ଶିକ୍ଷିତ ଦେଶବିରୋଧୀ

ଶିକ୍ଷିତ ଲୋକେ ବହୁସଂଖ୍ୟାରେ ସମାଜବିରୋଧୀ କାର୍ଯ୍ୟରେ ସାମିଲ ହେବା ଏକ ବିପଜ୍ଜନକ ଧାରା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିକଟରେ ବିବୃତି ଦେବା ଅନେକଙ୍କୁ ବ୍ୟଥିତ କରିବା କଥା। ରାଜସ୍ଥାନର ଉଦୟପୁରସ୍ଥିତ ଭୁପାଲ ନୋବେଲ ୟୁନିଭର୍ସିଟିର ୧୦୪ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ସେ ଶିକ୍ଷିତଙ୍କ ପାଇଁ ଦେଶରେ ହ୍ବାଇଟ କଲାର ଆତଙ୍କବାଦ ମୁଣ୍ଡ ଟେକିଛି ବୋଲି କହିବା ବେଳେ ୨୦୨୫ ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲାରେ କାର୍‌ ବୋମା ବିସ୍ଫୋରଣରେ ଡାକ୍ତରଙ୍କ ସମ୍ପୃକ୍ତି ଥିବା ବିଷୟକୁ ସମ୍ଭବତଃ ଇଙ୍ଗିତ କରିଛନ୍ତି। ଆତଙ୍କବାଦ ସହିତ ଡାକ୍ତର ଜଡ଼ିତ ହେବା ନିଶ୍ଚିତ ନିନ୍ଦନୀୟ। କିନ୍ତୁ ତାହାକୁ ନେଇ ସମଗ୍ର ଶିକ୍ଷିତ ସମାଜକୁ ଗୋଟିଏ ଚଷମାରେ ଦେଖାଯିବା ଉଚିତ ନୁହେଁ। ପୂର୍ବରୁ ଆଜିକାର ଶାସକ ଦଳ ଶିକ୍ଷିତ ସହରବାସିନ୍ଦାଙ୍କୁ ‘ଅର୍ବାନ ନକ୍ସଲ’ ଆଖ୍ୟା ଦେଇ ସମାଲୋଚନା କରିଆସୁଥିଲେ। ସମ୍ଭବତଃ ବିଭିନ୍ନ କ୍ଷେତ୍ରରେ ଆଜିର ସରକାରଙ୍କ ନୀତି ବିଫଳ ହେବା ଯୋଗୁ ସେହି ଦୁଇ ଶବ୍ଦକୁ ଏବେ ବ୍ୟବହାର କରିବା ପରିବର୍ତ୍ତେ ସମଗ୍ର ଶିକ୍ଷିତ ସମାଜ ଉପରେ ଆକ୍ରମଣ ଆରମ୍ଭ କରାଯାଉଛି। ସମସ୍ତଙ୍କ ମନେଅଛି ଯେ, ପୂର୍ବରୁ ଯେତେବେଳେ କୌଣସି ଆକ୍ରମଣ ହେଉଥିଲା ସେତେବେଳେ ମୁସଲମାନ ସମ୍ପ୍ରଦାୟକୁ ଦୋଷ ଦେବା ସହିତ ପାକିସ୍ତାନର ମସୁଧାରେ ହୋଇଛି ବୋଲି କୁହାଯାଉଥିଲା। ‘ଅପରେଶନ ସିନ୍ଦୂର’ ଏବେ ବି ଚାଲୁରହିଛି ବୋଲି ରାଜନାଥ ସିଂ ଏବଂ ଅନ୍ୟ ବରିଷ୍ଠ ନେତାମାନେ ବାରମ୍ବାର ଦାବି କରିଆସୁଥିବା ବେଳେ ଗତବର୍ଷ ନଭେମ୍ବର ୧୦ରେ ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ ଘଟିଗଲା। ସେହି ବିସ୍ଫୋରଣ ଯେଉଁ ବିଫଳତା ଦର୍ଶାଇଲା ତାହା ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁହିଁଙ୍କୁ ଇଙ୍ଗିତ କରୁଛି। ଏହି ବିସ୍ଫୋରଣ ପରେ ପାକିସ୍ତାନର ନାଁ ନେବାକୁ ଦିଲ୍ଲୀ ପୋଲିସ କିମ୍ବା ଭାରତୀୟ ଗୋଇନ୍ଦା ସଂସ୍ଥାର ସାହସ ପାଇଲା ନାହିଁ। ଏଭଳି ପ୍ରଚ୍ଛଦପଟରେ ଦେଖିବାକୁ ଗଲେ ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବା ଅନୁଯାୟୀ ଶିକ୍ଷିତଙ୍କ ଅର୍ଥ ସ୍କୁଲ କିମ୍ବା କଲେଜରେ ପାଠ ପଢ଼ିଥିବା ଭାରତୀୟଙ୍କ ପରିବର୍ତ୍ତେ ‘ଶିକ୍ଷିତ ସମାଜ’ର ଅର୍ଥ ହେଉଛି ଯେଉଁମାନେ ସରକାରଙ୍କ ବିଫଳତା ବୁଝି ବ୍ୟବସ୍ଥାକୁ ପ୍ରଶ୍ନ କରୁଛନ୍ତି। ଗଣତନ୍ତ୍ରରେ ଶିକ୍ଷିତ ସମାଜ ପ୍ରଶ୍ନ କରିବା ସ୍ବାଭାବିକ। ଅନ୍ୟପଟେ ସମ୍ପୂର୍ଣ୍ଣ ଅଶିକ୍ଷିତ ତାଙ୍କର ମନର ଚାହିଦା ଅନୁଯାୟୀ ଭୋଟ ଦେଇଥାନ୍ତି। ତେବେ ମଧ୍ୟ-ଶିକ୍ଷିତ ହେଉଛନ୍ତି ସମାଜ ପାଇଁ ସବୁଠାରୁ ଅଧିକ କ୍ଷତିକାରକ। ସେହିମାନେ ପ୍ରଶ୍ନ କରିବାକୁ ଇଚ୍ଛାକରନ୍ତି ନାହିଁ କିମ୍ବା ଭୁଲ୍‌ ଦେଖିବାରେ ସମୟ ଦେବାକୁ ପ୍ରସ୍ତୁତ ହୁଅନ୍ତି ନାହିଁ। ସେହି ଗୋଷ୍ଠୀ ସମ୍ପୂର୍ଣ୍ଣ ଭାବେ ସ୍ବାର୍ଥପର ହୋଇ ଦେଶର ମଙ୍ଗଳ ପରିବର୍ତ୍ତେ ନିଜର ସୁବିଧାକୁ ଦେଖିଥାନ୍ତି ଏବଂ ସ୍ରୋତ ସହିତ ବହିଯିବାକୁ ଆଗଭର ହୁଅନ୍ତି। ତେଣୁ ସେଭଳି ଶିକ୍ଷିତଙ୍କୁ ନେଇ ଭିଡ଼ କରିବା ସହଜ ହୋଇଥାଏ। ଯେଉଁମାନେ ବ୍ୟବସ୍ଥାକୁ ପ୍ରଶ୍ନ କରନ୍ତି, ସେମାନେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରନ୍ତି।
ଆଶ୍ଚର୍ଯ୍ୟ ଲାଗେ, ଗତ ୧୧ ବର୍ଷର ଇତିହାସ ମଧ୍ୟରେ ଭାରତ ଭିତରେ କେତେ ପ୍ରକାରର ବିଭାଜନ ସୃଷ୍ଟି କରାଯିବାର ଚେଷ୍ଟା କରାଗଲାଣି। ନିର୍ବାଚନବେଳେ ହିନ୍ଦୁ-ମୁସଲମାନ ବିଭାଜନ, ବିମୁଦ୍ରୀକରଣ ବେଳେ ଧନୀ-ଗରିବ ବିଭାଜନ, ଚାଷୀ ଆନ୍ଦୋଳନ ବେଳେ ଭାରତ-ଖଲିସ୍ତାନ ବିଭାଜନ, ହିନ୍ଦୀ-ଅଣହିନ୍ଦୀ ଭାଷୀଙ୍କ ମଧ୍ୟରେ ବିଭାଜନ, ନିର୍ବାଚନ ଦୂରରେ ଥିବାବେଳେ ଉଚ୍ଚ ଜାତି ଓ ନୀଚ ଜାତି ମଧ୍ୟରେ ବିଭାଜନ, ରାଜନୈତିକ ଦୃଷ୍ଟିକୋଣରୁ ସୁହାଉଥିବା ଗୋଷ୍ଠୀ ଦେଶପ୍ରେମୀ ଆଖ୍ୟା ପାଇଲାବେଳକୁ ବିରୋଧୀଙ୍କୁ ଦେଶଦ୍ରୋହୀ କହି ବିଭାଜନ, ଐତିହାସିକ ଦୃଷ୍ଟିକୋଣରୁ କୁହାଯାଉଛି ଭାରତରେ ପୂର୍ବରୁ ଯାହା କରାଯାଉଥିଲା ତାହା ଥିଲା ତ୍ରୁଟିପୂର୍ଣ୍ଣ ଏବଂ ୨୦୧୪ ପରେ କେବଳ ଦେଶ ହିତକାରୀ ହେଉଛି ବୋଲି କୁହାଯାଇ ସେଥିରେ ମଧ୍ୟ ବିଭାଜନ; ଏହିଭଳି ଆହୁରି ଅନେକ ବିଷୟକୁ ନେଇ ବିଭାଜନ ସୃଷ୍ଟି କରାଯାଉଥିବାବେଳେ ଏବେ ପ୍ରଶ୍ନ କରୁଥିବା ଶିକ୍ଷିତ ନାଗରିକଙ୍କୁ ହ୍ବାଇଟ୍‌ କଲାର ଅତଙ୍କବାଦର ଆଖ୍ୟା ଦିଆଯିବାର ଅର୍ଥ ହେଉଛି ସେମାନଙ୍କ ବ୍ୟତୀତ ଅନ୍ୟମାନେ ସମସ୍ତେ ଦେଶପ୍ରେମୀ। ଏହା ଏକ ନୂଆ ବିଭାଜନ।
ଓଡ଼ିଆରେ ଢଗ ଅଛି-‘ଚାଲି ନ ଜାଣି ବାଟର ଦୋଷ’। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଓ ଗୋଇନ୍ଦା ବିଫଳତାକୁ ଦୋଷ ନ ଦେଇ ରାଜନାଥ ଶିକ୍ଷିତମାନେ ଦେଶ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ସାର୍ବଜନୀନ ମନ୍ତବ୍ୟ ଦେବା ତାଙ୍କ ଦୁର୍ବଳତାକୁ ଦର୍ଶାଉଛି। ଜଣେ ବରିଷ୍ଠ ମନ୍ତ୍ରୀ, ଯିଏକି ଦେଶର ପ୍ରତିରକ୍ଷା ଦାୟିତ୍ୱରେ ଅଛନ୍ତି, ତାଙ୍କ ତୁଣ୍ଡରୁ ଯେତେବେଳେ ଶିକ୍ଷିତଙ୍କ ବିରୋଧରେ ବିବୃତି ବାହାରୁଛି; ସେତେବେଳେ ମନେହେଉଛି ଏବେ ଦେଶକୁ ଅଶିକ୍ଷିତ କରି ରଖିବାର ଉଦ୍ୟମ ଆରମ୍ଭ ହେଲା।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

ତାରିକ ରହମାନ ଆସିବା ପରେ ସୁଧୁରୁଛି ସମ୍ପର୍କ.., ବାଂଲାଦେଶ ପୁଣି ଭାରତ ପାଇଁ ଆରମ୍ଭ କରିବ ଏହି ସେବା, ତାରିଖ ଆସିଲା ସାମ୍ନାକୁ!

ନୂଆଦିଲ୍ଲୀ/ଢାକା,୨୨।୨: ନୂତନ ସରକାର ଗଠନ ହେବା ସହିତ, ବାଂଲାଦେଶ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri