ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବକେୟା ରହିଥିବା ଦରମା ଉଠାଣ ପାଇଁ ଜଣେ ବିଭାଗୀୟ କର୍ମଚାରୀଙ୍କୁ ସେ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ବିଷୟରେ କ୍ଷୁବ୍ଧ ହୋଇ ସେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।
ସମ୍ପୃକ୍ତ କର୍ମଚାରୀ ଏନେଇ ଅଭିଯୋଗ କରିବା ପରେ ଲାଞ୍ଚୁଆ ଆକାଉଣ୍ଟାଣ୍ଟଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଏବଂ ଲାଞ୍ଚ ନେବା ସମୟରେ ତାଙ୍କୁ କାବୁ କରିଥିଲେ । ଏହାସହିତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି । ବର୍ତ୍ତମାନ ଭିଜିଲାନ୍ସ ଟିମ୍ ରଜନୀକାନ୍ତ କରଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଚଢାଉ କରିଛି ।
Dharitri – Odisha’s No.1 Odia Daily

