଳୟ ମଧ୍ୟରୁ ବାହାରି ପାରିବ।
ସାକ୍ଷରତା କେବଳ ଅକ୍ଷର ଏବଂ ସଂଖ୍ୟାର ଖେଳ ନୁହେଁ। ଏହା ମାଧ୍ୟମରେ ଏକସଙ୍ଗେ ଅନେକ ମାର୍ଗ ଖୋଲିଯାଏ। ସାମାଜିକ ଏବଂ ଭାବଗତ ଏକତା, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଛୋଟ ପରିବାରର ଧାରଣା, ପରିବେଶର ସୁରକ୍ଷା ଏବଂ ମହିଳାଙ୍କ ସମାନତା ଏସବୁ ଏହାର ଅଂଶ ବିଶେଷ। ସଂଖ୍ୟା ଓ ଅକ୍ଷରର ସମାହାର ହେଉଛି ଆଲୋକ ଜଗତ। ଆଲୋକ ବିସ୍ତାରିତ ହେଲେ କୌଣସି କୋଣ ଅନ୍ଧକାର ରହିବ ନାହିଁ। ମାର୍ଚ୍ଚ ୧୯୯୦ରେ ଥାଇଲାଣ୍ଡର ଜୋମଟିନ ନାମକ ସଂସ୍ଥା ଏକ ବିଶ୍ୱ ସମ୍ମିଳନୀ ଆୟୋଜନ କରିଥିଲା। ଏହାର ବିଷୟ କ୍ଷେତ୍ର ଥିଲା ଅତି ବ୍ୟାପକ। ଶିଶୁମାନଙ୍କ ପାଇଁ ପ୍ରାକ ପ୍ରାଥମିକ, ବାଳକ ବାଳିକାଙ୍କ ପାଇଁ ପ୍ରାଥମିକ ଏବଂ ଯୁବକ, ପ୍ରୌଢମାନଙ୍କ ପାଇଁ ସାକ୍ଷରତା ଓ ଦକ୍ଷତା କୌଶଳ ତାଲିମ ବିଷୟରେ ଅନେକ କଥା ଗୋଟିଏ ମଞ୍ଚରେ କୁହାଯାଇଥିଲା, ଶୁଣାଯାଇଥିଲା ଏବଂ ଚିନ୍ତା କରାଯାଇଥିଲା।
ବିକାଶର ପ୍ରଥମ ସର୍ତ୍ତ ହେଉଛି ଶିକ୍ଷା। ଶିକ୍ଷା ପାଇଁ ହିଁ ମାନବ ଆଜି ଶ୍ରେଷ୍ଠ ସମ୍ବଳ। ଶିକ୍ଷା କ୍ଷେତ୍ରରେ ଯାହା ବି ଖର୍ଚ୍ଚ ହୁଏ ତାହା ମାନବଙ୍କ ପାଇଁ ଖର୍ଚ୍ଚ ହୁଏ। ଏକ କାରଖାନାରେ ମେଶିନ (ଯନ୍ତ୍ରପାତି) ସ୍ଥାପନ କରାଯାଏ। ସେଥିରୁ ଯାହା ଉତ୍ପାଦିତ ହୁଏ ତାହା ଆମ କାମରେ ଆସେ। କିନ୍ତୁ ଶିକ୍ଷା ମାଧ୍ୟମରେ ଆମେ ମାନବଙ୍କ ଉପରେ ଅଧିକ କିଛି ଖର୍ଚ୍ଚ କରି ଦେଶକୁ ଏଭଳି ଏକ ସଂସାଧନ ଦେବାକୁ ପ୍ରୟାସ କରିବା ଉଚିତ, ଯାହା ବିକାଶକୁ ତ୍ୱରାନ୍ବିତ କରିପାରିବ। ଏହି ଲକ୍ଷ୍ୟରେ ଦେଶର କୋଟି କୋଟି ପୁରୁଷ ଏବଂ ମହିଳାଙ୍କୁ ସାକ୍ଷର କରି ସେମାନଙ୍କୁ ଜାତୀୟ ବିକାଶର ଅଂଶୀଦାର କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସାକ୍ଷରତା ମିଶନକୁ ଜନ ଅଭିଯାନ ରୂପରେ ଆରମ୍ଭ କରାଯାଇଛି।
୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ସାକ୍ଷରତାର ଲକ୍ଷ୍ୟ ହାସଲ ଉପରେ ନୂତନ ଶିକ୍ଷା ନୀତି ଗୁରୁତ୍ୱ ଦେଇଛି। ଲୋକଙ୍କୁ ବ୍ୟବହାରିକ ଜ୍ଞାନ କୌଶଳ ବିଷୟରେ ଶିକ୍ଷା ଦେବା ଉଭୟ ଶିକ୍ଷା ଏବଂ ସାକ୍ଷରତାର ପ୍ରୟାସ ହେବା ଉଚିତ। ସମସ୍ତଙ୍କ ପାଇଁ ଏହା ଏକ ବିଚାରଯୋଗ୍ୟ ବିଷୟ। ଏପରି କୌଶଳ ଲୋକଙ୍କୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରିବ ଏବଂ ସହଜରେ ସେମାନେ ନିଜ ଗୋଡ଼ରେ ଠିଆ ହୋଇପାରିବେ। ଲେଖିବା ଏବଂ ପଢ଼ିବା ଏକ ବ୍ୟବହାରିକ କୌଶଳ। ଏହି କୌଶଳ ବିନା ଜୀବନ ଜଟିଳ ହୋଇଯାଏ। ନିରକ୍ଷର ସହ ଅଧାରୁ ପ୍ରାଥମିକ ଶିକ୍ଷା ଛାଡୁ ଥିବା ବ୍ୟକ୍ତି ଅଶିକ୍ଷାର ବଳୟ ମଧ୍ୟରେ ରହିଯାଏ। ସମାଜ ସେମାନଙ୍କୁ ନୀଚ ଦୃଷ୍ଟିରେ ଦେଖେ। ସେମାନଙ୍କ ବ୍ୟକ୍ତିଗତ ବିକାଶ ପଥରେ ଅନେକ ବାଧା ସୃଷ୍ଟି ହୁଏ। ଶେଷରେ ପ୍ରଶ୍ନ ଉଠୁଛି ଶିକ୍ଷା ଏବଂ ସାକ୍ଷରତାର ଅର୍ଥ ସମାନ କି ? ନିଷ୍ପତ୍ତି ଆପଣଙ୍କର।
ବୈପାରୀଗୁଡ଼ା, କୋରାପୁଟ
ମୋ:୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍‌ଭି ଅସନ୍ତୋଷ: ଦଳରୁ ବାଦ୍‌ ପଡିବେ ବାବର, ଶାହିନ

କରାଚୀ,୧୭ା୨- ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆଯିବ। ଆସନ୍ତା ୧୮ ତାରିଖରେ…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri