ଗଞ୍ଜାମ,୨୨/୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା ହେଉଛି। ଅବ୍ୟବସ୍ଥାରେ ସ୍କୁଲ ବାର୍ଷିକ ଉତ୍ସବ ନେଇ ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ କରିଛି ବ୍ଲକ ଶିକ୍ଷା ବିଭାଗ l ମଙ୍ଗଳବାର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ସ୍କୁଲ ଗ୍ରସ୍ତ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ l ଉକ୍ତ ସ୍କୁଲର ବର୍ତ୍ତମାନ ସଭାପତି ଥିବା ବ୍ୟକ୍ତିଙ୍କ ପୁଅ କିମ୍ବା ଝିଅ ଅଧ୍ୟୟନ କରୁ ନ ଥିବା ତଦନ୍ତ ବେଳେ ଜଣାପଡିଥିଲା l ଖୁବତ୍ଶୀଘ୍ର ନୂତନ ପରିଚାଳନା କମିଟି ଗଠନ ହେବ ବୋଲି ଏବିଇଓ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି l


