Posted inଜାତୀୟ

ଅର୍ଥ ହେରଫେର ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସମନ ପଠାଇଲା ଇଡି

ହାଇଦ୍ରାବାଦ୍‌,୩।୧୦: ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଆର୍ଥିକ ଘୋଟାଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଜାହରୁଦ୍ଦିନଙ୍କୁ ସମନ ପଠାଇଛି। ତାଙ୍କୁ ଆଜି ଅର୍ଥାତ୍‌ ଗୁରୁବାର ପଚରାଉଚରା ପାଇଁ ଡକାଯାଇଛି।

ଆଜାହରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ମାମଲାରେ ୨୦ କୋଟି ଟଙ୍କା ହେରଫେର୍‌ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅଧିକାରୀଙ୍କ ବିରୋଧରେ ଇଡି ଅର୍ଥ ହେରଫେର ମାମଲା ରୁଜୁ କରିଥିଲା। ଇଡି ତେଲଙ୍ଗାନାର ୯ଟି ସ୍ଥାନ ଉପରେ ଚଢାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ଉପକରଣ ଉଦ୍ଧାର କରିଥିଲା। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଅଧିକାରୀମାନେ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ଆର୍ଥିକ ଅନିୟମିତତା କରିଥିଲେ। ସେମାନେ ବେସରକାରୀ କମ୍ପାନୀମାନଙ୍କୁ ଉଚ୍ଚ ହାରରେ ଚୁକ୍ତି କରିଥିଲେ ଏବଂ ଆସୋସିଏସନକୁ କୋଟି ଟଙ୍କା ମୂଲ୍ୟର କ୍ଷତି ଘଟାଇଲେ। ଏହି ମାମଲାରେ ଇଡି ତିନୋଟି ମାମଲା ରୁଜୁ କରିଛି ଏବଂ ଅଧିକ ଅନୁସନ୍ଧାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri