ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଫେଲ୍: ବିଦ୍ୟାଳୟକୁ ଆସୁନାହାନ୍ତି ଶିକ୍ଷକ, ଡମି ଶିକ୍ଷୟିତ୍ରୀ ଭରସାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଲାଞ୍ଜିଗଡ଼,୪।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତ ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣା ପଞ୍ଚାୟତ ସ୍ଥିତ କଟଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଚିତ୍ର ଶିକ୍ଷା ବ୍ୟବସ୍ଥାI ଶିକ୍ଷକ ଆସୁନଥିବା ବେଳେ ଭଡାଟିଆ ଡମି ଶିକ୍ଷୟିତ୍ରୀ ଭରସାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ସରକାରଙ୍କ ନିର୍ଦ୍ଦେଶ କ୍ରମେ କେହି ଅପାଠୁଆ ରହିବେ ନାହିଁ ବା କେହି ଅଧାରୁ ପାଠ ଛାଡିବେନାହିଁ। ସେଥିପାଇଁ ବିଦ୍ୟାଳୟ ପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

ମାଗଣା ପୋଷାକଠାରୁ ଆରମ୍ଭ କରି ବହିପତ୍ର, ଖେଳ ଉପକରଣ ସମେତ ମଧ୍ୟାହ୍ନ ଭୋଜନରେ ଛଅ ଦିନକୁ ଛଅ ପ୍ରକାର ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟେକ ସ୍କୁଲ ମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ କରି ତାଙ୍କ ପାଇଁ ମାସିକ ପାରିଶ୍ରମିକ ଭାବେ ହଜାର ହଜାର ଟଙ୍କା ଦରମାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ହେଲେ ଏତେସବୁ ସରକାରଙ୍କ ବ୍ୟବସ୍ଥା ଭିତରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ମାନଙ୍କନରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରୁଛି।

ଏଭଳି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତ ଯୁଗସାଇ ପାଟଣା ପଞ୍ଚାୟତ ସ୍ଥିତ କଟଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହାରାହାରି ୪୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ପରିତାପର ବିଷୟ ଦୁଇ ଜଣ ଶିକ୍ଷକ ନିୟୋଜିତ ରହି ମଧ୍ୟ ନିୟମିତ ସ୍କୁଲକୁ ଆସୁ ନ’ଥିବା ଅଭିଯୋଗ ହୋଇଛି।

ନିୟମିତ ଖାଲି ପଡ଼ିଛି ବ୍ଲାକ ବୋର୍ଡ, କ୍ୟାରମ୍ ଖେଳୁଛନ୍ତି ପିଲା। ଦାଇତ୍ୱରେ ଥିବା ଦୁଇ ଶିକ୍ଷକ କଟଲଙ୍ଗ ଗାଁର ଜଣେ ଦଶମ ପଡ଼ିଥିବା ଝିଅଙ୍କୁ ସ୍କୁଲରେ ଶିକ୍ଷା ଦାନ କରିବା ପାଇଁ ମାସିକ ବେତନ ୪ ହଜାର ୫ ଶହ ଟଙ୍କା ଦେଉଛନ୍ତି। ତେବେ ଡମୀ ଶିକ୍ଷୟିତ୍ରୀଙ୍କ ହାତରେ ପିଲାଙ୍କ ଭବିଷ୍ୟତ ଟେକି ଦେଇ ଦୁଇ ଶିକ୍ଷକ ପିଲାଙ୍କ ଭବିଷ୍ୟତ ଶହ ଖେଳଖେଳୁ ଥିବା ବେଳେ ଏଠି ପ୍ରଶ୍ନ ଉଠେ ଯେ’ ହଜାର ହଜାର ଦରମା ପାଇବା ସତ୍ୱେ ନିୟୋଜିତ ଶିକ୍ଷକ କରୁଛନ୍ତି କ’ଣ।

ଏହି ସ୍କୁଲଟି ସଦର ବ୍ଲକ ଯୁଗସାଇ ପାଟନା ପଞ୍ଚାୟତରେ ରହିଥିଲେ ମଧ୍ୟ ପାହାଡ଼ ଆରପଟେ ଲାଞ୍ଜିଗଡ ବ୍ଳକ ସୀମାନ୍ତ ଭବାନୀପାଟଣା ସଦର ବ୍ଲକରେ ଏହି କଟଲଙ୍ଗ ଗାଁ ରହିଛି। ଏଣୁ ଏହାର ଫାଇଦା ନେଇ ତଦନ୍ତ ଦାଇତ୍ଵରେ ଥିବା କ୍ଳଷ୍ଟର ସିଆରସିସି ତଦନ୍ତ ପାଇଁ ଇଛା ପ୍ରକାଶ କରୁନାହାନ୍ତି ନା ଜାଣିଶୁଣି ଦେଖ ଶୁଣ ଚୁପ ରୁହ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଏନେଇ ଗ୍ରାମବାସୀଙ୍କୁ ପଚାରିବାରୁ କହିଛନ୍ତି ଯେ, କଟଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଦୁଇଟି ଶିକ୍ଷକ ନିୟୋଜିତ ଅଛନ୍ତି। ହେଲେ ସରକାରଙ୍କ ନିୟମକୁ ଅବମାନନା କରି ମାସକୁ କେବଳ ଦୁଇରୁ ତିନି ଦିନ ସ୍କୁଲ ଆସନ୍ତି। କଟଲଙ୍ଗ ଗାଁର ଜଣେ ଝିଅ ପିଙ୍କି ହରିଜନକୁ ପାଠ ପଡ଼େଇବା ଦାୟିତ୍ୱ ଦେଇଛନ୍ତି। ଏସମ୍ପର୍କରେ ସେହି ଡମି ଶିକ୍ଷକ ପିଙ୍କି ହରିଜନଙ୍କୁ ପଚାରିବାରୁ ମତେ ଦୁଇ ଜଣ ଶିକ୍ଷକ ପିଲାମାନଙ୍କୁ ପାଠ ପଢେଇବା ଦାୟିତ୍ୱ ଦେଇଥିବା ବେଳେ ଦରମା ଭାବେ ମାସକୁ ୪ହଜାର ୫ଶହ ଟଙ୍କା ଦେଉଛନ୍ତି। ମୁଁ ସ୍କୁଲରେ ନିୟମତ ପାଠ ପଡ଼ାଉଛି ମତେ ଦାୟିତ୍ୱ ଦେଲା ଦିନଠୁ ଶିକ୍ଷକ ମାନେ ମାସକୁ ଦୁଇରୁ ତିନି ଦିନ ଆସନ୍ତି ବୋଲି ପ୍ରକାଶ କରିଛନ୍ତି।

ସ୍କୁଲରେ ପ୍ରଧାନ ଶିକ୍ଷକ ଚକ୍ରଧର ପାଲି ଓ ସହ ଶିକ୍ଷକ ଭଗବାନ ଶିଖ ଅଛନ୍ତି। ତେବେ ଏହି ଶିକ୍ଷକଙ୍କୁ କିଏ ଅନୁମତି ଦେଲା ନିଜେ ଜଣେ ଶିକ୍ଷକ ହୋଇ ଆଉ ଜଣେ ଡମୀ ଶିକ୍ଷୟିତ୍ରୀ ରଖି ଶିକ୍ଷା ଦାନ କରିବା ପାଇଁ। ଯାହା ଫଳରେ ଗରିବ ପିଲାମାନେ ଉତ୍ତମ ଶିକ୍ଷା ଦାନରୁ ବଞ୍ଚିତ ରହିଥିବା ବେଳେ ଅଧିକାଂଶ ପୁଅ ଝିଅ ପାଠ ପଢିବା ପାଇଁ ଇଛା ପ୍ରକାଶ ନକରି ଗାଈ, ଛେଳି ଚରାଉଥିବା ଦେଖିବାକୁ ମିଳୁଛି।

ଏହାର ଉଚ୍ଚ ସ୍ତରୀୟ ତଦନ୍ତକରି ଶିକ୍ଷା ଦାନରେ ଅବହେଳା କରୁଥିବା ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଁ ଯାଉ ବୋଲି ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଚାରୀ ଶବରଙ୍କୁ ପଚାରିବାରୁ ଏହି ସମ୍ପର୍କରେ ମୁଁ ଜାଣି ନ’ଥିଲି ନିଶ୍ଚୟ ମୁଁ ତଦନ୍ତ କରିବି ଓ ତଦନ୍ତରେ ଯାହା ସତ୍ୟାସତ ଆସିବ ସେହି ଅନୁସାରେ ଅବହେଳା କରୁଥିବା ଦୁଇ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବି ବୋଲି ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri