ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ପ୍ରତିଶ୍ରୁତି ପରେ ଖୋଲିଲା ତାଲା

ନୂଆପଡ଼ା,୯ା୧ ( ମକାରୁ ବେମାଲ):ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ. ୨ ଗଡତୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଖବର ପାଇ ନୂଆପଡା ବ୍ଲକ ଶିକ୍ଷା ଅଧିକାରୀ ଚୈତରାମ ନାଏକ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ପ୍ରତିଶ୍ରୁତି ଦେଲାପରେ ତାଲା ଖୋଲିଥିଲା। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୧୮୩ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୫ ଜଣ ଶିକ୍ଷୟିତ୍ରୀ ନିଯୁକ୍ତ ଅଛନ୍ତି। ପ୍ରତିଦିନ ଶିକ୍ଷୟିତ୍ରୀ ମାନେ ସାଢ଼େ ଦଶରୁ ୧୧ ଟା ଭିତରେ ବିଦ୍ୟାଳୟ ଆସି ସାଢ଼େ ୩ ଟାରେ ଛୁଟିକରି ଚାଲି ଯାଉଛନ୍ତି। ୩ ଜଣ ଶିକ୍ଷୟିତ୍ରୀ ୧୧ଟା ଭିତରେ ବିଦ୍ୟାଳୟ ଆସୁଥିବାବେଳେ ଜଣେ ଶିକ୍ଷୟିତ୍ରୀ ନିୟମିତ ଆସୁ ନାହାନ୍ତି ଓ ଅନ୍ୟ ଜଣେ ଶିକ୍ଷୟିତ୍ରୀ ୨୦୨୫ ନଭେମ୍ବର ୨୬ରୁ ଆଜିଯାଏଁ ବିଦ୍ୟାଳୟ ଆସି ନାହାନ୍ତି। ଏଥିରୁ ଏଠାରେ ଶିକ୍ଷା ବ୍ୟବସ୍ଥା କେମିତି ଚାଲିଛି ସହଜେ ଅନୁମେୟ । ସ୍କୁଲରେ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ବିଦ୍ୟାଳୟ ପରିଚାଳନା କମିଟି ନାହିଁ। ବିନା ପରିଚାଳନା କମିଟିରେ ବିଦ୍ୟାଳୟ ଚାଲିଛି l ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଥିବାରୁ ଗୁରୁବାର ବାଧ୍ୟ ହୋଇ ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରି ୨ଦିନ ଭିତରେ ୨ ଶିକ୍ଷକଙ୍କୁ ଦିଆଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ନାଏକ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୂତି ପୂରଣ ନ ହେଲେ ତୃତୀୟ ଦିନରେ ପୁଣି ବିଦ୍ୟାଳୟରେ ତାଲା ପକାଇ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏହି ସମୟରେ କୁବେର ଦଣ୍ଡସେନା, ପ୍ରମେଶ୍ୱର ଦଣ୍ଡସେନା, ଥାନୁଶ ରାମ ପଟେଲ, ଧନରାଜ ସତାନାମୀ, ଗୋବିନ୍ଦ ରାମ ଭଟ, ଭୋଜରାମ ରଣା, ଗୋଳୁ ଦଣ୍ଡସେନା, କାନ୍ତିରାମ ପଟେଲ, କୁଳଦୀପ ସୁରଜ, ୟାଦରାମ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି: ତଳିଆ କର୍ମଚାରୀ ବହିଷ୍କୃତ, ଖସିଗଲେ ବଡ଼ବଡ଼ିଆ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିକ୍ରି ପାଇଁ ମଣ୍ଡିକୁ ଆସିଥିବା ଧାନ ମାସମାସ ଧରି ମଣ୍ଡିରେ ପଡ଼ି…

ଖୋଲିଲା ହରିଶଙ୍କର ମନ୍ଦିର ହୁଣ୍ଡି

ଖପ୍ରାଖୋଲ, ୨୩।୨(ଅଭୟ ତ୍ରିପାଠୀ)-ବଲାଙ୍ଗୀର ଜିଲା ଖପ୍ରାଖୋଲର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ଦାନ ହୁଣ୍ଡି ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଖୋଲାଯାଇଛି। ମନ୍ଦିର ମଧ୍ୟରେ ଥିବା…

ବ୍ରାହ୍ମଣୀଗାଁ ଶ୍ରୀ ଶ୍ରୀ ମୁକ୍ତେଶର ମହାରୁଦ୍ରଙ୍କ ପ୍ରତିଷ୍ଠା ମହାସମାରୋହ ଉଦ୍‌ଯାପିତ : ମନ୍ଦିର ପ୍ରବେଶ, ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୩ ।୨(ଅରୁଣ ସାହୁ/ମନୋରଞ୍ଜନ ରଣା ):ନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା…

କୋକସରା-ଚିଲିଗୁଡା ରାସ୍ତାରେ ଟ୍ରକ୍‌ ପିଟିଲା ବାଇକ୍‌କୁ

କୋକସରା,୨୩।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥରେ କୋକସରା-ଚିଲିଗୁଡା ରାସ୍ତାରେ ସାମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ପାଇପ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ…

ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ଶୁଭ୍ରାଙ୍କ ପଦ ରଦ୍ଦ ମାମଲାରେ କାଉନସିଲରଙ୍କ ବିଜୟ: ଶ୍ରମିତା

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ହୋଇ ବାଲଟ ବାକ୍ସରେ କଏଦ…

ଆମ୍ବୁଲାନ୍ସ ନେଲା ଆରଏମ୍‌ସି କର୍ମଚାରୀଙ୍କ ଜୀବନ

ବିଷମକଟକ/ଗୁଣପୁର ୨୩।୨(ପ୍ରସନ୍ନ କୁମାର ପଣ୍ଡା/ ସଂକେତ ପାତ୍ର): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁମାର ଢାମୁଣୀ ନିକଟରେ ସୋମବାର ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ଆରଏମ୍‌ସି କର୍ମଚାରୀଙ୍କ…

ନର୍ଦ୍ଦମା ପାଲଟିଛି ଓଡ୍ରି ସାପ୍ତାହିକ ବଜାର: ପିଣ୍ଡି ଥାଇ ବି କାଦୁଅରେ ବ୍ୟବସାୟ

ଥୁଆମୂଳରାମପୁର, ୨୩।୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡ୍ରି ଗ୍ରାମପଞ୍ଚାୟତ ସଦର ମହକୁମାରେ ପ୍ରତି ଶୁକ୍ରବାର ବସୁଥିବା ସାପ୍ତାହିକ ବଜାର ଏବେ…

ଜଙ୍ଗଲ ସୁରକ୍ଷା ହିଁ ଜୀବନ ରକ୍ଷା: ବନାଗ୍ନି ରୋକିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀର ମିଳିତ ଅଭିଯାନ

ଥୁଆମୂଳ ରାମପୁର,୨୩।୨ (ଦୁର୍ଗା କୀର୍ତ୍ତି): ଜଙ୍ଗଲ ହେଉଛି ପ୍ରକୃତିର ଅମୂଲ୍ୟ ବରଦାନ ଏବଂ ଏହାର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ବିଶେଷକରି ଶୁଷ୍କ ଋତୁରେ ବନାଗ୍ନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri