Posted inଜାତୀୟ

ପିଏମଏଲଏ ଆଧାରରେ ଇଡି ଯାଞ୍ଚ୍‌: ରାୟର ସମୀକ୍ଷା ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟଙ୍କ ସହମତି…

ନୂଆଦିଲ୍ଲୀ, ୨୨।୮ : ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମନି ଲଣ୍ଡରିଂ ସହିତ ଜଡିତ ଇଡିର କ୍ଷମତା, ଗିରଫ କରିବାର ଅଧିକାର, ସାକ୍ଷୀଙ୍କୁ ଡକାଇବା ଏବଂ ସମ୍ପତ୍ତି ଜବତ କରିବା ଏବଂ ଜାମିନ ପ୍ରକ୍ରିୟା ସମ୍ପର୍କିତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର କ୍ଷମତାକୁ ସମର୍ଥନ କରୁଥିବା ଆଦେଶର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ସୋମବାର ଆବେଦନର ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରିଛନ୍ତି।

ଏହି ବିଷୟରେ ଶୁଣାଣି ପାଇଁ ଏକ ତାରିଖ ଶୀଘ୍ର ସ୍ଥିର କରାଯିବ ବୋଲି କୋର୍ଟ କହିଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲାରେ ରହିଥିବା ବ୍ୟକ୍ତିଙ୍କ ପ୍ରତି ଏକ ପ୍ରତିକ୍ରିୟାରେ ସୁପ୍ରିମକୋର୍ଟ ଜୁଲାଇ ୨୭ ରେ ପିଏମଏଲଏ ଆକ୍ଟର ବିଭିନ୍ନ ଧାରାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଥ୍‌ତ୍ଲେ। ସୁପ୍ରିମକୋର୍ଟ କହିଥିଲେ ଯେ ୨୦୧୮ରେ ଆଇନରେ କରାଯାଇଥିବା ସଂଶୋଧନ ଠିକ ଅଟେ। ଏହା ସହିତ, ସର୍ବୋଚ୍ଚ ନ୍ୟାୟାଳୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ସମସ୍ତ କ୍ଷମତାକୁ ସମର୍ଥନ କରିଥିଲେ। କୋର୍ଟ କହିଥିଲେ ଏନଫୋର୍ସମେଣ୍ଟ କେସ ସୂଚନା ରିପୋର୍ଟ (ଇସିଆଇଆର) ଏଫଆଇଆର୍‌ ସହିତ ଯୋଡ଼ା ହୋଇପାରିବ ନାହିଁ।

ଅଭିଯୁକ୍ତଙ୍କୁ ଇସିଆଇଆରର କପି ଦେବା ଜରୁରୀ ନୁହେଁ। ଗିରଫ ସମୟରେ ଏହାର କାରଣ ପ୍ରକାଶ କରିବା ଯଥେଷ୍ଟ। କୋର୍ଟ କହିଥିଲେ ଇଡି ପକ୍ଷରୁ ପୂର୍ବରୁ ଦିଆଯାଇଥିବା ବିବୃତ୍ତି ଏହାର ପ୍ରମାଣ। ପିଏମଏଲଏର ଅନେକ ବ୍ୟବସ୍ଥାର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୦୦ ରୁ ଅଧିକ ଆବେଦନ କରାଯାଇଥିଲା। ଏଥିରେ ଇଡିର କ୍ଷମତା, ଗିରଫ କରିବାର ଅଧିକାର, ସାକ୍ଷୀଙ୍କୁ ଡକାଇବା ଏବଂ ସମ୍ପତ୍ତି ଜବତ କରିବା ଏବଂ ଜାମିନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରାଯାଇଥିଲା। କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ, ଏନସିପି ନେତା ଅନୀଲ ଦେଶମୁଖ ଏବଂ ଅନ୍ୟମାନଙ୍କ ପକ୍ଷରୁ ଏହି ପିଟିଶନ ଦାଖଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri