Categories: ବାଣିଜ୍ୟ

ଶସ୍ତା ହୋଇପାରେ ଖାଇବା ତେଲ

ନୂଆଦିଲ୍ଲୀ, ୧୭।୪: ଗତ କିଛି ମାସ ହେବ ଦରବୃଦ୍ଧିକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆଗାମୀ କିଛିଦିନ ମଧ୍ୟରେ ଖାଇବା ତେଲ ଦର ଶସ୍ତା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏପରିକି ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ଯୋଜନା କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଖାଇବା ତେଲ ଉପରେ ଲାଗୁ ହେଉଥିବା ୨ଟି ସେସ୍‌ରେ ପରିମାଣ ହ୍ରାସ କରିବାକୁ ସରକାର ଯୋଜନା ରଖିଛନ୍ତି। ଏହାଛଡ଼ା ସରକାର ଖାଇବା ତେଲର ଆମଦାନୀ ଶୁଳ୍କ ଉପରେ ବର୍ତ୍ତମାନର ହ୍ରାସକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା କରୁଛନ୍ତି। ଖାଇବା ତେଲ ଆମଦାନୀ ଉପରେ ବର୍ତ୍ତମାନ ୫.୫% ଶୁଳ୍କ ରହିଛି।

Share